Advertisment

୨୦୨୪ ନିର୍ବାଚନ ପାଇଁ BJPର ମାଷ୍ଟର ଗେମ୍ ପ୍ଲାନ୍- ଯେଉଁଠି ଦୁର୍ବଳ, ସେଇଠି ହେବ ରାଲି

ମୋଦିଙ୍କ ବ୍ୟତୀତ ଅନ୍ୟ ୧୦୪ଟି ଲୋକସଭା ସିଟ୍‌ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଦଳର ବରିଷ୍ଠ ନେତା ଓ କ୍ୟାବିନେଟ୍ ମନ୍ତ୍ରୀ ପହଞ୍ଚିବେ।

ଅଦ୍ୟତନ ହୋଇଛି
BJP's Master Plan For 2024 Election

BJP's Master Plan For 2024 Election

Advertisment

ବିଜେପିର ମିଶନ-୨୦୨୪। ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦଳ ମାଷ୍ଟର ଗେମ୍ ପ୍ଲାନ୍ କରିଛି। ୧୯ ନିର୍ବାଚନରେ ଦଳ ଯେଉଁଠି ଦୁର୍ବଳ ଥିଲା, ପରାଜୟର ଶିକାର ହୋଇଥିଲା ସେଠି ହେବ ରାଲି। ଆଉ ବିଜେପି ର ଷ୍ଟାର ପ୍ରଚାରକ ନରେନ୍ଦ୍ର ମୋଦି ସିଧା ମଇଦାନକୁ ଓହ୍ଲାଇବେ। ୧୪୪ ଲୋକସଭା ଆସନରୁ ୪୦ ସିଟ୍‌ରେ ରାଲି କରିବେ ମୋଦି।

Advertisment

ଲୋକସଭା ପ୍ରଭାସ ଯୋଜନା ଫେଜ୍-୨ ଜରିଆରେ ପ୍ରତି ଲୋକସଭା କ୍ଷେତ୍ରକୁ ପହଞ୍ଚିବାକୁ ପ୍ରୟାସ କରାଯିବ। ମୋଦିଙ୍କ ବ୍ୟତୀତ ଅନ୍ୟ ୧୦୪ଟି ଲୋକସଭା ସିଟ୍‌ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଦଳର ବରିଷ୍ଠ ନେତା ଓ କ୍ୟାବିନେଟ୍ ମନ୍ତ୍ରୀ ପହଞ୍ଚିବେ। ରାଲି ବ୍ୟତୀତ ସାଧାରଣ ସଭା ଜରିଆରେ ଲୋକଙ୍କ ପାଖକୁ ପହଞ୍ଚିବାକୁ ବିଜେପି ଯୋଜନା ପ୍ରସ୍ତୁତ କରିଛି।  

କେନ୍ଦ୍ର ସରକାରଙ୍କ ୪୦ ମନ୍ତ୍ରୀଙ୍କୁ ୫ ଟିକିଆ ଟାସ୍କ ବି ଦିଆଯାଇଛି। ପ୍ରଚାର ରଣନୀତି, ସାଧାରଣ ଜନତାଙ୍କୁ ସଭା ସହ ଯୋଡ଼ିବା, ରାଜନୈତିକ ସମୀକରଣ ଭଳି ବି ବିଭିନ୍ନ ଟାସ୍କ ମିଳିଛି। ଡୋର ଟୁ ଡୋର୍ ପ୍ରଚାର ସହ ବିଭିନ୍ନ ଅନୁଷ୍ଠାନ ଏବଂ ସଂଗଠନର ଲୋକଙ୍କୁ ଦଳରେ ଯୋଡ଼ିବା ଯୋଜନା ଭଳି ବୃହତ ଷ୍ଟ୍ରାଟେଜି କରିଛି ଦଳ।

Advertisment

BJP PM Narendra Modi General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ