Advertisment

ଭାଙ୍ଗି ଯିବ କି ବିହାରରେ BJP-JDU ମେଣ୍ଟ ? ବିଧାୟକ ଦଳ ବୈଠକ ଡାକିଲେ ନୀତିଶ କୁମାର

NDA ଡଙ୍ଗାରୁ ଡେଇଁ ପଡ଼ିବ କି JDU ?  ଦୁଇ ପାର୍ଟି ମଧ୍ୟରେ ଫାଟ ଏତେ ବଢ଼ି ଯାଇଛି ଯେ କୌଣସି ସମୟରେ ବି ମେଣ୍ଟ ଭାଙ୍ଗିବା ଆଶଙ୍କା ରହିଛି।

Bihar Political Crisis

Bihar Political Crisis

Advertisment

ଭାଙ୍ଗି ଯିବ କି ବିହାରରେ ବିଜେପି-ଜେଡିୟୁ ମେଣ୍ଟ ? NDA ଡଙ୍ଗାରୁ ଡେଇଁ ପଡ଼ିବ କି JDU ?  ଦୁଇ ପାର୍ଟି ମଧ୍ୟରେ ଫାଟ ଏତେ ବଢ଼ି ଯାଇଛି ଯେ କୌଣସି ସମୟରେ ବି ମେଣ୍ଟ ଭାଙ୍ଗିବା ଆଶଙ୍କା ରହିଛି। ଏହାରି ଭିତରେ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଧାୟକ ଦଳ ବୈଠକ ଡାକିଛନ୍ତି। ଏଥିରେ ସାଂସଦମାନେ ମଧ୍ୟ ଉପସ୍ଥିତ ରହିବେ।

Advertisment

ସେପଟେ ପରିସ୍ଥିତିକୁ ଦେଖି କଂଗ୍ରେସ ବିଧାୟକଙ୍କୁ ଏକ ରଖିବାକୁ ରାଜ୍ୟ ପ୍ରଭାରୀ ଭକ୍ତଚରଣ ଦାସ ଗୁପ୍ତ ବୈଠକ କରିଥିବା ସୂଚନା ମିଳିଛି। ଖୁବଶୀଘ୍ର ବିଜେପି ମେଣ୍ଟରୁ ଓହରିବାକୁ ଜେଡିୟୁ ଘୋଷଣା କରିପାରେ। ଏପରିକି କଂଗ୍ରେସ, ଆରଜେଡି ଏବଂ ବାମ ଦଳ ସହ ମିଶି ବିକଳ୍ପ ସରକାର ଗଢିବାକୁ ଯୋଜନା ହେଉଥିବା ଚର୍ଚ୍ଚା ହେଉଛି।

ଆର୍‌ସିପି ସିଂଙ୍କ ଜରିଆରେ ବିଜେପି ତାଙ୍କ ଦଳ ଭାଙ୍ଗିବାକୁ ଉଦ୍ୟମ କରୁଥିବା ଜେଡିୟୁ ଅଭିଯୋଗ କରିଛି। ବିହାରରେ ଗତ ବିଧାନସଭା ନିର୍ବାଚନରେ ୨୪୩ ଆସନରୁ NDA ୧୨୭ଟିରେ ବିଜୟୀ ହୋଇଥିଲା। ଜେଡିୟୁକୁ ୪୫ ଏବଂ ବିଜେପିକୁ ମିଳିଥିଲା ୭୭ଟି ଆସନ। ତେବେ ଏନ୍‌ଡିଏର ଅନ୍ୟ ସହଯୋଗୀଙ୍କୁ ୫ଟି ସିଟ୍ ମିଳିଥିଲା। କମ୍ ଆସନ ପାଇଥିବା ସତ୍ତ୍ୱେ ନୀତିଶ କୁମାରଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ କରିଥିଲା। 

Advertisment

ଜାଣନ୍ତୁ, ବିହାରରେ କାହା ପାଖରେ କେତେ ଆସନ ରହିଛି ?

  • NDA ପାଖରେ ୧୨୭ଟି ଆସନ
  • ବିଜେପିର ଅଛନ୍ତି ୭୭ ଜଣ ବିଧାୟକ
  • ଜେଡିୟୁର ୪୫ ଜଣ ବିଧାୟକ
  • NDAକୁ ସମର୍ଥନ କରୁଛନ୍ତି ୫ ଜଣ ବିଧାୟକ
  • ମହାମେଣ୍ଟ ପାଖରେ ୭୯ ଜଣ ବିଧାୟକ
  • ବାମଦଳ ପାଖରେ ୧୬
  • କଂଗ୍ରେସ ମେଣ୍ଟ ପାଖରେ ୨୦
  • ବିହାରରେ ମୋଟ ଆସନ ୨୪୩
  • ମ୍ୟାଜିକ୍ ନମ୍ବର ରହିଛି ୧୨୨
Nitish Kumar Bihar Politics BJP JDU BJP JDU Alliance Bihar Political Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ