Bihar govt employees must seek permission to remarry
ଏଣିକି ଆଉ ସହଜ ନୁହେଁ ଦ୍ୱିତୀୟ ବିବାହ। ଯେଉଁ ସରକାରୀ କର୍ମଚାରୀ ଦ୍ୱିତୀୟ ବିବାହ କରିବାକୁ ଚାହୁଁଛନ୍ତି, ତା’ପୂର୍ବରୁ ସେ ଚାକିରି କରିଥିବା ସମ୍ପୃକ୍ତ ବିଭାଗକୁ ଜଣାଇବେ। ଏହାପରେ ବିଭାଗ ପକ୍ଷରୁ ଆବଶ୍ୟକୀୟ ଅନୁମତି ମିଳିଲେ ହିଁ ବ୍ୟକ୍ତି ଜଣକ ଦ୍ୱିତୀୟ ବିବାହ କରିପାରିବେ। ବିହାର ସରକାର ଏଭଳି କିଛି ନିୟମ କରିଛନ୍ତି।
ଏନେଇ ବିହାର ସରକାର ବିଜ୍ଞପ୍ତି ଜାରି କରି ସମସ୍ତ ସରକାରୀ ଅଧିକାରୀଙ୍କୁ ସେମାନଙ୍କର ବୈବାହିକ ସ୍ଥିତି ସମ୍ପର୍କରେ ସୂଚନା ଦେବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ଯଦି କୌଣସି କର୍ମଚାରୀ ଦ୍ୱିତୀୟ ବିବାହ କରିବାକୁ ଚାହୁଁଛନ୍ତି, ତା’ହେଲେ ଆବଶ୍ୟକୀୟ ଅନୁମତି ମିଳିବା ପରେ ହିଁ ସେମାନେ ଦ୍ୱିତୀୟ ବିବାହ କରିପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି।
ବିଜ୍ଞପ୍ତି ଅନୁସାରେ, ଯଦି କୌଣସି ସରକାରୀ କର୍ମଚାରୀ ଦ୍ୱିତୀୟ ବିବାହ କରିବାକୁ ଚାହୁଁଛନ୍ତି, ପ୍ରଥମେ ସେମାନେ ସେମାନଙ୍କର ପ୍ରଥମ ସ୍ୱାମୀ/ସ୍ତ୍ରୀଙ୍କ ଠାରୁ ଆଇନଗତ ଅଲଗା ହେବା ନେଇ ଅନୁମତି ନେବେ। ଏହାପରେ ଚାକିରି କରିଥିବା ସମ୍ପୃକ୍ତ ବିଭାଗକୁ ଏସମ୍ପର୍କରେ ଜଣାଇବେ।
ଯଦି ଦ୍ୱିତୀୟ ବିବାହକୁ ନେଇ ପ୍ରଥମ ସ୍ୱାମୀ/ସ୍ତ୍ରୀ କୌଣସି ଆପତ୍ତି ଉଠାନ୍ତି, ତା’ହେଲେ ଦ୍ୱିତୀୟ ସ୍ତ୍ରୀ/ସ୍ୱାମୀଙ୍କୁ କୌଣସି ସରକାରୀ ସୁବିଧା ମିଳିପାରିବ ନାହିଁ। ଅର୍ଥାତ୍ ଯଦି କୌଣସି ସରକାରୀ କର୍ମଚାରୀ ସମ୍ପୃକ୍ତ ବିଭାଗର ବିନା ଅନୁମତିରେ ଦ୍ୱିତୀୟ ବିବାହ କରନ୍ତି ଓ କାର୍ଯ୍ୟକାଳ ସମୟରେ ତାଙ୍କର ମୃତ୍ୟୁ ଘଟେ, ତା’ହେଲେ ତାଙ୍କର ଦ୍ୱିତୀୟ ସ୍ତ୍ରୀ/ସ୍ୱାମୀଙ୍କୁ ଏବଂ ସେମାନଙ୍କର ପିଲାଙ୍କୁ ସରକାରୀ ଚାକିରି ମିଳିପାରିବ ନାହିଁ। ଏଭଳି ସ୍ଥିତିରେ ରାଜ୍ୟ ସରକାର ସମ୍ପୃକ୍ତ ବ୍ୟକ୍ତିଙ୍କ ପ୍ରଥମ ପତ୍ନୀଙ୍କ ପିଲାଙ୍କୁ ପ୍ରାଧାନ୍ୟ ଦେବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1657959551.jpg)