Advertisment

ଜେପି ନଡ୍ଡାଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍‌, ହ୍ୟାକର୍‌ ଲେଖିଲା- ‘Sorry’

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍‌ ହୋଇଯାଇଛି। ଆକାଉଣ୍ଟ ହ୍ୟାକ୍‌ କରିବା ପରେ ହ୍ୟାକର୍‌ ‘Sorry’ ଲେଖିଥିଲେ। ଏହା ଜଣାପଡ଼ିବା ପରେ ଜେପି ନଡ୍ଡାଙ୍କ ଟ୍ୱିଟର ଆକାଉଣ୍ଟରୁ ଏକ ପୋଷ୍ଟ୍‌ ଶେଆର କରାଯାଇଥିଲା।

BJP National President JP Nadda

BJP National President JP Nadda

Advertisment

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍‌ ହୋଇଯାଇଛି। ଆକାଉଣ୍ଟ ହ୍ୟାକ୍‌ କରିବା ପରେ ହ୍ୟାକର୍‌ ‘Sorry’ ଲେଖିଥିଲେ। ଏହା ଜଣାପଡ଼ିବା ପରେ ଜେପି ନଡ୍ଡାଙ୍କ ଟ୍ୱିଟର ଆକାଉଣ୍ଟରୁ ଏକ ପୋଷ୍ଟ୍‌ ଶେଆର କରାଯାଇଥିଲା। ଯେଉଁଥିରେ ଉଲ୍ଲେଖ କରାଯାଇଥିଲା,‘Sorry, ମୋ ଆକାଉଣ୍ଟ୍‌ ହ୍ୟାକ୍‌ ହୋଇଯାଇଛି। ଋଷକୁ ସହାୟତା କରିବା ଲାଗି ଏଭଳି ହୋଇଛି’।

Advertisment

ଜେପି ନଡ୍ଡାଙ୍କ ଟ୍ୱିଟର ଆକାଉଣ୍ଟ୍‌ ହ୍ୟାକ୍‌ ହୋଇଥିବା ଜଣାପଡ଼ିବା ପରେ ଏହାକୁ ରିଷ୍ଟୋର(Restore) କରାଯାଇଥିଲା। ପ୍ରକୃତରେ କିଏ ଓ କେଉଁ ଉଦ୍ଦେଶ୍ୟରେ ଆକାଉଣ୍ଟ ହ୍ୟାକ୍‌ କରିଥିଲା, ତାହା ଜାଣିବା ଲାଗି ଟ୍ୱିଟର ସହ ଆଲୋଚନା ହୋଇଛି। ଆକାଉଣ୍ଟ୍‌ ହ୍ୟାକ୍‌ ହେବା ପୂର୍ବରୁ ଜେପି ନଡ୍ଡା ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ ଟ୍ୱିଟ୍‌ କରିଥିଲେ। 

JP Nadda's Twitter Account HackedJP Nadda's Twitter Account Hacked

ଆଜି ସକାଳେ ଟ୍ୱିଟ୍‌ କରି ସେ କହିଥିଲେ, ‘ଆଜି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟର ସମସ୍ତ ୬୧ଟି ଆସନର ଭୋଟରଙ୍କୁ ମୋର ନିବେଦନ, ସେମାନେ ନିଶ୍ଚିତ ଭାବରେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଏହାସହ ରାଜ୍ୟରେ ଏକ ମଜବୁତ୍‌ ସରକାର ଗଠନ କରିବାରେ ଭୂମିକା ଗ୍ରହଣ କରିବେ। 

Advertisment

BJP National President JP Nadda BJP National President JP Nadda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ