Advertisment

ଉଦ୍ଧବ OUT, ମିଠା ଖାଇ ସେଲିବ୍ରେସନ କଲେ ବିଜେପି ନେତା

ଇସ୍ତଫା ପତ୍ର ଦେବା ପରେ ଉଦ୍ଧବ ଠାକ୍‌ରେ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି। ସେପଟେ ସେଲିବ୍ରେସନ ମୁଡ୍‌ରେ ମହାରାଷ୍ଟ୍ର ବିଜେପି।

BJP celebrates after Uddhav Thackeray resigns as Maharashtra CM

BJP celebrates after Uddhav Thackeray resigns as Maharashtra CM

Advertisment

ମହାରାଷ୍ଟ୍ର ମହାନାଟକରେ ପଡ଼ିଲା ଯବନିକା। ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଇସ୍ତଫା ଦେଇଛନ୍ତି। ରାଜଭବନରେ ରାଜ୍ୟପାଳ ଭଗତ ସିଂ କୋଶିଆରୀଙ୍କୁ ଭେଟି ସେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ରାଜ୍ୟପାଳ ମଧ୍ୟ ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ପଦ ସହ ବିଧାନ ପରିଷଦ ସଦସ୍ୟ ପଦରୁ ମଧ୍ୟ ଉଦ୍ଧବ ଠାକ୍‌ରେ ଇସ୍ତଫା ଦେଇଛନ୍ତି।

Advertisment

ଫ୍ଲୋର୍‌ ଟେଷ୍ଟ୍‌ ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଫେସବୁକ୍ ଲାଇଭ୍‌ରେ ଉଦ୍ଧବ ଠାକ୍‌ରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଥିଲେ। ଯେଉଁଥିରେ ସେ ନିଜ ଇସ୍ତଫା କଥା ଘୋଷଣା କରିଥିଲେ। ପରେ ନିଜ ବାସଭବନରୁ କଡ଼ା ସୁରକ୍ଷା ମଧ୍ୟରେ ରାଜଭବନ ଆସି ରାଜ୍ୟପାଳଙ୍କୁ ସେ ନିଜର ଇସ୍ତଫା ପତ୍ର ଦେଇଛନ୍ତି। ଇସ୍ତଫା ପତ୍ର ଦେବା ପରେ ଉଦ୍ଧବ ଠାକ୍‌ରେ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି। ନିଜ ୨ ପୁଅଙ୍କ ସହ ମନ୍ଦିରରେ ଯାଇ ଉଦ୍ଧବ ପୂଜା କରିଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ରାଜଭବନରୁ ଫେରିବା ବେଳେ ଉଦ୍ଧବ ରାସ୍ତାରେ ଅଟକି ଏକ ମନ୍ଦିରକୁ ଯାଇଥିଲେ।ସେଠାରେ ପୂଜାର୍ଚ୍ଚନା କରିବା ସହ ସେ କିଛି ସମୟ ବିତାଇଥିଲେ। 

ସେପଟେ ସେଲିବ୍ରେସନ ମୁଡ୍‌ରେ ମହାରାଷ୍ଟ୍ର ବିଜେପି। ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସପକ୍ଷରେ ସ୍ଲୋଗାନ ଦେବା ସହ ପରସ୍ପରକୁ ମିଠା ଖୁଆଇ ଉତ୍ସବ ମନାଇଥିଲେ। ଆସନ୍ତା ୧ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନାଭିସ ଶପଥ ନେବାର ସମ୍ଭାବନା ରହିଛି। ଉଦ୍ଧବଙ୍କ ଇସ୍ତଫା ପରେ ଏକନାଥ ସିନ୍ଧେଙ୍କ ସହ ଫୋନରେ କଥା ହୋଇଥିଲେ ଫଡନାଭିସ। 

Advertisment

ମହାରାଷ୍ଟ୍ରରେ ୨୦୧୯ରେ ମହା ବିକାଶ ଅଘାଡି ସରକାର ଶାସନ କ୍ଷମତାକୁ ଆସିଥିଲା। ଶିବସେନା, ଏନ୍‌ସିପି ଏବଂ କଂଗ୍ରେସ ମିଳିତ ଭାବେ ସରକାର ଗଢିଥିଲେ।  ୨୦୧୯ ମସିହା ୨୬ ନଭେମ୍ବରରେ ଶିବସେନା ନେତା ଉଦ୍ଧବ ଠାକରେଙ୍କୁ MVAର ସଭାପତି କରାଯାଇଥିଲା।  ୨୦୧୯ ମସିହା ୨୮ ନଭେମ୍ବରରେ ସେ ମହାରାଷ୍ଟ୍ରର ୧୯ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାପରେ ଚଳିତ ବର୍ଷ ଏନଡିଏରୁ ଶିବସେନା ଓହରି ଯାଇଥିବା ନେଇ ଉଦ୍ଧବ ଠାକ୍‌ରେ ଘୋଷଣା କରିଥିଲେ। 

Devendra Fadnavis Udhav Thackrey Eknath Shinde Maharashtra Political Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ