BJP National President JP Nadda
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି। ଆକାଉଣ୍ଟ ହ୍ୟାକ୍ କରିବା ପରେ ହ୍ୟାକର୍ ‘Sorry’ ଲେଖିଥିଲେ। ଏହା ଜଣାପଡ଼ିବା ପରେ ଜେପି ନଡ୍ଡାଙ୍କ ଟ୍ୱିଟର ଆକାଉଣ୍ଟରୁ ଏକ ପୋଷ୍ଟ୍ ଶେଆର କରାଯାଇଥିଲା। ଯେଉଁଥିରେ ଉଲ୍ଲେଖ କରାଯାଇଥିଲା,‘Sorry, ମୋ ଆକାଉଣ୍ଟ୍ ହ୍ୟାକ୍ ହୋଇଯାଇଛି। ଋଷକୁ ସହାୟତା କରିବା ଲାଗି ଏଭଳି ହୋଇଛି’।
ଜେପି ନଡ୍ଡାଙ୍କ ଟ୍ୱିଟର ଆକାଉଣ୍ଟ୍ ହ୍ୟାକ୍ ହୋଇଥିବା ଜଣାପଡ଼ିବା ପରେ ଏହାକୁ ରିଷ୍ଟୋର(Restore) କରାଯାଇଥିଲା। ପ୍ରକୃତରେ କିଏ ଓ କେଉଁ ଉଦ୍ଦେଶ୍ୟରେ ଆକାଉଣ୍ଟ ହ୍ୟାକ୍ କରିଥିଲା, ତାହା ଜାଣିବା ଲାଗି ଟ୍ୱିଟର ସହ ଆଲୋଚନା ହୋଇଛି। ଆକାଉଣ୍ଟ୍ ହ୍ୟାକ୍ ହେବା ପୂର୍ବରୁ ଜେପି ନଡ୍ଡା ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ ଟ୍ୱିଟ୍ କରିଥିଲେ।
JP Nadda's Twitter Account Hackedଆଜି ସକାଳେ ଟ୍ୱିଟ୍ କରି ସେ କହିଥିଲେ, ‘ଆଜି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟର ସମସ୍ତ ୬୧ଟି ଆସନର ଭୋଟରଙ୍କୁ ମୋର ନିବେଦନ, ସେମାନେ ନିଶ୍ଚିତ ଭାବରେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଏହାସହ ରାଜ୍ୟରେ ଏକ ମଜବୁତ୍ ସରକାର ଗଠନ କରିବାରେ ଭୂମିକା ଗ୍ରହଣ କରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645942145.jpg)