Advertisment

ନୀତିଶଙ୍କୁ ଅକଳରେ ପକାଇ ପାରନ୍ତି ବିଜେପି ମନ୍ତ୍ରୀ

ସେପଟେ ନୂଆ ସରକାର ଗଠନ ପୂର୍ବରୁ ଆରମ୍ଭ ହୋଇଯାଇଛି ମୂଲଚାଲ ରାଜନୀତି। ଅନ୍ୟପକ୍ଷେ, ନୀତିଶଙ୍କୁ ଅକଳରେ ପକାଇ ପାରନ୍ତି ବିଜେପି ମନ୍ତ୍ରୀ।

ଅଦ୍ୟତନ ହୋଇଛି
 Bihar Political Crisis: CM Nitish Kumar May Face More Problem

Bihar Political Crisis: CM Nitish Kumar May Face More Problem

Advertisment

ବିହାରରେ ଭାଙ୍ଗିଲା ବିଜେପି-ଜେଡିୟୁ ମେଣ୍ଟ। ଜେଡିୟୁ ମେଣ୍ଟ ଭାଙ୍ଗିଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏହାସହ ଜେଡିୟୁ ନେତା ଉପେନ୍ଦ୍ର କୁଶୱା ମଧ୍ୟ ପରୋକ୍ଷରେ ଏହି ସୂଚନା ଦେଇଛନ୍ତି। ନୂଆ ରୂପରେ ନୂଆ ମେଣ୍ଟ ଗଠନ ସମ୍ପର୍କରେ ସେ ସୂଚନା ଦେଇଛନ୍ତି। ଏହାସହ ନୂଆ ମେଣ୍ଟକୁ ନେତୃତ୍ୱ ଦେବା ନେଇ ନୀତିଶ କୁମାରଙ୍କୁ କୁଶୱା ବଧାଇ ଜଣାଇଛନ୍ତି।ନୀତିଶ ଆଗକୁ ବଢନ୍ତୁ, ଦେଶ ଆପଣଙ୍କୁ ଅପେକ୍ଷା କରିଛି ବୋଲି ସେ କହିଛନ୍ତି। 

Advertisment

ବିଜେପି ହାତ ଛାଡ଼ି ପୁଣି ଆର୍‌ଜେଡିକୁ ନୀତିଶ ସାଥି କରିବେ। ଆର୍‌ଜେଡି, କଂଗ୍ରେସ ଓ ବାମଦଳକୁ ନେଇ ସରକାର ଗଢ଼ିବାକୁ ନୀତିଶ ସଜବାଜ ହେଉଛନ୍ତି। ନୂଆ ସରକାର ଗଢ଼ିବା ନେଇ ଅପରାହ୍ଣ ୪ଟାରେ ରାଜ୍ୟପାଳଙ୍କୁ ନୀତିଶ କୁମାର ଭେଟିବେ ବୋଲି ସୂଚନା ମିଳିଛି। ଏନେଇ ସେ ରାଜ୍ୟପାଳଙ୍କୁ ସମୟ ମାଗିଛନ୍ତି।ଆଜି ସକାଳେ ଜେଡିୟୁ ବିଧାୟକଙ୍କ ସହ ନୀତିଶ ବୈଠକ କରିଥିଲେ।

ସେପଟେ ନୂଆ ସରକାର ଗଠନ ପୂର୍ବରୁ ଆରମ୍ଭ ହୋଇଯାଇଛି ମୂଲଚାଲ ରାଜନୀତି। ତେଜସ୍ୱୀ ଯାଦବ ଗୃହ ମନ୍ତ୍ରଣାଳୟ ମାଗୁଥିବା ଚର୍ଚ୍ଚା ହେଉଛି। ପରିସ୍ଥିତିକୁ ଦେଖି ବିଧାୟକଙ୍କୁ ଏକାଠି ରଖିବାକୁ ରାଜ୍ୟ କଂଗ୍ରେସ ପ୍ରଭାରୀ ଭକ୍ତଚରଣ ଦାସ ଗୁପ୍ତ ବୈଠକ କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷେ, ନୀତିଶଙ୍କୁ ଅକଳରେ ପକାଇ ପାରନ୍ତି ବିଜେପି ମନ୍ତ୍ରୀ। ମନ୍ତ୍ରିମଣ୍ଡଳରେ ଥିବା ୧୬ ଜଣ ବିଜେପି ମନ୍ତ୍ରୀ ଇସ୍ତଫା ଦେବାକୁ ଅରାଜି ଥିବା ସୂଚନା ମିଳିଛି। ଇସ୍ତଫା ଦେବେ ନାହିଁ ବୋଲି ସେମାନେ ଅଡ଼ି ବସିଛନ୍ତି। 

Advertisment

ସୂଚନାଥାଉ କି, ବିହାରରେ ଗତ ବିଧାନସଭା ନିର୍ବାଚନରେ ୨୪୩ ଆସନରୁ ଏନ୍‌ଡିଏ ୧୨୭ଟି ଆସନରେ ବିଜୟୀ ହୋଇଥିଲା। ଜେଡିୟୁକୁ ୪୫ ଏବଂ ବିଜେପିକୁ ୭୭ଟି ସିଟ୍ ମିଳିଥିଲା। NDAର ଅନ୍ୟ ସହଯୋଗୀଙ୍କୁ ୫ଟି ସିଟ୍ ମିଳିଥିଲା। କମ୍ ଆସନ ପାଇଥିବା ସତ୍ତ୍ୱେ ନୀତିଶଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ କରିଥିଲା। 

BJP Bihar Politics Nitish Kumar Bihar Political Crisis BJP JDU Alliance JDU
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ