BJP MPs Quit Parliament
ଇସ୍ତଫା ଦେଲେ ନିର୍ବାଚନ ଜିତିଥିବା ୧୦ ବିଜେପି ସାଂସଦ । ଦେଶର ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଜିତିବା ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟକୁ ନିଜ ନିଜ ଇସ୍ତଫା ପତ୍ର ପଠାଇଛନ୍ତି ଏହି ସାଂସଦମାନେ । ଇସ୍ତଫା ଦେଇଥିବା ସାଂସଦମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶର ନରେନ୍ଦ୍ର ସିଂହ ତୋମାର, ରାକେଶ ସିଂହ, ପ୍ରହ୍ଲାଦ ପଟେଲ, ରିତି ପାଠକ୍ ଏବଂ ଉଦୟ ପ୍ରତାପ ସିଂହ ଅଛନ୍ତି । ସେହିପରି ରାଜସ୍ଥାନ ସାଂସଦ ଦିୟା କୁମାରୀ, ରାଜ୍ୟବର୍ଦ୍ଧନ ରାଠୋର ଏବଂ କିରୋଡି ଲାଲ ମୀନା ମଧ୍ୟ ଇସ୍ତଫା ଦେଇଥିବା ସୂଚନା ମିଳିଛି। ବିଧାନସଭା ନିର୍ବାଚନରେ ​​ବିଜେପି ୨୧ଜଣ ସାଂସଦଙ୍କୁ ମୈଦାନକୁ ଓହ୍ଲାଇଥିଲା। ସେଥିମଧ୍ୟରୁ ୧୨ଜଣ ଜିତିଛନ୍ତି ଏବଂ ୯ ଜଣ ସାଂସଦ ହାରିଛନ୍ତି। ତେବେ ନିର୍ବାଚନରେ ​​ଜିତିଥିବା ଅନ୍ୟ ଦୁଇ ସାଂସଦ ବାବା ବାଲକନାଥ ଏବଂ ରେଣୁକା ସିଂ ଆଜି ଇସ୍ତଫା ଦେଇନାହାନ୍ତି।
ଅନ୍ୟପକ୍ଷରେ ୩ ରାଜ୍ୟରେ ବିଜୟ ପରେ ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରିପାରେ ବିଜେପି। ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ରେ ହୋଇପାରନ୍ତି ନୂଆ ମୁଖ୍ୟମନ୍ତ୍ରୀ। ଏହି ୩ ରାଜ୍ୟରେ ନୂଆ ମୁହଁକୁ ସୁଯୋଗ ଦେଇପାରେ ବିଜେପି । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜାରି ରହିଛି। ଯାହାଫଳରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ରାଜସ୍ଥାନ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ ମୁଖ୍ୟମନ୍ତ୍ରୀ ରେସ୍ରୁ ଏକ ପ୍ରକାର ଆଉଟ୍ ହୋଇଯାଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନକୁ ନେଇ ବିଜେପି ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରିପାରୀ ବୋଲି ଚର୍ଚ୍ଚା ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701869255.jpg)