Advertisment

ଆଜି ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକ, ଗୁରୁମନ୍ତ୍ର ଦେବେ ମୋଦି !

ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଦଳକୁ ସୁଦୃଢ କରିବା ଉପରେ ବରିଷ୍ଠ ନେତା ଓ କର୍ମକର୍ତ୍ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଗୁରୁମନ୍ତ୍ର ଦେବେ। ଆସନ୍ତା ବର୍ଷ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ବିଜେପିର ଏହି ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନେକ ଗୁରୁତ୍ୱ ରଖୁଛି।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

ନୂଆଦିଲ୍ଲୀ: ଆଜି ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକ ବସିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନରୁ ବୈଠକ ଆରମ୍ଭ ହେବ। ଦଳକୁ ସୁଦୃଢ କରିବା ଉପରେ ବରିଷ୍ଠ ନେତା ଓ କର୍ମକର୍ତ୍ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଗୁରୁମନ୍ତ୍ର ଦେବେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ।  

Advertisment

ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଅନେକ ପ୍ରମୁଖ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ଥିବାବେଳେ କିଛି ନେତା ଭର୍ଚୁଆଲ ଯୋଗେ ସାମିଲ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ବୈଠକରେ ଉପସ୍ଥିତ ରହିବେ।

Advertisment

ବିଜେପି ସଂସଦୀୟ ବୋର୍ଡର ସମସ୍ତ ସଦସ୍ୟ, କର୍ମକର୍ତ୍ତା ଏବଂ ସମସ୍ତ ରାଜ୍ୟ ଦାୟିତ୍ୱରେ ଥିବା ପ୍ରଭାରୀ ବୈଠକରେ ଯୋଗ ଦେବେ। ଆସନ୍ତା ବର୍ଷ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ବିଜେପିର ଏହି ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନେକ ଗୁରୁତ୍ୱ ରଖୁଛି। ତେଣୁ ବୈଠକରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ ମନ୍ଥନ ହୋଇପାରେ ବୋଲି କୁହାଯାଉଛି।

PM Modi BJP BJP National Executive Meeting
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ