ପ୍ରଫେଟ ମହମ୍ମଦଙ୍କୁ ନେଇ ବିଜେପି ବିଧାୟକଙ୍କ ବିବାଦୀୟ ବୟାନ, ଗିରଫ କଲା ପୋଲିସ

ବିସ୍ତୃତ ଉତ୍ତର ଦସ୍ତଖତ ସହିତ ସେପ୍ଟେମ୍ବର ୨ ସୁଦ୍ଧା ଦଳ ପାଖରେ ପହଞ୍ଚିବା ଦରକାର ବୋଲି ନୋଟିସରେ ଉଲ୍ଲେଖ ହୋଇଛି ।

T Raja Singh

ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ବିବାଦୀୟ ଟିପ୍ପଣୀ କରି ଗିରଫ ହୋଇଥିବା ବିଜେପି ବିଧାୟକ ଟି ରାଜା ସିଂହଙ୍କୁ ନିଲମ୍ବିତ କରିଛି ବିଜେପି । ଗିରଫ କରିବାର କିଛି ଘଣ୍ଟା ପରେ ବିଜେପି ତାଙ୍କୁ ନିଲମ୍ବିତ କରିଛି । ଏଥିସହ କାହିଁକି ତାଙ୍କୁ ଦଳରୁ ବହିଷ୍କାର କରାନଯିବ, ତାର ଜବାବ ୧୦ ଦିନ ମଧ୍ୟରେ ଦେବାକୁ ବିଜେପି କେନ୍ଦ୍ରୀୟ ଶୃଙ୍ଖଳା କମିଟି ନୋଟିସ କରିଛି । ନୋଟିସ ଜାରି ହେବାର ୧୦ ଦିନ ମଧ୍ୟରେ ଦଳରୁ କାହିଁକି ବହିଷ୍କାର କରାନଯିବ, ତାର ଜବାବ ଦେବାକୁ କୁହାଯାଇଛି । ବିସ୍ତୃତ ଉତ୍ତର ଦସ୍ତଖତ ସହିତ ସେପ୍ଟେମ୍ବର ୨ ସୁଦ୍ଧା ଦଳ ପାଖରେ ପହଞ୍ଚିବା ଦରକାର ବୋଲି ନୋଟିସରେ ଉଲ୍ଲେଖ ହୋଇଛି ।

ପ୍ରଫେଟ୍ ମହମ୍ମଦଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ ତେଲେଙ୍ଗାନାର ବିଜେପି ବିଧାୟକ ଟି.ରାଜା ସିଂହ । ଯାହା ଫଳରେ ତାଙ୍କୁ ଗିରଫ କରାଯାଇଛି । ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ ତାଙ୍କୁ ପୋଲିସ ଗିରଫ କରିଥିଲା । ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଏକ ଭିଡିଓ ଭାଇରାଲ୍ ହେବା ପରେ ସୋମବାର ରାତିରେ ହାଇଦ୍ରାବାଦରେ ବିରୋଧ ପ୍ରଦର୍ଶନ ହୋଇଥିଲା । ଏହାପରେ ଅଭିଯୁକ୍ତ ବିଧାୟକଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା ।

ତେବେ  ତାଙ୍କୁ  ଗିରଫ କଲାବେଳେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ରାଜାଙ୍କୁ ପୋଲିସ ନେବାବେଳେ ତେଲେଙ୍ଗାନା ବିଜେପି ମୁଖ୍ୟ ସଞ୍ଜୟ ମଧ୍ୟ ପ୍ରତିବାଦ କରିଥିଲେ । ନିଜ ସମର୍ଥକଙ୍କ ସହ ସେ ରାସ୍ତାକୁ ଓହ୍ଲାଇଥିଲେ । ଏହାପରେ ପୋଲିସ ସଞ୍ଜୟ କୁମାରଙ୍କୁ ମଧ୍ୟ ଅଟକ ରଝିଥିଲା ।