Advertisment

BMWରେ ଆସି ନିୟମ ଭାଙ୍ଗିଲେ, କହିଲେ- ମୋ ବାପା ବିଧାୟକ, ମୋତେ ଛାଡ଼’

ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ପରେ ବିଧାୟକଙ୍କ ଝିଅ ଫୁଟାଣି ଦେଖାଇବା ସହ ପୋଲିସ୍‌କର୍ମୀଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଟ୍ରାଫିକ୍‌ ଲାଇଟ୍‌ ରେଡ୍‌ ଥିବା ସତ୍ତ୍ୱେ ବିଧାୟକଙ୍କ ଝିଅ ଏହାକୁ ନମାନି ଟ୍ରାଫିକ ସିଗ୍ନାଲ କ୍ରସ୍‌ କରିଥିଲେ।

ଅଦ୍ୟତନ ହୋଇଛି
BJP MLA's Daughter Jumps Traffic Signal

BJP MLA's Daughter Jumps Traffic Signal

Advertisment

‘ମୁଁ ବର୍ତ୍ତମାନ ହିଁ ଯିବାକୁ ଚାହୁଁଛି। କାର୍‌ ଅଟକାଅ ନାହିଁ। ଓଭରଟେକିଂ ପାଇଁ ତୁମେ ମୋ ନାଁରେ କେସ୍‌ କରିପାରିବ ନାହିଁ। ଏଇଟା ବିଧାୟକଙ୍କ ଗାଡ଼ି’... ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ପରେ ଜଣେ ବିଧାୟକଙ୍କ ଝିଅ ଫୁଟାଣି ଦେଖାଇ ଏଭଳି କିଛି କହିଛନ୍ତି। ଏପରିକି ସେ ପୋଲିସ୍‌କର୍ମୀଙ୍କ ସହ ଦୁର୍ବ୍ୟବହାର କରିଥିବା ମଧ୍ୟ ଅଭିଯୋଗ ହୋଇଛି। ବିଏମ୍‌ଡବ୍ଲ୍ୟୁ କାର୍‌ରେ ଚଢ଼ି ଟ୍ରାଫିକ୍‌ ସିଗ୍ନାଲ ଭାଙ୍ଗିଥିବା ବିଜେପି ବିଧାୟକ ଅରବିନ୍ଦ ଲିମ୍ବାଭଲିଙ୍କ ଝିଅଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଛି। 

Advertisment

ଅଭିଯୋଗ ଅନୁସାରେ, ଟ୍ରାଫିକ୍‌ ଲାଇଟ୍‌ ରେଡ୍‌ ଥିବା ସତ୍ତ୍ୱେ ବିଧାୟକ ଅରବିନ୍ଦ ଲିମ୍ବାଭଲିଙ୍କ ଝିଅ ଏହାକୁ ନମାନି ଟ୍ରାଫିକ ସିଗ୍ନାଲ କ୍ରସ୍‌ କରିଥିଲେ। ଏହି ସମୟରେ ଟ୍ରାଫିକ ପୋଲିସ୍‌ ତାଙ୍କୁ ଅଟକାଇ ଥିଲେ। ହେଲେ ଏହି ସମୟରେ ବିଧାୟକଙ୍କ ଝିଅ ବେଙ୍ଗାଲୁରୁ ପୋଲିସ୍‌କର୍ମୀଙ୍କୁ ଦୁର୍ବ୍ୟବହାର କରିବା ସହ ଯୁକ୍ତିତର୍କ କରିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଏପରିକି ବିଧାୟକଙ୍କ ଝିଅ ସିଟ୍‌ ବେଲ୍ଟ ପିନ୍ଧି ନଥିବା ମଧ୍ୟ ସୂଚନା ମିଳିଛି। 

ଯୁକ୍ତିତର୍କ ବେଳେ ବିଧାୟକଙ୍କ ଝିଅ ପୋଲିସ୍‌କୁ କହିଥିଲେ, ‘‘ମୁଁ ବର୍ତ୍ତମାନ ହିଁ ଯିବାକୁ ଚାହୁଁଛି। କାର୍‌ ଅଟକାଅ ନାହିଁ। ଓଭରଟେକିଂ ପାଇଁ ତୁମେ ମୋ ନାଁରେ କେସ୍‌ କରିପାରିବ ନାହିଁ। ଏଇଟା ବିଧାୟକଙ୍କ ଗାଡ଼ି। ଆମେ ସ୍ପିଡ୍‌ରେ ଗାଡ଼ି ଚଲାଉ ନଥିଲୁ। ମୋ ବାପାଙ୍କ ନାଁ ଅରବିନ୍ଦ ଲିମ୍ବାଭଲି”। ବିଧାୟକଙ୍କ ଝିଅ କହି ପୋଲିସ୍‌କୁ ଡରାଇବା ପାଇଁ ସେ ଚେଷ୍ଟା କରିଥିଲେ ମଧ୍ୟ ପୋଲିସ୍‌ ତାଙ୍କ କଥାରେ ଡରି ନଥିଲା। ଆଉ ଏସବୁକୁ ପୋଲିସ୍‌ ଅଣଦେଖା କରିଥିଲା। ଏହାପରେ ସେ ପୋଲିସ୍‌ ସହ ଯୁକ୍ତିତର୍କ ଆରମ୍ଭ କରିଥିଲେ। ଏହା ଦେଖି ରାଜଭବନ ରୋଡ୍‌ ସାମ୍ନାରେ କିଛି ସମୟ ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ଶେଷରେ ବିଧାୟକଙ୍କ ଝିଅ ଫାଇନ୍‌ ଦେଇଥିଲେ ବୋଲି ସୂଚନା ମିଳିଛି। ୧୦ ହଜାର ଟଙ୍କା ସେ ଫାଇନ୍‌ ଦେଇଥିଲେ। 

Advertisment
BJP MLA Traffic Rules Violation BJP MLA Arvind Limbavali Daughter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ