Advertisment

ନବରାତ୍ରୀରେ ମାଛ ଖାଇଲେ ତେଜସ୍ୱୀ, ଟ୍ରୋଲ୍‌ କଲା ବିଜେପି

ନବରାତ୍ରୀ ସମୟରେ ତେଜସ୍ୱୀ ଯାଦବ ମାଛ ଖାଉଥିବାରୁ ବିଜେପି ତାଙ୍କୁ ଟ୍ରୋଲ୍‌ କରିଛି।

ଅଦ୍ୟତନ ହୋଇଛି
Tejashwi Yadav

Tejashwi Yadav

Advertisment

ଲୋକସଭା ନିର୍ବାଚନ ପାଇଁ ସରଗରମ ରାଜନୀତି । ଭୋଟ୍‌ ହାତେଇବା ପାଇଁ ଜୋରସୋରରେ ପ୍ରଚାର ଅଭିଯାନ ଜାରି ରଖିଛନ୍ତି ନେତା । ତେବେ ଏହାରି ମଧ୍ୟରେ ମଙ୍ଗଳବାର ଲୋକସଭା ନିର୍ବାଚନ ପ୍ରଚାର ସମୟରେ ଆରଜେଡି ନେତା ତେଜସ୍ୱୀ ଯାଦବ ନିଜର ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ତେଜସ୍ୱୀ ଭିଆଇପି ମୁଖ୍ୟ ମୁକେଶ ସାହନିଙ୍କ ସହ ହେଲିକପ୍ଟରରେ ମାଛ ଓ ରୁଟି ଖାଉଥିବା ଦେଖିବାକୁ ମିଳିଥିଲା । ତେବେ ଏହି ଭିଡିଓକୁ ନେଇ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ଏବଂ ବିଜେପି ନେତା ତଥା ବିହାରର ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା ତେଜସ୍ୱୀ ଯାଦବଙ୍କୁ ଟାର୍ଗେଟ କରିଛନ୍ତି । ନବରାତ୍ରୀ ସମୟରେ ତେଜସ୍ୱୀ ଯାଦବ ମାଛ ଖାଉଥିବାରୁ ବିଜେପି ତାଙ୍କୁ ଟ୍ରୋଲ୍‌ କରିଛି।

Advertisment

ବିଜେପି ନେତା ବିଜୟ ସିହ୍ନା କହିଛନ୍ତି କି 'ଏମାନେ ସନାତନୀ ହେବାକୁ ଚାହାଁନ୍ତି କିନ୍ତୁ ସନାତନୀର ମୂଲ୍ୟବୋଧ ଶିଖିପାରିଲେ ନାହିଁ । ଏମାନେ ଶ୍ରାବଣରେ ମଟନ ଓ ନବରାତ୍ର ସମୟରେ ମାଛ ଖାଇଥାନ୍ତି । ଏହି ଲୋକମାନେ କେବଳ ଭୋଟ୍ ପାଇଁ ଏତେ ତଳ ସ୍ତରକୁ ଚାଲି ଯାଉଛନ୍ତି । ଏହା ସହ ଏମାନେ ଧର୍ମ ଏବଂ ମୂଲ୍ୟବୋଧକୁ ଲଜ୍ଜିତ କରିଥାନ୍ତି ଏବଂ ଧର୍ମକୁ ଅପମାନ ମଧ୍ୟ କରନ୍ତି ବୋଲି କହିଛନ୍ତି ବିଜୟ ସିହ୍ନା ।

ସେହିପରି ଗିରିରାଜ ସିଂ କହିଛନ୍ତି, 'ତେଜସ୍ୱୀ ଯାଦବ ହେଉଛନ୍ତି ଜଣେ ଋତୁକାଳୀନ ସନାତନୀ। ଯେତେବେଳେ ତାଙ୍କ ସରକାର କ୍ଷମତାରେ ଥିଲେ, ତାଙ୍କ ପିତା ଭୋଟ୍ ପାଇଁ ରୋହିଙ୍ଗ୍ୟା ଏବଂ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବେଆଇନ ଭାବେ ରଖିଥିଲେ। ସେମାନେ ଭୋଟ ବ୍ୟବସାୟୀ, ସନାତନ ପୁରୋହିତ ନୁହଁନ୍ତି।

Advertisment

ସୂଚନା ଅନୁସାରେ, ଭାଇରାଲ ହେଉଥିବା ଏହି ଭିଡିଓ ନିଜେ ତେଜସ୍ୱୀ ଯାଦବ ସେୟାର କରିଥିଲେ । ଭିଡିଓରେ ସେ ହେଲିକପ୍ଟରରେ ଭିଆଇପି ମୁଖ୍ୟ ମୁକେଶ ସାହାନିଙ୍କ ସହ ମଧ୍ୟାହ୍ନ ଭୋଜନ କରୁଥିବା ନଜର ଆସିଛନ୍ତି । ମଧ୍ୟାହ୍ନ ଭୋଜନ ସମୟରେ ତେଜସ୍ୱୀ ଏବଂ ସାହାନି ମାଛ ଏବଂ ରୁଟି ଖାଉଥିବା ନଜର ଆସିଛନ୍ତି । ଭିଡିଓରେ ତେଜସ୍ୱୀ କହିଛନ୍ତି ଯେ ନିର୍ବାଚନ ପ୍ରଚାର ମଧ୍ୟରେ ତାଙ୍କୁ ମାତ୍ର ୧୦-୧୫ ମିନିଟ୍‌ ସମୟ ମିଳିଥାଏ ଖାଇବାକୁ । ତେବେ ଏହି ଭିଡିଓ ସେୟାର ପରେ ତେଜସ୍ୱୀ ଯାଦବଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତା ।

Tejashwi Yadav RJD General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ