Wife Killed Husband
ରିଲ୍ସ କରିବାକୁ ମନା କରିବାରୁ ସ୍ୱାମୀକୁ ଜୀବନରୁ ମାରିଦେଲା ସ୍ତ୍ରୀ । ନିଜ ଦୁଇ ଭଉଣୀ ଓ ପ୍ରେମିକଙ୍କ ସହ ମିଶି ରଚିଲା ସ୍ୱାମୀ ମୃତ୍ୟୁର ଯନ୍ତା । ବିହାର ବେଗୁସରାଇ ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିବା ସହ ତାଙ୍କ ଦୁଇ ଭଉଣୀଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ସୂଚନାନୁଯାୟୀ ୭ ବର୍ଷ ପୂର୍ବେ ରାନୀ କୁମାରୀଙ୍କୁ ବିବାହ କରିଥିଲେ ମହେଶ୍ୱର କୁମାର ରାଏ । ମହେଶ୍ୱର କୋଲକାତାରେ ଦିନ ମଜୁରିଆ ଭାବରେ କାମ କରୁଥିଲେ । ନିକଟରେ ସେ ନିଜ ଘରକୁ ଆସିଥିଲେ । ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ସ୍ତ୍ରୀ ଇନଷ୍ଟା ଓ ଟିକ୍ଟକ୍ରେ ଦୈନିକ ଏକାଧିକ ଭିଡିଓ ପୋଷ୍ଟ କରୁଥିଲେ । ଯାହାକୁ ନାପସନ୍ଦ କରିଥିଲେ ମହେଶ୍ୱର । ଏଥିପାଇଁ ଦୁହିଁଙ୍କ ଭିତରେ ପାଟିଟୁଣ୍ତ ବି ହୋଇଥିଲା ।
ମହେଶ୍ୱରଙ୍କ ପିତା ମଧ୍ୟ ଅଭିଯୋଗ କରିଥିଲେ କି ରାନୀଙ୍କ ମହମ୍ମଦ ସାଜଦ ନାମକ ଜଣେ ବ୍ୟକ୍ତିଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ । ଏହାପରେ ରାନୀ ପାଟିଟୁଣ୍ତ କରି ନିଜ ବାପ ଘରକୁ ପଳାଇଥିଲେ । ଏହାପରେ ରଚାଇଥିଲେ ସ୍ୱାମୀର ମର୍ଡର ପ୍ଲାନ । ରବିବାର ରାନୀ ମହେଶ୍ୱରଙ୍କୁ ନିଜ ବାପଘରକୁ ଡାକିଥିଲେ । ଏହାପରେ ସେ ନିଜ ଦୁଇ ଭଉଣୀ ଓ ପ୍ରେମିକ ସହ ମିଶି ମହେଶ୍ୱରଙ୍କୁ ହତ୍ୟା କରିଥିଲେ ।
ଘଟଣାଟି ରବିବାର ରାତି ୧୦ଟା ୩୦ ପାଖାପାଖି ସମସ୍ତଙ୍କ ସାମ୍ନାକୁ ଆସିଥିଲା । ଯେତେବେଳେ ମହେଶ୍ୱରଙ୍କ ଭାଇ ରୁଗଲ କୋଲକାତାରୁ ପୋଲନ କରିଥିଲେ । ଜଣେ ଅଜଣା ବ୍ୟକ୍ତି ଏହି ଫୋନ୍ଟି ଉଠାଇଥିଲେ । ଏହାପରେ ରୁଦଲ ନିଜ ବାପାଙ୍କୁ ଫୋନ୍ କରି ମହେଶ୍ୱରଙ୍କ ଶ୍ୱଶୁର ଘରକୁ ପଠାଇଥିଲେ । ମହେଶ୍ୱର ମରିଯାଇଥିବା ତାଙ୍କ ବାପା ଜାଣିବାକୁ ପାଇଥିଲେ । ଏହାପରେ ପୋଲିସ ମୃତଦେହକୁ ଜବତ କରି ଅଭିଯୁକ୍ତଙ୍କୁ ଅଟକ ରଖିଛି । ପୋଲିସ ଅଭିଯୋଗ ଅନୁଯାୟୀ ୫ ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ମହେଶ୍ୱରଙ୍କ ସ୍ତ୍ରୀ ଓ ତାଙ୍କ ଦୁଇ ଭଉଣୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704812252.jpg)