Advertisment

ସିକ୍ୟୁରିଟି ଅଫିସର ଚା’ ପିଇବାକୁ ଯାଇଥିବା ବେଳେ ବିଜେପି ନେତାଙ୍କୁ ହତ୍ୟା

ବିଜେପି ନେତାଙ୍କୁ ନୃଶଂସ ହତ୍ୟା। ତାମିଲନାଡୁରେ ବିଜେପି ନେତା ବାଲାଚନ୍ଦ୍ରନଙ୍କୁ ୩ ଜଣ ଦୁର୍ବୃତ୍ତ ହତ୍ୟା କରିଥିବା ସୂଚନା ମିଳିଛି। ମଙ୍ଗଳବାର ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି।

BJP Member Killed In Chennai

BJP Member Killed In Chennai

Advertisment

ବିଜେପି ନେତାଙ୍କୁ ନୃଶଂସ ହତ୍ୟା। SC/ST ୱିଙ୍ଗ୍‌ର ତାମିଲନାଡୁ ବିଜେପି ସେଣ୍ଟାଲ୍ ଡିଷ୍ଟ୍ରିକ୍ଟ ଚେୟାରମ୍ୟାନ୍‌ ବାଲାଚନ୍ଦ୍ରନଙ୍କୁ ଚିନ୍ତାଦ୍ରିପେଟ୍‌ରେ ଅତି ନୃଶଂସ ଭାବେ ୩ ଜଣ ଦୁର୍ବୃତ୍ତ ହତ୍ୟା କରିଥିବା ସୂଚନା ମିଳିଛି। ମଙ୍ଗଳବାର ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। 

Advertisment

ମିଳିଥିବା ସୂଚନା ଅନୁସାରେ, ବାଲାଚନ୍ଦ୍ରନଙ୍କୁ ଜୀବନରୁ ହତ୍ୟା କରାଯିବା ନେଇ ଧମକ ମିଳିବା ପରେ ତାମିଲନାଡୁ ସରକାର ପକ୍ଷରୁ ତାଙ୍କୁ ସୁରକ୍ଷା ପ୍ରଦାନ କରାଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କ ସୁରକ୍ଷା ଦାୟିତ୍ୱରେ ଜଣେ ପର୍ସନାଲ୍‌ ସିକ୍ୟୁରିଟି ଅଫିସର (PSO) ଥିଲେ। ତେବେ ମଙ୍ଗଳବାର ଦିନ PSO ଚା’ ପିଇବା ପାଇଁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରିଛନ୍ତି। 

୩ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ବାଲାଚନ୍ଦ୍ରନଙ୍କୁ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଘଟଣାକୁ ନେଇ ଚେନ୍ନାଇ ପୋଲିସ୍‌ କମିଶନର ସୂଚନା ଦେଇଛନ୍ତି ଯେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାଲାଚନ୍ଦ୍ରନଙ୍କୁ ହତ୍ୟା କରାଯାଇଛି। ଘଟଣାକୁ ନେଇ ପ୍ରତ୍ୟକ୍ଷଦର୍ଶୀ ସେମାନଙ୍କର ପ୍ରତିକ୍ରିୟା ରଖିଛନ୍ତି। ଅଭିଯୁକ୍ତଙ୍କୁ ଧରିବା ଲାଗି ଏକ ସ୍ପେଶାଲ୍ ଟିମ୍‌ ଗଠନ କରାଯାଇଛି।’

Advertisment

ଅନ୍ୟପକ୍ଷେ,  CCTV ଫୁଟେଜକୁ ଆଧାର କରି ପୋଲିସ୍‌ ଘଟଣାର ଛାନ୍‌ଭିନ୍‌ ଚଳାଇଛି। ଅପରାଧୀଙ୍କୁ ଧରିବା ଲାଗି ରାଜ୍ୟରେ ପୋଲିସ୍‌ ଫେଲ୍‌ ମାରିଥିବା AIDMK ନେତା ଇକେ ପଲାନିସ୍ୱାମୀ କହିଛନ୍ତି। ଟ୍ୱିଟ୍‌ କରି ସେ କହିଛନ୍ତି, ‘୨୦ ଦିନରେ ରାଜ୍ୟରେ ୧୮ ଜଣଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଏଭି ଘଟଣା ତାମିଲନାଡୁର ରାଜଧାନୀ ଚେନ୍ନାଇକୁ ଏକ ‘ମର୍ଡର ସିଟି’ ଭାବେ ପରିଣତ କରିସାରିଲାଣି। ଲୋକମାନଙ୍କ ସୁରକ୍ଷାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

BJP Leader BJP Leader Killed BJP Leader Balachandran
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ