Advertisment

ବିହାରରେ ରେଳବାଇର ବଡ଼ ଘୋଷଣା : ସକାଳ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ ଟ୍ରେନ୍‌ ସେବା

ହିଂସାତ୍ମକ ପ୍ରତିବାଦ ଯୋଗୁଁ ବାଧ୍ୟ ହୋଇ ପୂର୍ବ କେନ୍ଦ୍ରୀୟ ରେଳବାଇ ଟ୍ରେନ୍ ଚଳାଚଳରେ ଅସ୍ଥାୟୀ ପରିବର୍ତ୍ତନ କରିଛି

ଅଦ୍ୟତନ ହୋଇଛି
Special story

Special story

Advertisment

ଅଗ୍ନିପଥ ଯୋଜନା ପାଇଁ ବିହାର ରେଳବାଇ ବଡ଼ ଘୋଷଣା କରିଛି । ସକାଳ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ କୌଣସି ଟ୍ରେନ୍ ଚଳାଚଳ କରିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ବିହାରରେ 'ଅଗ୍ନିପଥ' ଯୋଜନା ବିରୋଧରେ ସବୁଠାରୁ ଅଧିକ ହିଂସା ହୋଇଛି । ଆନ୍ଦୋଳନାକାରୀ ୧୨ରୁ ଅଧିକ ଟ୍ରେନରେ ନିଆଁ ଲଗାଇ ଦେଇଥିବା ସହ ସାର୍ବଜନୀନ ସମ୍ପତ୍ତି ମଧ୍ୟ ନଷ୍ଟ କରିଦେଇଛନ୍ତି । ରେଳ ଅଧିକାରୀଙ୍କ ଅନୁଯାୟୀ ରେଳବାଇର ସମ୍ପତ୍ତି ଭାଙ୍ଗିବା ଦ୍ୱାରା କେବଳ ବିହାରରେ ୨୦୦ କୋଟିରୁ ଅଧିକ କ୍ଷତି ଘଟିଛି ।

Advertisment

ହିଂସାତ୍ମକ ପ୍ରତିବାଦ ଯୋଗୁଁ ବାଧ୍ୟ ହୋଇ ପୂର୍ବ କେନ୍ଦ୍ରୀୟ ରେଳବାଇ ଟ୍ରେନ୍ ଚଳାଚଳରେ ଅସ୍ଥାୟୀ ପରିବର୍ତ୍ତନ କରିଛି । ବିକ୍ଷୋଭ ପାଇଁ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅନ୍ୟ ଜୋନାଲ ରେଳପଥରୁ ଚଳାଚଳା କରୁଥିବା ଟ୍ରେନ ଚଳାଚଳରେ ଅସ୍ଥାୟୀ ପରିବର୍ତ୍ତନ ଆସିଛି। ରେଳବାଇ ପକ୍ଷରୁ କୁହାଯାଇଛି ଯାତ୍ରୀ ଏବଂ ରେଳ ସମ୍ପତ୍ତିର ସୁରକ୍ଷାକୁ ଦୃଷ୍ଟିରେ ରଖି ୧୮.୦୬.୨୦୨୨ ତାରିଖ ୨୦.୦୦ ଘଣ୍ଟା ଠାରୁ ୧୯.୦୬.୨୦୨୨ ତାରିଖ ୦୪.୦୦ ଘଣ୍ଟା ପର୍ଯ୍ୟନ୍ତ ତଥା ୧୯.୦୬.୨୦୨୨ ତାରିଖ ୨୦.୦୦ ଘଣ୍ଟା ରୁ ୨୦.୦୬.୨୦୨୨ ତାରିଖ ୨୦.୦୦ ଘଣ୍ଟା ପର୍ଯ୍ୟନ୍ତ ଚାଲୁଥିବା ଟ୍ରେନ୍‌ ଗୁଡ଼ିକର ଚଳାଚଳାରେ ଅସ୍ଥାୟୀ ପରିବର୍ତ୍ତନ ହୋଇଛି ।

ହିଂସାତ୍ମକ ବିରୋଧ ପ୍ରଦର୍ଶନ ଯୋଗୁଁ ୩୦୦ରୁ ଅଧିକ ଟ୍ରେନ୍ ପ୍ରଭାବିତ ହୋଇଥିବାବେଳେ ୨୩୪ ଟି ବାତିଲ କରାଯାଇଛି । ଏଥିସହିତ ୭ଟି ଟ୍ରେନରେ ନିଆଁ ଲଗେଇ ଦେଇଛନ୍ତି ଆନ୍ଦୋଳନକାରୀ । ରେଳବାଇ କହିଛି ଯେ ବିରୋଧ ପ୍ରଦର୍ଶନ ଯୋଗୁଁ ୯୪ ଟି ମାଲବାହୀ ଟ୍ରେନ୍ ଏବଂ ୧୪୦ ଟି ଯାତ୍ରୀବାହୀ ଟ୍ରେନକୁ ବାତିଲ କରାଯାଇଛି । ସେହିପରି ୬୫ଟି ମାଲବାହୀ ଟ୍ରେନ୍ ଏବଂ ୩୦ ଟି ଯାତ୍ରୀବାହୀ ଟ୍ରେନ୍ ଆଂଶିକ ବାତିଲ୍ ହୋଇଛି ।

Advertisment

ସୂଚନାଯୋଗ୍ୟ ବିହାରେ ଅଧିକ ଉଗ୍ର ହୋଇଛି ଅଗ୍ନିବୀର ହିଂସା । ଏଥିପାଇଁ ଗତକାଲି ବିହାରରେ ୧୨ଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରିଥିଲେ ସରକାର । କାଇମେର, ଭୋଜପୁର, ଔରଙ୍ଗାବାଦ, ରୋହତାସ, ବକ୍ସର, ନାୱଡ଼ା, ପଶ୍ଚିମ ଚମ୍ପାରଣ, ସମସ୍ତିପୁର, ଲାଖତ୍ସରାଇ, ବେଗୁସରାଇ, ବୈଶାଳୀ ଓ ସରନ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିଲା । ୧୯ ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ନେଇ ଘୋଷଣା କରାଯାଇଥିଲା ।

Agnipath Scheme Agnipath Recruitment Scheme Agnipath Violence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ