Advertisment

ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ହେବେ ବିଷ୍ଣୁଦେଓ ସାଏ

ବିଷ୍ଣୁଦେଓ ସାଏ ହେବେ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ। ବିଷ୍ଣୁଦେଓ ସାଏଙ୍କ ନାଁରେ ମୋହର ମାରିଲେ ହାଇକମାଣ୍ଡ। ୮ ଦିନ ପରେ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା କଲା ବିଜେପି।

ଅଦ୍ୟତନ ହୋଇଛି
Vishnu Deo Sai new CM Of Chattisgarh

Vishnu Deo Sai new CM Of Chattisgarh

Advertisment

ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ହେବେ ବିଷ୍ଣୁଦେଓ ସାଏ । ବିଜେପି ବିଧାୟକ ଦଳ ବୈଠକରେ ବିଷ୍ଣୁଦେଓ ସାଏଙ୍କ ନାଁରେ ମୋହର ବାଜିଛି। ବିଷ୍ଣୁଦେଓ ଛତିଶଗଡ଼ର ଜଣେ ଜଣାଶୁଣା ଆଦିବାସୀ ଚେହେରା। କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ପ୍ରଥମ ସରକାରରେ ସେ ମନ୍ତ୍ରୀ ଥିଲେ। ୨୦୨୦ରୁ ୨୦୨୨ ପର୍ଯ୍ୟନ୍ତ ସେ ଛତିଶଗଡ଼ ବିଜେପି ରାଜ୍ୟ ସଭାପତି ଦାୟିତ୍ୱ ତୁଲାଇଥିଲେ। ସେହିପରି ଅଜିତ ଯୋଗୀଙ୍କ ପରେ ବିଷ୍ଣୁଦେଓ ହେଉଛନ୍ତି ଦ୍ୱିତୀୟ ଆଦିବାସୀ ଚେହେରା ଯିଏ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।

Advertisment

ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜେପିକୁ ବିପୁଳ ବିଜୟ ମିଳିଛି । ଛତିଶଗଡ଼ରେ ମୋଟ ୯୦ଟି ବିଧାନସଭା ଆସନରୁ ୫୪ଟିରେ ଜିତିଛି ବିଜେପି। ନିର୍ବାଚନ ପୂର୍ବରୁ ବିଜେପି ମୁଖ୍ୟମନ୍ତ୍ରୀ ଚେହେରା ସାମ୍ନାକୁ ଆଣିନଥିବା ବେଳେ ବିଜୟ ପରେ କିଏ ହେବେ ମୁଖ୍ୟମନ୍ତ୍ରୀ ସେ ନେଇ ନାନା ଚର୍ଚ୍ଚା ଲାଗି ରହିଥିଲା । 

#ଛତିଶଗଡ଼_ମୁଖ୍ୟମନ୍ତ୍ରୀ_ବିଷ୍ଣୁଦେବ_ସାଏ
-ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ହେବେ ବିଷ୍ଣୁଦେବ ସାଏ
-ବିଧାୟକ ଦଳ ବୈଠକରେ ବିଷ୍ଣୁଦେଓ ସାଏଙ୍କ ନାଁରେ ମୋହର#chattisgarh#vishnudeosai#NewCM#OTVpic.twitter.com/kINFl7STtM

Advertisment

India News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ