Advertisment

ଜୁନ୍ ୨୦୨୪ ଯାଏଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ରହିବେ ନଡ୍ଡା

ବିଜେପି ରାଷ୍ଟ୍ରୀୟ ସଭାପତି ଭାବେ ନଡ୍ଡା ଗତ ୨୦୨୦ ମସିହାରେ ଦାୟିତ୍ୱ ନେଇଥିଲେ। ପୂର୍ବରୁ ଅମିତ ଶାହ ବିଜେପି ରାଷ୍ଟ୍ରୀୟ ସଭାପତି ଥିବା ବେଳେ ୨୦୧୯ରେ ନଡ୍ଡା ବିଜେପିର କାର୍ଯ୍ୟକାରୀ ସଭାପତି ଥିଲେ।

JP Nadda

JP Nadda

Advertisment

ବଢ଼ିଲା ନଡ୍ଡାଙ୍କ କାର୍ଯ୍ୟକାଳ ଅବଧି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ କାର୍ଯ୍ୟକାଳ ଅବଧି ବୃଦ୍ଧି ହୋଇଛି। ଆସନ୍ତା ଜୁନ୍ ମାସ ଯାଏଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ରହିବେ ଜେପି ନଡ୍ଡା। ଏ ନେଇ ବିଜେପି ସଂସଦୀୟ ବୋର୍ଡ ପକ୍ଷରୁ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।

Advertisment

ଗତ ଜାନୁଆରୀ ମାସରେ ଏ ନେଇ ପ୍ରସ୍ତାବ ଦିଆଯାଇଥିଲା। ଏହି ପ୍ରସ୍ତାବକୁ ଏବେ ବିଜେପି ସଂସଦୀୟ ବୋର୍ଡ ମଞ୍ଜୁରୀ ପ୍ରଦାନ କରିଛି। ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧିବେଶନରେ ହଜାର ହଜାର କାର୍ଯ୍ୟକର୍ତ୍ତା ଯୋଗ ଦେଇ ଦଳର ଆଗାମୀ ଭବିଷ୍ୟତ ପନ୍ଥା ଉପରେ ଆଲୋଚନା କରୁଥିବା ବେଳେ ବୈଠକର ଦ୍ୱିତୀୟ ଦିନରେ ଏ ନିଷ୍ପତ୍ତି ସାମ୍ନାକୁ ଆସିଛି।

ବିଜେପି ରାଷ୍ଟ୍ରୀୟ ସଭାପତି ଭାବେ ନଡ୍ଡା ଗତ ୨୦୨୦ ମସିହାରେ ଦାୟିତ୍ୱ ନେଇଥିଲେ। ପୂର୍ବରୁ ଅମିତ ଶାହ ବିଜେପି ରାଷ୍ଟ୍ରୀୟ ସଭାପତି ଥିବା ବେଳେ ୨୦୧୯ରେ ନଡ୍ଡା ବିଜେପିର କାର୍ଯ୍ୟକାରୀ ସଭାପତି ଥିଲେ। ଅମିତ ଶାହ କେନ୍ଦ୍ରମନ୍ତ୍ରୀ ହେବା ପରେ ନଡ୍ଡା ୨୦୨୦ରେ ବିଜେପି ରାଷ୍ଟ୍ରୀୟ ସଭାପତି ହୋଇଥିଲେ।

Advertisment
BJP J P Nadda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ