Advertisment

ମନ୍ତ୍ରୀ କହିଲେ- ‘ଆମ ଡିପାର୍ଟମେଣ୍ଟରେ ଅନେକ ଚୋର ଅଛନ୍ତି, ମୁଁ ସେମାନଙ୍କ ସର୍ଦ୍ଦାର’

କୃଷିମନ୍ତ୍ରୀ ସୁଧାକର ସିଂ କହିଛନ୍ତି ଯେ, ‘ମୋ ଉପରେ ମଧ୍ୟ ଆହୁରି ଅନେକ ସର୍ଦ୍ଦାର ଅଛନ୍ତି। ଯଦିଓ ସରକାର ବଦଳିଛନ୍ତି, ହେଲେ କାର୍ଯ୍ୟ କରିବା ଶୈଳୀ ସମାନ ରହିଛି।’

ଅଦ୍ୟତନ ହୋଇଛି
Bihar Minister Calls Himself

Bihar Minister Calls Himself

Advertisment

‘ଆମ ବିଭାଗ(କୃଷି)ରେ ଏମିତି କେହି ଜଣେ ନାହାନ୍ତି, ଯିଏକି ଭୁଲ୍‌ ବା ଚୋରି କାମ କରୁ ନାହାନ୍ତି। ଯେହେତୁ ମୁଁ ସେଇ ବିଭାଗର ଦାୟିତ୍ୱରେ ଅଛି, ତେଣୁ ମୁଁ ସେମାନଙ୍କ ସର୍ଦ୍ଦାର।’ ଏଭଳି କିଛି କହି ଏବେ ବିବାଦ ଘେରକୁ ଆସିଛନ୍ତି ବିହାର କୃଷିମନ୍ତ୍ରୀ ସୁଧାକର ସିଂ। ତାଙ୍କ ଡିପାର୍ଟମେଣ୍ଟର ଅନେକ ‘ଚୋର’ଙ୍କ ମଧ୍ୟରେ ସେ ହେଉଛନ୍ତି ‘ସର୍ଦ୍ଦାର’। ଖାଲି ଏତିକି ନୁହେଁ,  ତାଙ୍କ ଉପରେ ମଧ୍ୟ ଆହୁରି ଅନେକ ସର୍ଦ୍ଦାର ଅଛନ୍ତି। କୈମୁରରେ ଏକ ସାଧାରଣ ସଭାକୁ ସମ୍ବୋଧନ ଅବସରରେ ମନ୍ତ୍ରୀ ଏହା କହିଛନ୍ତି। ଏହାସହ ସେ ବିହାରରେ ନୀତିଶ କୁମାରଙ୍କ ନେତୃତ୍ୱ ମେଣ୍ଟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। 

Advertisment

ନୀତିଶ କୁମାର ସରକାରରେ ମନ୍ତ୍ରୀ ଥିବା ସୁଧାକର ଆହୁରି କହିଛନ୍ତି,  ‘ମୋ ଉପରେ ମଧ୍ୟ ଆହୁରି ଅନେକ ସର୍ଦ୍ଦାର ଅଛନ୍ତି। ଯଦିଓ ସରକାର ବଦଳିଛି, ତେବେ କାର୍ଯ୍ୟ କରିବା ଶୈଳୀ ସମାନ ରହିଛି। ପୂର୍ବଭଳି ସବୁକିଛି ସମାନ ଅଛି। ସେ ଅଭିଯୋଗ ଆଣିଛନ୍ତି, ବିହାର ରାଜ୍ୟ ବିହନ ନିଗମ ଚାଷୀଙ୍କୁ ରିଲିଫ ଦେବା ନାଁରେ ପାଖାପାଖି ୨୦୦ କୋଟି ଟଙ୍କା ହଡ଼ପ କରିଛି। 

Advertisment

‘ଯେଉଁ ଚାଷୀମାନେ ଗୁଣାତ୍ମକ ଧାନ ଚାଷ କରୁଛନ୍ତି, ସେମାନେ ବିହାର ରାଜ୍ୟ ବିହନ ନିଗମର ଧାନ ମଞ୍ଜି ନିଅନ୍ତି ନାହିଁ। ଯଦିବି କୌଣସି କାରଣରୁ ସେମାନେ ଏହାକୁ ନିଅନ୍ତି, ହେଲେ ଏହାକୁ ନିଜ କ୍ଷେତରେ ପ୍ରୟୋଗ କରନ୍ତି ନାହିଁ। କୃଷକଙ୍କୁ ରିଲିଫ୍‌ ଦେବା ପରିବର୍ତ୍ତେ ବିହନ ନିଗମ ୧୦୦ରୁ ୧୫୦ କୋଟି ଟଙ୍କା ହଡ଼ପ କରି ନେଇଛି’ ବୋଲି ବିହାରର କୃଷିମନ୍ତ୍ରୀ  ଅଭିଯୋଗ ଆଣିଛନ୍ତି । 

ସୂଚନାଥାଉ କି, ବିହାର କୃଷିମନ୍ତ୍ରୀ ସୁଧାକର ସିଂ ପୂର୍ବରୁ ‘ଚାଉଳ ହଡ଼ପ’ ନେଇ ବିବାଦ ଘେରକୁ ଆସିଥିଲେ। ବିହାରର ପ୍ରମୁଖ ନେତା ତଥା RJDର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗଦାନନ୍ଦ ସିଂଙ୍କ ପୁଅ ହେଉଛନ୍ତି ସୁଧାକର ସିଂ। ବକ୍ସର ରାମଗଡ଼ ସିଟ୍‌ରୁ ବିଧାୟକ ହୋଇଛନ୍ତି ସୁଧାକର। ୨୦୧୩ ମସିହାରେ ନୀତିଶ କୁମାର ସରକାରରେ ସେ ମନ୍ତ୍ରୀ ଥିବାବେଳେ ଚାଉଳ ଦୁର୍ନୀତି ନେଇ ଅଭିଯୋଗ ହୋଇଥିଲା। 

Advertisment
Minister In Controversy Bihar Minister Bihar Agriculture Minister Sudhakar Singh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ