Advertisment

ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ କୋଭିଡ୍ ମ୍ୟାନେଜମେଣ୍ଟ ଉପରେ ଫୋକ୍‌ସ୍‌

ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ର ସରକାରଙ୍କ କୋଭିଡ୍ ମ୍ୟାନେଜମେଣ୍ଟ ଉପରେ ଫୋକ୍‌ସ୍‌ ଦିଆଯାଇଛି। ଆସନ୍ତାବର୍ଷ ହେବାକୁ ଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନ ନେଇ ମଧ୍ୟ କାର୍ଯ୍ୟକାରିଣୀରେ ଆଲୋଚନା ହେବ ବୋଲି ସୂଚନା ମିଳିଛି।

ଅଦ୍ୟତନ ହୋଇଛି
BJP National Executive Meeting

BJP National Executive Meeting

Advertisment

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଚାଲିଥିବା ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ର ସରକାରଙ୍କ କୋଭିଡ୍ ମ୍ୟାନେଜମେଣ୍ଟ ଉପରେ ଫୋକ୍‌ସ୍‌ ଦିଆଯାଇଛି। କାର୍ଯ୍ୟକାରିଣୀର ବିଷୟବସ୍ତୁ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର କରୋନା ମୁକାବିଲା କରିବାରେ ସଫଳ ହୋଇଛନ୍ତି। ଯେତେବେଳେ କରୋନା ଆସିଲା, ସେତେବେଳେ କେହି ଜାଣିନଥିଲେ ଏହାର ସ୍ୱରୂପ କ’ଣ ହେବ। ଏହାର ମୁକାବିଲା କିପରି କରାଯିବ। ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୃଢ଼ ନେତୃତ୍ୱରେ କେନ୍ଦ୍ର ସରକାର ଏହାର ମୁକାବିଲା କରିବା ସହ ଦେଶବାସୀଙ୍କୁ ସୁରକ୍ଷିତ ରଖିବାରେ ସଫଳ ହୋଇଛନ୍ତି।

Advertisment

ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଛନ୍ତି, ୯ ମାସ ମଧ୍ୟରେ ଦେଶରେ ୧୦୦ କୋଟି ଡୋଜ୍ ଟିକାକରଣ ସମ୍ଭବପର ହୋଇପାରିଛି। ଏପରିକି ଭାରତରେ ନିର୍ମିତ କୋଭାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ୱୀକୃତି ପ୍ରଦାନ କରିଛି। ଖାଲି ଏତିକି ନୁହେଁ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ପ୍ରଚଳନ କରାଯାଇ ଗରିବଙ୍କ ଘରେ ଖାଦ୍ୟ ପହଞ୍ଚାଯାଇ ପାରିଛି।

ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ପଶ୍ଚିମବଙ୍ଗ ନିର୍ବାଚନ ପରେ ହୋଇଥିବା ହିଂସା ଉପରେ ଆଲୋକପାତ କରିଥିଲେ। ଏତ୍‌ଦବ୍ୟତୀତ ଆସନ୍ତାବର୍ଷ ହେବାକୁ ଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ମଧ୍ୟ କାର୍ଯ୍ୟକାରିଣୀରେ ଆଲୋଚନା ହେବ ବୋଲି ସୂଚନା ମିଳିଛି।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା କାର୍ଯ୍ୟକାରିଣୀ ବୈଠକର ଉଦ୍‌ଘାଟନ କରିଥିଲେ। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରିଙ୍କ ସମେତ ବହୁ ନେତା ଯୋଗ ଦେଇଛନ୍ତି। ହାଇବ୍ରିଡ୍ ଫର୍ମାଟରେ ହେଉଥିବା କାର୍ଯ୍ୟକାରିଣୀରେ ବିଭିନ୍ନ ରାଜ୍ୟରୁ ଦଳୀୟ ନେତା ଭିଡିଓ କନଫରେନ୍ସିଂରେ ସାମିଲ ହୋଇଛନ୍ତି।

Advertisment
PM Modi BJP BJP National Executive Meeting
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ