Advertisment

ବିଲକିସ୍ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ଜେଲ୍ ଯିବେ ୧୧ ଦୋଷୀ

ବହୁ ଚର୍ଚ୍ଚିତ ଗୁଜରାଟ ବିଲକସ ବାନୋ ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି । ଦୋଷୀଙ୍କୁ ସମୟ ପୂର୍ବରୁ ମୁକ୍ତି କରିବା ଠିକ ନୁହେଁ ବୋଲି କୋର୍ଟ କହିଛନ୍ତି । ଏବେ ସମସ୍ତ ଦୋଷୀ ଜେଲ ଯିବେ ।

ଅଦ୍ୟତନ ହୋଇଛି
Bilkis Bano case

Bilkis Bano case

Advertisment

ଗୁଜରାଟ ବିଲକିସ୍‌ ବାନୋ ଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ଫଇସଲା । କୋର୍ଟ ଗୁଜରାଟ ସରକାରଙ୍କ ଦୋଷୀଙ୍କ ମୁକ୍ତି ନିଷ୍ପତ୍ତିକୁ ରଦ୍ଦ କରିଦେଇଛନ୍ତି । ଆବେଦନକାରୀଙ୍କ ପିଟିସନକୁ ଗ୍ରହଣ କରି କୋର୍ଟ କହିଛନ୍ତି, ମହିଳା ସମ୍ମାନର ହକଦାର । ସୁପ୍ରିମକୋର୍ଟଙ୍କ କହିବା କଥା ଦୁଇ ରାଜ୍ୟ ମହାରାଷ୍ଟ୍ର, ଗୁଜରାଟର ନିମ୍ନ ଅଦାଲତ ଏବଂ ହାଇକୋର୍ଟ ଏହି ମାମଲାରେ ଫଇସଲା ଶୁଣାଇଛନ୍ତି । ତେଣୁ ଏଥିରେ ପ୍ରକାର ଦଖଲ ଦେବାଦେବାର ଆବଶ୍ୟକତା ନାହିଁ ।

Advertisment

୨୦୨୨ ଅଗଷ୍ଟ ମାସରେ ଗୁଜରାଟ ସରକାର ବିଲକିସ୍‌ ବାନୋ ଗଣଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୧୧ ଜଣ ଦୋଷୀଙ୍କୁ ମୁକ୍ତ କରିଥିଲେ । ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ଆବେଗନ କରାଯାଇଥିଲା । ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ରାଯ ଆସିବା ପରେ ସମସ୍ତ ଦୋଷୀଙ୍କୁ ଜେଲ ଯିବାକୁ ପଡିବ ।

ଅଗଷ୍ଟ ୨୦୨୨ ଗୁଜରାଟ ସରକାର ବିଲକିସ୍‌ ବାନୋ ଗଣଦୁଷ୍କର୍ମ ମାମଲାରେ ଆଜୀବନ କାରା ଦଣ୍ଡାଦେଶରେ ଦଣ୍ଡିତ ହୋଇଥିବା ୧୧ ଦୋଷୀଙ୍କୁ ମୁକ୍ତ କରିଥିଲେ। ତେବେ ସମୟ ପୂର୍ବରୁ ଦୋଷୀମାନଙ୍କୁ ମୁକ୍ତ କରିବାକୁ ନେଇ ୩୦ ନଭେମ୍ବର ୨୦୨୨ରେ ସୁପ୍ରିମକୋର୍ଟରେ ଦୁଇଟି ଆବେଦନ କରାଯାଇଥିଲା । ପ୍ରଥମ ଆବେଦନରେ ଦୋଷୀଙ୍କୁ ମୁକ୍ତ କରିବାକୁ ଚ୍ୟାଲେଞ୍ଜ କରି ସେମାନଙ୍କୁ ଜେଲ ପଠାଇବାକୁ ଦାବି କରାଯାଇଥିଲା ।

Advertisment

ଦ୍ୱିତୀୟଟିରେ ସୁପ୍ରିମକୋର୍ଟଙ୍କ ଆଦେଶର ପୁନର୍ବିଚାର କରିବାକୁ ଦାବି କରାଯାଇଥିଲା । ସୁପ୍ରିମକୋର୍ଟ ମେ' ୨୦୨୩ ରେ ଗୁଜରାଟ ସରକାର ଦୋଷୀମାନଙ୍କୁ ମୁକ୍ତ କରିବା ପାଇଁ ନିଷ୍ପତ୍ତି ନେବେ ବୋଲି କହିଥିଲେ । ଏହି ପରିପ୍ରେକ୍ଷୀରେ ଶୁଣାଣି କରି ଜଷ୍ଟିସ ବି.ଭି ନାଗରତ୍ନା ଏବଂ ଜଷ୍ଟିସ ଉଜ୍ୱଲ ଭୁୟାଁଙ୍କ ସ୍ୱତନ୍ତ୍ର ବେଞ୍ଚ ୧୨ ଅକ୍ଟୋବର ୨୦୨୩ ରେ ରାୟ ସଂରକ୍ଷିତ ରଖିଥିଲେ । 

Supreme Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ