Advertisment

ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ କିଏ ? ରାୟପୁରରେ ଆଜି ବସୁଛି ବିଜେପି ବିଧାୟକ ଦଳ ବୈଠକ

ଛତିଶଗଡ଼ ରାଜ୍ୟ ବିଜେପି ମୁଖ୍ୟ ଅରୁଣ ରାଓଙ୍କ ସମେତ ନବ ନିର୍ବାଚିତ ବିଜେପି ବିଧାୟକଙ୍କ ସହିତ ପର୍ଯ୍ୟବେକ୍ଷକଙ୍କ ବୈଠକ ଚାଲିଛି। ପର୍ଯ୍ୟବେକ୍ଷକ ଟିମ୍ ସମସ୍ତଙ୍କ ମତାମତ ନେବେ। ତା ପରେ ସବୁ ଦିଗରୁ ବିଚାର କରି ନିଷ୍ପତ୍ତି ବିଧାୟକ ଦଳ ନେତା ବଛାଯିବ।

Chhattisgarh CM Name Announce Today

Chhattisgarh CM Name Announce Today

Advertisment

କିଏ ହେବ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ। ବିଜେପି ଆଜି ଏହି ନିଷ୍ପତ୍ତି ନେଇପାରେ। ଆଜି ରାୟପୁରରେ ବସୁଛି ବିଜେପି ବିଧାୟକ ଦଳ ବୈଠକ । ଏଥିରେ ଯୋଗ ଦେବେ ନବ ନିର୍ବାଚିତ ୫୪ ବିଜେପି ବିଧାୟକ । ସେପଟେ ବୈଠକରେ ଯୋଗ ଦେବା ଲାଗି ରାୟପୁରରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଟିମ୍। ଏହି ଟିମ୍‌ରେ ଅଛନ୍ତି ବରିଷ୍ଠ ନେତା ସର୍ବାନନ୍ଦ ସୋନୱଲ, ଅର୍ଜୁନ ମୁଣ୍ଡା, ଦୁଷ୍ୟନ୍ତ ଗୌତମ। ସେହିପରି ବିଜେପିର ଛତିଶଗଡ଼ ପ୍ରଭାରୀ ଓମ୍ ମାଥୁର, କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡବିୟ, ସହ ପ୍ରଭାରୀ ନୀତିନ ନବୀନ ମଧ୍ୟ ରାୟପୁରରେ ଅଛନ୍ତି।

Advertisment

ଛତିଶଗଡ଼ ରାଜ୍ୟ ବିଜେପି ମୁଖ୍ୟ ଅରୁଣ ରାଓଙ୍କ ସମେତ ନବ ନିର୍ବାଚିତ ବିଜେପି ବିଧାୟକଙ୍କ ସହିତ ପର୍ଯ୍ୟବେକ୍ଷକଙ୍କ ବୈଠକ ଚାଲିଛି। ପର୍ଯ୍ୟବେକ୍ଷକ ଟିମ୍ ସମସ୍ତଙ୍କ ମତାମତ ନେବେ। ତା ପରେ ସବୁ ଦିଗରୁ ବିଚାର କରି ନିଷ୍ପତ୍ତି ବିଧାୟକ ଦଳ ନେତା ବଛାଯିବ। ଆଉ କିଛି ମାସ ପରେ ସାଧାରଣ ନିର୍ବାଚନ ଥିବାରୁ ଓ ଆଦିବାସୀଙ୍କ ସମର୍ଥନ ହାସଲ ପାଇଁ ଜଣେ ଆଦିବାସୀ ନେତାଙ୍କୁ ବିଜେପି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ କରିପାରେ ବୋଲି ଚର୍ଚ୍ଚା ହେଉଛି।

India News BJP Chattisgarh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ