Advertisment

ନୀତିନ ଗଡକରୀଙ୍କୁ ଭାରିପଡିଲା ଚ୍ୟାଲେଞ୍ଜ; ସାଂସଦଙ୍କୁ ଦେବେ ୧୫,୦୦୦ କୋଟି ଟଙ୍କା

ଚ୍ୟାଲେଞ୍ଜ ହାରିଗଲେ ନୀତିନ ଗଡ଼କରୀ । ଏବେ ଦେବେ ୧୫,୦୦୦ କୋଟି ଟଙ୍କା...

ଅଦ୍ୟତନ ହୋଇଛି
BJP MP Loses 15 Kg After Nitin Gadkari Promises Rs 1,000 Crore Funds For Each Kg Lost

BJP MP Loses 15 Kg After Nitin Gadkari Promises Rs 1,000 Crore Funds For Each Kg Lost

Advertisment

ମହଙ୍ଗା ପଡ଼ିଲା ଚ୍ୟାଲେଞ୍ଜ । କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଦେବାକୁ ପଡ଼ିବ ମୋଟା ଅଙ୍କର ଟଙ୍କା । ନୀତିନ ଗଡକରୀ ଜଣେ ସାଂସଦଙ୍କୁ ଓଜନ କମାଇବାକୁ ଚ୍ୟାଲେଞ୍ଜ କରିଥିଲେ । ଚ୍ୟାଲେଞ୍ଜ ସ୍ୱୀକାର କରି ଏବେ ସାଂସଦ ନିଜ ଓଜନ କମାଇବା ସହ ନିଜ ଚ୍ୟାଲେଞ୍ଜକୁ ପୁରା କରିଦେଖାଛନ୍ତି । ତେଣୁ ସେ ଏବେ କେନ୍ଦ୍ର ମନ୍ତ୍ରୀଙ୍କ ଠାରୁ ୧୫ ହଜାର କୋଟି ଟଙ୍କା ଦାବି କରିଛନ୍ତି ।

Advertisment

କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ଚ୍ୟାଲେଞ୍ଜ ଉଜ୍ଜୟିନୀ ସାଂସଦ ଅନୀଲ ଫିରୋଜିଆ ସ୍ୱୀକାର କରିଛନ୍ତି । ଯାହାପରେ ସେ ଲାଗିପଡି ଦିନ ରାତି କସରତ କରି ନିଜର ପାଖାପାଖି ୧୫ କିଲୋ ପର୍ଯ୍ୟନ୍ତ ଓଜନ କମାଇଦେଛନ୍ତି । ତେଣୁ ଏବେ ସେ ନିଜ କମାଇଥିବା ଓଜନ ହିସାବରେ ୧୫ ହଜାର କୋଟି ଟଙ୍କା ଗଡକରୀଙ୍କୁ ମାଗିଛନ୍ତି ।

Advertisment

ସୂଚନା ଅନୁସାରେ, ନିଜ ଅଞ୍ଚଳର ବିକାଶ ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଉଜ୍ଜୟିନୀ ସାଂସଦ ଅନୀଲ ଫିରୋଜିଆ ବାରମ୍ବାର ବଜେଟ୍ ମାଗୁଆସୁଥିଲେ। ସେହିସମୟରେ କେନ୍ଦ୍ରମନ୍ତ୍ରୀ ତାଙ୍କୁ ଏକ ଚ୍ୟାଲେଞ୍ଜ ଦେଇ କହିଥିଲେ ଯଦି ଆପଣ ନିଜ ଓଜନ କମାଇ ଦିଅନ୍ତି ତେବେ ଆପଣଙ୍କୁ କିଲୋ ପିଛା ୧୦୦୦ କୋଟି ଟଙ୍କା ଦିଆଯିବ । ସାଂସଦ ଏହି ଚ୍ୟାଲେଞ୍ଜ ସ୍ୱୀକାର କରିବା ସହ କସରତ ଆରମ୍ଭ କରିଦେଇଥିଲେ । ବହୁ ପରିଶ୍ରମ ସହ କସରତ କରି ସେ ନିଜର ୧୫ କେଜି ଓଜନ କମାଇପାରିଛନ୍ତି। ଗତ ଚାରି ମାସ ପୂର୍ବରୁ ସାଂସଦଙ୍କ ଓଜନ ୧୨୭ କିଲୋ ଥିବାବେଳେ ଏବେ ସେ ନିଜର ପ୍ରାୟ ୧୫ କିଲୋ ଓଜନ୍ କମାଇ ଦେଖାଇଛନ୍ତି । ଏହାସହ ସେ ଆଗାମୀ ଦିନରେ ସେ ନିଜ ଓଜନକୁ ୧୦୦ କିଲୋରୁ କମ୍ କରିବାରେ ଲକ୍ଷ ରଖିଛନ୍ତି ।

Advertisment

ଏନେଇ ଉଜ୍ଜୟିନୀ ସାଂସଦ ଅନୀଲ ଫିରୋଜିଆ କହିଛନ୍ତି ଯେ, ‘ଗତ ଫେବୃଆରୀ ମାସରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ମୋତେ ଫିଟ୍ ହେବା ପାଇଁ ଉତ୍ସାହିତ କରିଥିଲେ। ଏହାସହ ସେ କହିଥିଲେ ଯେ, ଆପଣ ଯଦି ନିଜ ଓଜନ କମାଇ ଦିଅନ୍ତି ତେବେ ଆପଣଙ୍କୁ କିଲୋ ପିଛା ୧୦୦୦ କୋଟି ଟଙ୍କା ଦିଆଯିବ । ଏହି ଚ୍ୟାଲେଞ୍ଜକୁ ସ୍ୱୀକାର କରିବା ସହ ମୁଁ ଗତ ୪ ମାସ ମଧ୍ୟରେ ୧୫ କିଲୋ ଓଜନ୍ କମାଇପାରିଛି । ’

nitin

ତେବେ ଚ୍ୟାଲେଞ୍ଜକୁ ସ୍ୱୀକାର କରି ଫିରୋଜିଆ ଏକ ଫିଟନେସ୍ ଡାଏଟ୍ ପ୍ଲାନ୍ ଆରମ୍ଭ କରିବା ସହ ପ୍ରତିଦିନ ବ୍ୟାୟାମ, ସାଇକେଲିଂ, ପହଁରିବା ଏବଂ ଯୋଗ ମଧ୍ୟ କରୁଥିଲେ । ଏହା ପରେ ଏବେ ସାଂସଦ ନିଜ ଓଜନ କମାଇପାରିଛନ୍ତି ।

ଏନେି ଫିରୋଜିଆ କହିଛନ୍ତି ଯେ, ‘ ମୁଁ ପୂର୍ବରୁ ୧୨୭ କିଲୋଗ୍ରାମ ଥିଲି । ବର୍ତ୍ତମାନ ମୋର ନିର୍ବାଚନମଣ୍ଡଳୀରେ ବିକାଶ କାର୍ଯ୍ୟ ପାଇଁ ୧୫,୦୦୦ କୋଟି ଟଙ୍କା ମାଗିବାର ଅଧିକାର ଅଛି କାରଣ ମୁଁ ୧୫ କିଲୋ ଓଜନ କମାଇଛି । ସଂସଦର ମୌସୁମୀ ଅଧିବେଶନରେ ମୁଁ ତାଙ୍କୁ ଭେଟିବି ଏବଂ ମୋର ଓଜନ କମାଇବା ବିଷୟରେ ସବିଶେଷ ତଥ୍ୟ ଦର୍ଶାଇବି । ମୁଁ ନିଶ୍ଚିତ ଯେ ସେ ତାଙ୍କ ପ୍ରତିଶ୍ରୁତି ପାଳନ କରିବେ’ ।

BJP Nitin Gadkari Anil Firojiya
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ