Advertisment

ଭୟଙ୍କର ସଡ଼କ ଦୁର୍ଘଟଣା, ବିଜେପି ବିଧାୟକଙ୍କ ପୁଅ ସମେତ ୭ ଡାକ୍ତରୀ ଛାତ୍ର ମୃତ

ମହାରାଷ୍ଟ୍ରର ସେଲ୍‌ସୁରାରେ ଗତକାଲି ରାତିରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ବିଜେପି ବିଧାୟକ ବିଜୟ ରହାଙ୍ଗଡାଲେଙ୍କ ପୁଅ ଅଭିଷ୍କାର ରହାଙ୍ଗଡାଲେଙ୍କ ସମେତ ୭ ଜଣ ମେଡିକାଲ୍‌ ଛାତ୍ରଙ୍କ ମୃତ୍ୟୁ ଘଟିଛି।

ଅଦ୍ୟତନ ହୋଇଛି
BJP MLA's Son Killed In Car Accident

BJP MLA's Son Killed In Car Accident

Advertisment

ମୁମ୍ବାଇ: ମହାରାଷ୍ଟ୍ରର ସେଲ୍‌ସୁରାରେ ଗତକାଲି ରାତିରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ମହାରାଷ୍ଟ୍ର ବିଜେପି ବିଧାୟକ ବିଜୟ ରହାଙ୍ଗଡାଲେଙ୍କ ପୁଅ ଅଭିଷ୍କାର ରହାଙ୍ଗଡାଲେଙ୍କ ସମେତ ୭ ଜଣ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। କାର୍‌ରେ ଯାଉଥିବା ବେଳେ ସେଲ୍‌ସୁରା ନିକଟରେ ବ୍ରିଜ୍‌ ତଳକୁ କାର୍‌ ଖସି ପଡ଼ିଥିଲା। 

Advertisment

ପୋଲିସ୍‌ ସୂଚନା ଅନୁସାରେ, ବିଧାୟକଙ୍କ ପୁଅ ଅଭିଷ୍କାର ଓ ଅନ୍ୟ ଛାତ୍ରମାନେ ଦେଓଳିରୁ ୱାର୍ଦ୍ଧା ଅଭିମୁଖେ କାର୍‌ରେ ଯାତ୍ରା କରୁଥିଲେ। ସେଲସୁରା ବ୍ରିଜ୍‌ ଅତିକ୍ରମ କରୁଥିବା ବେଳେ ହଠାତ୍‌ ଗୋଟିଏ ଜଙ୍ଗଲୀ ପଶୁ ସେମାନଙ୍କ ଗାଡ଼ି ଆଗକୁ ଚାଲି ଆସିଥିଲା। ପଶୁଟିକୁ ରକ୍ଷା କରିବା ପାଇଁ ଗାଡ଼ି ଚାଳକ ଜଣଙ୍କ ହଠାତ୍‌ ବ୍ରେକ୍ ଲଗାଇ ଦେଇଥିଲେ। ଫଳରେ କାର୍‌ଟି ଭାରସାମ୍ୟ ହରାଇ ବ୍ରିଜ୍‌ ତଳକୁ ଖସି ପଡ଼ିଥିଲା। ଗତକାଲି ରାତି ସାଢ଼େ ୧୧ଟା ସମୟରେ ଏହି ଦୁର୍ଘଟଣା ଘଟିଛି। 

ମୃତକମାନେ ୱାର୍ଦ୍ଧା ସ୍ଥିତ ସାୱାଙ୍ଗି ମେଡିକାଲ୍‌ କଲେଜର ଛାତ୍ର ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ନୀରଜ ଚୌହ୍ୱାନ, ବିବେକ ନନ୍ଦନ, ପ୍ରତ୍ୟୁଷ ସିଂ ଓ ଶୁଭମ ଜୈସୱାଲ୍‌ MBBS ଶେଷ ବର୍ଷର ଛାତ୍ର ଥିଲେ। ଅଭିଷ୍କାର ଓ ପୱନ ଶକ୍ତି MBBS ପ୍ରଥମ ବର୍ଷ ଛାତ୍ର ଥିବାବେଳେ ନିତେଶ ସିଂ ଇଣ୍ଟର୍ଣ୍ଣ କରୁଥିଲେ।

Advertisment

ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବା ସହ ଆହତଙ୍କୁ ୫୦ ହଜାର ଟଙ୍କା ପ୍ରଦାନ ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। 

Advertisment

Car Accident BJP MLA Son Died In Accident BJP MLA Vijay Rahangdale
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ