Momo Challenge
ଠଟ୍ଟା ମଜାରୁ ହେଲା କାଳ । ମୋମୋ ଚ୍ୟାଲେଞ୍ଜରୁ ଚାଲିଗଲା ଜୀବନ । କଥାଟି ଅଡୁଆ ଲାଗୁଥିଲେ ବି ସତ । ଏଭଳି ଘଟଣା ବିହାରରେ ଘଟିଛି । ଜଣେ ୨୫ ବର୍ଷୀୟ ଯୁବକ ବିପିନ କୁମାର ପସୱନ୍ ଅତ୍ୟଧିକ ମୋମୋ ଖାଇବାରୁ ତାଙ୍କର ମୃତ୍ୟୁ ହୋଇଛି । ଠଟ୍ଟା ମଜାରେ ସେ ଏକାସାଙ୍ଗେ ୧୫୦ଟି ମୋମୋ ଖାଇଦେଇଥିଲେ।
ମହଙ୍ଗା ପଡିଲା ମୋମୋ ଚ୍ୟାଲେଞ୍ଜ । ବିହାରର ଗୋପାଳଗଞ୍ଜ ଜିଲ୍ଲାର ବିପିନ କୁମାର ପସୱନ୍ ଏକ ମୋବାଇଲ ରିପ୍ୟାରିଂ ଦୋକାନରେରେ କାମ କରୁଥିଲେ । ସବୁଦିନ ଭଳି ମଙ୍ଗଳବାର ମଧ୍ୟ ସମୟରେ ଦେକାନ ଯାଇଥିଲେ । କିଛି ସମୟ ପରେ ତାଙ୍କ ସାଙ୍ଗମାନେ ଦୋକାନକୁ ଆସିଥିଲେ । କଥା କଥାରେ ତାଙ୍କ ମଧ୍ୟରେ ଏକ ଚ୍ୟାଲେଞ୍ଜ ଲାଗିଲା । ଚ୍ୟାଲେଞ୍ଜ ଥିଲା ଯେ କିଏ ଅଧିକ ମୋମୋ ଖାଇ ପାରିବ । ବିପିନ ଚ୍ୟାଲେଞ୍ଜକୁ ସ୍ୱୀକାର ମଧ୍ୟ କରିଥିଲେ । କିଏ ଜାଣିଥିଲା ଏହି ଠଟ୍ଟା ମଜା ବିପିନଙ୍କ ପାଇଁ କାଳ ସାଜିବ ।
ବିପିନ ଚ୍ୟାଲେଞ୍ଜ ଜିତିବା ଆଳରେ ଏକାଥରକେ ୧୫୦ ମୋମୋ ଖାଇ ଦେଇଥିଲେ । ଏହାପରେ ତାଙ୍କୁ ଅସ୍ତବ୍ୟସ୍ତ ଲାଗିଲା । ସେ ହଲଚଲ୍ ହୋଇପାରିଲେ ନାହିଁ । ହଠାତ୍ ଅଚେତ୍ ହୋଇ ପଡ଼ିଲେ । ସାଙ୍ଗମାନେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଲା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣାସ୍ଥଲରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।
ଅପରପକ୍ଷରେ ବିପିନଙ୍କ ବାପା ପୁଅର ମୃତ୍ୟୁକୁ ହତ୍ୟାର ଅଭିଯୋଗ କରିଛନ୍ତି । ତାଙ୍କ କହିବାନୁଯାୟୀ ବିପିନଙ୍କ ସାଙ୍ଗମାନେ ତାଙ୍କୁ ମୋମୋରେ ବିଷ ମିଶାଇ ଦେଇ ଦେଇଛନ୍ତି । ଯେଉଁଠି ପାଇଁ ତାଙ୍କ ମୃତ୍ୟୁ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିବ ବୋଲି ପୋଲିସ ସୂଚନା ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689490104.jpg)