Advertisment

ମଦ ପିଇବେନି ବୋଲି ଶପଥ ନେଲେ ପୋଲିସ ଅଧିକାରୀ ଓ କର୍ମଚାରୀ

ମଦ ପିଇବେନି ବୋଲି ଶପଥ ନେଲେ ପୋଲିସ ଅଧିକାରୀ ଓ କର୍ମଚାରୀ। ମଦ ବିରୋଧୀ ଆଇନ୍‌ ରାଜ୍ୟରେ ଫେଲ୍ ମାରିବା ପରେ ‌ଏଭଳି ଶପଥ ନେଇଛନ୍ତି ବିହାରର ପୋଲିସ୍‌ କର୍ମୀ।

ଅଦ୍ୟତନ ହୋଇଛି
Bihar Police Personnel Take Oath

Bihar Police Personnel Take Oath

Advertisment

ପାଟନା: ମଦ ପିଇବେନି ବୋଲି ଶପଥ ନେଲେ ପୋଲିସ ଅଧିକାରୀ ଓ କର୍ମଚାରୀ। ବିହାରକୁ ମଦ ମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଆହ୍ୱାନରେ ସାରା ରାଜ୍ୟରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମଦ ବିରୋଧୀ ଆଇନ୍‌ ରାଜ୍ୟରେ ଫେଲ୍ ମାରିବା ପରେ ‌ଏଭଳି ଶପଥ ନେଇଛନ୍ତି ବିହାରର ପୋଲିସ୍‌ କର୍ମୀ। ବିହାର ପୋଲିସ ମୁଖ୍ୟାଳୟରେ ଗତକାଲି ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। 

Advertisment

ଶପଥ ନିଆଯାଇଥିଲା ଯେ, ‘ମୁଁ ଆଜୀବନ ମଦ ପିଇବି ନାହିଁ। ଡ୍ୟୁଟିରେ ଥାଏ ବା ନଥାଏ।’ ତେବେ ରୋଚକ କଥା ହେଉଛି, ପ୍ରଥମ ଥର ପାଇଁ ବିହାର ପୋଲିସ୍‌ ଏଭଳି ଶପଥ ନେଇ ନାହାନ୍ତି। ଏହା ପୂର୍ବରୁ ତିନି ତିନି ଥର  ଶପଥ ନେଇ ସାରିଛନ୍ତି ବିହାରର ପୋଲିସ କର୍ମଚାରୀ। ୨୦୧୬, ୨୦୧୯ ଓ ୨୦୨୦ରେ ଶପଥ ନେଇଥିଲେ ବିହାର ପୋଲିସ୍‌। ହେଲେ ଫଳ ସେଭଳି ଆଖିଦୃଶିଆ ଭାବେ ଦେଖିବାକୁ ମିଳିନଥିଲା।

ଗତ କିଛି ଦିନ ପୂର୍ବେ ବିହାର ମଦ ମୃତ୍ୟୁ ଘଟଣା ପୁଣିଥରେ ସରକାର ନିଦ ଭାଙ୍ଗି ଦେଇଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଆହ୍ୱାନ କ୍ରମେ ଶୁକ୍ରବାର ପୋଲିସ କର୍ମୀଙ୍କ ସମେତ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀ ନିଶାମୁକ୍ତି ଦିବସରେ ମଦ ଛାଡ଼ିବାକୁ ଶପଥ ନେଇଥିଲେ। ଛାତ୍ରଛାତ୍ରୀମାନେ ନିଶାମୁକ୍ତି ବାର୍ତ୍ତା ସହ ଲୋକଙ୍କୁ ସଚେତନ କରିଥିଲେ।  

Advertisment

୨୦୧୬  ଏପ୍ରିଲରୁ ବିଧିବଦ୍ଧ ଭାବେ ନିଜକୁ ମଦମୁକ୍ତ ରାଜ୍ୟ ବୋଲି ଘୋଷଣା କରିଛି ବିହାର। ପ୍ରତିବର୍ଷ ନିଶାମୁକ୍ତି ଦିବସରେ ଏଭଳି କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି। ହେଲେ ବାସ୍ତବରେ ମଦ ଉପରେ ସମ୍ପୂର୍ଣ୍ଣ ରୋକ୍ ଲାଗିପାରିନି। ସୂଚନା ଅନୁସାରେ, ୨୦୧୬ ପରଠୁ ଲକ୍ଷ ଲକ୍ଷ ଲିଟର ବେଆଇନ୍‌ ମଦ ଜବତ ହେବା ସହ ପ୍ରାୟ ୮୫୦ ପୋଲିସ କର୍ମଚାରୀ ମାତାଲ ଅବସ୍ଥାରେ ଧରାପଡ଼ି, ନଚେତ ବେ‌ଆଇନ୍‌ ମଦ କାରବାରରେ ସମ୍ପୃକ୍ତ ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି । ୨୦୬ ଜଣଙ୍କୁ ବରଖାସ୍ତ କରାଯାଇଛି। ଚଳିତ ବର୍ଷ ଜାନୁଆରୀରୁ ଅକ୍ଟୋବର ମଧ୍ୟରେ ବିହାର ପୋଲିସ ପ୍ରାୟ ୩୯ ଲକ୍ଷ ଲିଟର ବେଆଇନ୍‌ ମଦ ଜବତ କରିଥିବା ବେଳେ ୬୨ ହଜାରରୁ ଅଧିକ ଲୋକ ଗିରଫ ହୋଇଛନ୍ତି। 

Bihar Police Liquor Ban
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ