Advertisment

“ବିଜେପି କର୍ମୀଙ୍କ ଛେପରେ ଭାସିଯିବ କଂଗ୍ରେସ ସରକାର”

ନିଜର ବିବାଦୀୟ ବୟାନ ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି ଓଡ଼ିଶା ଓ ଛତିଶଗଡ଼ର ପ୍ରଭାରୀ ଦାୟିତ୍ୱରେ ଥିବା ଡ଼ି.ପୁରନ୍ଦେଶ୍ୱରୀ। ଛତିଶଗଡ଼ ଗସ୍ତରେ ଥିବା ବିଜେପି ନେତ୍ରୀ ସ୍ଥାନୀୟ ସରକାର ଅର୍ଥାତ୍‌ କଂଗ୍ରେସର ବାଘେଲ ସରକାରଙ୍କ ଉପରେ ଏପରି ମନ୍ତବ୍ୟ ଦେଇଛନ୍ତି ଯାହାକୁ ନେଇ ଏବେ ପୂରା ରାୟପୁରରେ ତେଜିଛି ରାଜନୀତି

 D Purandeswari

D Purandeswari

Advertisment

ରାୟପୁର: ନିଜର ବିବାଦୀୟ ବୟାନ ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି ଓଡ଼ିଶା ଓ ଛତିଶଗଡ଼ର ପ୍ରଭାରୀ ଦାୟିତ୍ୱରେ ଥିବା ଡ଼ି.ପୁରନ୍ଦେଶ୍ୱରୀ। ଛତିଶଗଡ଼ ଗସ୍ତରେ ଥିବା ବିଜେପି ନେତ୍ରୀ ସ୍ଥାନୀୟ ସରକାର ଅର୍ଥାତ୍‌ କଂଗ୍ରେସର ବାଘେଲ ସରକାରଙ୍କ ଉପରେ ଏପରି ମନ୍ତବ୍ୟ ଦେଇଛନ୍ତି ଯାହାକୁ ନେଇ ଏବେ ପୂରା ରାୟପୁରରେ ତେଜିଛି ରାଜନୀତି। ଏକ ସାଧାରଣ ସଭାରେ ଯୋଗ ଦେଇ ପୁରନ୍ଦେଶ୍ୱରୀ କହିଛନ୍ତି ଯେ, ଯଦି ଆମ ବିଜେପି କର୍ମୀମାନେ ଏକାଠି ହୋଇ ଛେପ ପକାଇ ଦେବେ ସେହି ଛେପରେ ହିଁ ବାଘେଲ ସରକାର ଭାସିଯିବ। କଂଗ୍ରେସ ସରକାରର ନିଶ୍ଚିତ ପତନ ହେବ।

Advertisment

କର୍ମୀଙ୍କର ଉତ୍ସାବ ବଢାଇବା ଲାଗି ପୁରନ୍ଦେଶ୍ୱରୀ କହିଛନ୍ତି ଯେ, ରାଜ୍ୟ ଗଠନ ହେବା ଦିନଠାରୁ ଆମେ ଅଧିକ ଦିନ ସରକାର କରିଛନ୍ତି। କିନ୍ତୁ ଚଳିତଥର ଆମକୁ ଜନମତ ମିଳିନଥିଲା। ତେଣୁ ଆଗାମୀ ଦିନରେ ଆମକୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। କର୍ମୀମାନେ ଆମର ମେରୁଦଣ୍ଡ। ତେଣୁ ନିର୍ବାଚନ ପୂର୍ବରୁ ଆମେ ନିଜକୁ ଭଲ ଭାବରେ ପ୍ରସ୍ତୁତ କରିବା ପାଇଁ ପଡ଼ିବ। କେବଳ ଏତିକି ନୁହେଁ ବରଂ ସେ ଆହୁରି ମଧ୍ୟ କହିଛନ୍ତି ଯେ, କେବଳ ଆମର ଇଚ୍ଛାଶକ୍ତି ଓ ମୋଦୀ ଜୀଙ୍କ ନେତୃତ୍ୱରେ ୨୦୨୩ ନିର୍ବାଚନରେ ଆମେ ସରକାର କରିବା। ଏବେଠାରୁ ହିଁ ପ୍ରତି ଗାଁରେ ଆମକୁ ବୁଲିବାକୁ ପଡ଼ିବ।

Advertisment

ତେବେ ଯାଇଁ ନିର୍ବାଚନର ନଦୀ ଆମେ ପାର୍‌ ହୋଇପାରିବା ବୋଲି ପୁରନ୍ଦେଶ୍ୱରୀ କହିଛନ୍ତି। କିନ୍ତୁ ଏହା ପରେ କର୍ମୀମାନଙ୍କୁ ଉତ୍ସାହ କରିବା ପାଇଁ କହିଛନ୍ତି, ଆପଣ ମାନେ ଯେତେବେଳେ କାମରେ ବୁଲୁଥିବେ ସେହି ସମୟରେ ପଛକୁ ବୁଲି ଛେପ ପକାଇ ଦେବେ। ଆଉ ସେହି ଛେପରେ ହିଁ ଏ ସରକାର ଭଷ୍ମ ହୋଇଯିବ। ତେବେ ପୁରନ୍ଦେଶ୍ୱରୀଙ୍କ ଏହି ମନ୍ତବ୍ୟକୁ ନେଇ ଏବେ ରାଜନୀତି ଜୋରସୋରରେ ଚାଲିଛି। କୁହାଯାଉଛି ଜଣେ ନେତ୍ରୀ ହୋଇ ଏପରି ଭାବରେ ବିବାଦୀୟ ମନ୍ତବ୍ୟ କେମିତି ଦେଲେ? ସେପଟେ ଏନେଇ କଂଗ୍ରେସ ମଧ୍ୟ ପ୍ରତିକ୍ରିୟା ରଖିଛି। ଦଳ ପକ୍ଷରୁ କୁହାଯାଇଛି ଯେ, କର୍ମୀମାନଙ୍କୁ ଉତ୍ସାହିତ କରିବା ପାଇଁ ଏପରି ବୟାନ ଦେବା ଜଣେ ଜାତୀୟ ସ୍ତରର ନେତାଙ୍କୁ ଶୋଭା ଦିଏ ନାହିଁ।

India BJP Politics Bhupesh Baghel D Purandeswari.
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ