/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702448106.jpg)
Mohan Yadav
ମଧ୍ୟପ୍ରଦେଶରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଯାଦବ । ରାଜ୍ୟପାଳ ମଙ୍ଗୁଭାଇ ଛଗନଭାଇ ପଟେଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏଥିପାଇଁ ଭୋପାଳରେ ଭବ୍ୟ ଆୟୋଜନ କରାଯାଇଛି । ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜଗଦୀଶ ଦେଓଡ଼ା, ରାଜେନ୍ଦ୍ର ଶୁକ୍ଳା । ଶପଥ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିଛନ୍ତି । ମୋଦିଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ମଧ୍ୟ ଉପସ୍ଥିତ ଅଛନ୍ତି । ଏଥିସହ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ନିମନ୍ତ୍ରଣ କରାଯାଇଛି ।
ମଧ୍ୟପ୍ରଦେଶର ନୂଆ ସରକାରରେ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ରହିବେ । ରାଜେନ୍ଦ୍ର ଶୁକ୍ଳା ଓ ଜଗଦୀଶ ଦେଓଡା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କୁ ବାଚସ୍ପତି ଦାୟିତ୍ୱ ମିଳିଛି । ଦକ୍ଷିଣ ଉଜୈନରୁ କ୍ରମାଗତ ୩ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ୫୮ବର୍ଷୀୟ ମୋହନ ଯାଦବ । ଶିବରାଜ ସିଂ ସରକାରରେ ସେ ଉଚ୍ଚଶିକ୍ଷାମନ୍ତ୍ରୀ ଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)