Advertisment

ପଦ୍ମ ଛାଡ଼ି ହାତ ଧରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର

କର୍ଣ୍ଣାଟକରେ ବିଜେପିକୁ ଲାଗିଛି ଝଟକା । ପଦ୍ମ ଛାଡ଼ି ହାତ ଧରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର। ଚଳିତ ବିଧାନସଭା ନିର୍ବାଚନ ନିମନ୍ତେ ବିଜେପି ଶେଟ୍ଟାରଙ୍କୁ ଟିକେଟ ନଦେବାରୁ ସେ ଏମିତି ନିଷ୍ପତ୍ତି ନେଇଛନ୍ତି।

ଅଦ୍ୟତନ ହୋଇଛି
Former CM Jagadish Shettar joins Congress

Jagadish Shettar

Advertisment

ପଦ୍ମ ଛାଡ଼ି ହାତ ଧରିଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର । ହୁବୁଲିରୁ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢିବେ ଜଗଦୀଶ ।  ସେପଟେ ନାମାଙ୍କନ ଭରିଲେ ତିନି ପ୍ରମୁଖ ଦଳର ବହୁ ବରିଷ୍ଠ ନେତା । କର୍ଣ୍ଣାଟକ ରାଜନୀତିର ଦଳ ଡିଆଁ ପର୍ବ ଲାଗିରହିଛି। ଆଜି ପଦ୍ମ ଛାଡ଼ି ହାତ ଧରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର। 

Advertisment

ଚଳିତ ବିଧାନସଭା ନିର୍ବାଚନରେ ବିଜେପି ଶେଟ୍ଟାରଙ୍କୁ ଟିକେଟ ନଦେବାରୁ ସେ ଦଳ ଛାଡି କଂଗ୍ରେସରେ ସାମିଲ ହୋଇଛନ୍ତି। ଶେଟ୍ଟାର ଆଜି ବେଙ୍ଗାଲୁରୁରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଶିବକୁମାରଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି।

ଶେଟ୍ଟାର କହିଛନ୍ତି, ମୁଁ ଜଣେ ବରିଷ୍ଠ ନେତା ହୋଇଥିଲେ ହେଁ ଦଳ ମୋତେ ଅପମାନିତ କରିଛି। ମୁଁ ରାଜ୍ୟରେ ବିଜେପିକୁ ଗଢ଼ିଥିବା ବେଳେ ଦଳ  ମୋତେ ମାନସମ୍ମାନ ଓ ପଦ ଦେଇଥିଲା। ପ୍ରତିବଦଳରେ ମୁଁ ବି ପାର୍ଟିକୁ ବହୁତ କିଛି ଦେଇଛି। ମୁଁ ହୁବ୍‌ଲି-ଧାରବାଡ଼ରୁ ୬ ଥର ନିର୍ବାଚିତ ହୋଇସାରିଛି। ଏହା ସତ୍ତ୍ୱେ ସେମାନେ ମୋତେ ଅଣଦେଖା କଲେ ଓ ଅପମାନିତ କଲେ। ଏଥିରେ ମୁଁ ବିଚଳିତ । ତେଣୁ ମୁଁ ଏହାକୁ ଚ୍ୟାଲେଞ୍ଜ କରିବାକୁ ନିଷ୍ପତ୍ତି ନେଇ କଂଗ୍ରେସରେ ଯୋଗ ଦେଇଛି।

Advertisment

ଲିଙ୍ଗାୟତ ସମ୍ପ୍ରଦାୟର ଜଗଦୀଶ ଶେଟ୍ଟାର ବିଜେପିର ରାଜ୍ୟ ସଭାପତି ସହ ବିଧାନସଭା ବାଚସ୍ପତି ଦାୟିତ୍ୱ ମଧ୍ୟ ତୁଲାଇ ଥିଲେ। ସେ ଲଗାତର ୬ ଥର ହୁବଲି-ଧରୱାଡ କେନ୍ଦ୍ରୀୟ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତେବେ ଟିକେଟ ନମିଳିବାରୁ  ଅପମାନିତ ବୋଧ କରି ସେ ବିଜେପି ଛାଡ଼ିଥିବା ଶେଟ୍ଟାର କହିଛନ୍ତି। ଶେଟ୍ଟାରଙ୍କୁ ବୁଝାଇବା ପାଇଁ ବିଜେପି ପକ୍ଷରୁ ବହୁତ ପ୍ରୟାସ କରାଯାଇଥିଲେ ହେଁ ସେ ମାନି ନଥିଲେ।  କଂଗ୍ରେସ ତାଙ୍କୁ ହୁବଲି ଆସନ ପାଇଁ ଟିକେଟ ଦେବ ବୋଲି କୁହାଯାଉଛି ।

Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ