ପୂରଣ ହେଲା ମାନସିକ; କ୍ଷମତାକୁ ଫେରିଲା ବିଜେପି, ଜୋତା ପିନ୍ଧିଲେ ଜିଲ୍ଲା ସଭାପତି

ଖାଲିପାଦରେ ରହି ମାନସିକ ପୂରଣ ପାଇଁ ପ୍ରାର୍ଥନା କରୁଥିଲେ । ଏବେ ନିର୍ବାଚନରେ ମଧ୍ୟପ୍ରଦେଶରେ ବିଜେପି ପୁଣି କ୍ଷମତାକୁ ଆସିଛି ।

ମାନସିକ ପୂରଣ ହେଲା, ଜୋତା ପିନ୍ଧିଲେ

ମାନସିକ ପୂରଣ ହେଲା, ଜୋତା ପିନ୍ଧିଲେ ମଧ୍ୟପ୍ରଦେଶର ଅନୁପୁର ବିଜେପି ଜିଲ୍ଲା ସଭାପତି ରାମଦାସ ପୁରୀ । ଆସନ୍ତା ନିର୍ବାଚନରେ ମଧ୍ୟପ୍ରଦେଶରେ ବିଜେପିର ବିଜୟ କାମନା କରି ରାମଦାସ ପୁରୀ ଜୋତା ପିନ୍ଧିବେନି ବୋଲି ୨୦୧୭-୧୮ ମସିହାରେ ମାନସିକ ରଖିଥିଲେ ।

ସେହି ଦିନଠାରୁ ସେ ଜୋତା କି ଚପଲ କିଛି ବି ବ୍ୟବହାର କରୁନଥିଲେ । ଖାଲିପାଦରେ ରହି ମାନସିକ ପୂରଣ ପାଇଁ ପ୍ରାର୍ଥନା କରୁଥିଲେ । ଏବେ ନିର୍ବାଚନରେ ମଧ୍ୟପ୍ରଦେଶରେ ବିଜେପି ପୁଣି କ୍ଷମତାକୁ ଆସିଛି । ଏହାପରେ ଅନୁପୁର ବିଜେପି ଜିଲ୍ଲା ସଭାପତି ରାମଦାସ ପୁରୀଙ୍କୁ ଜୋତା ପିନ୍ଧାଇଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ।

ସୂଚନା ଥାଉ କି, ମଧ୍ୟପ୍ରଦେଶରେ ପ୍ରଚଣ୍ଡ ବହୁମତ ସହ ବିଜେପିର ବିରାଟ ବିଜୟ ହୋଇଛି । ୨୩୦ ଆସନରୁ ୧୬୫ ଆସନ ଅର୍ଥାତ ଦୁଇ ତୃତୀୟାଂଶରୁ ଅଧିକ ସିଟ୍ ଜିତିଛି ବିଜେପି । କଂଗ୍ରେସ ଗତଥର ଅପେକ୍ଷା ପ୍ରାୟ ୫୦ ସିଟ୍ ହରାଇଛି । କୁହାଯାଉଛି ଲୋକପ୍ରିୟ ଲାଡଲି ବେହେନା ଯୋଜନା ପାଇଁ ବିଜେପି ଏଠି କ୍ଷମତା ବଜାୟ ରଖିବାରେ ସଫଳ ହୋଇଛି ।