Advertisment

ସାଇବର ଲୁଟେରାଙ୍କ ନୂଆ ଫନ୍ଦି...ମହିଳାଙ୍କୁ ପ୍ରେଗନାଣ୍ଟ କଲେ ମିଳିବ ୧୩ ଲକ୍ଷ ଟଙ୍କା !

ଏହି ଠକମାନେ କହିଥିଲେ, ଯଦି ସେମାନେ ମହିଳାମାନଙ୍କୁ ଗର୍ଭବତୀ କରନ୍ତି ତେବେ ସେମାନଙ୍କୁ ୧୩ ଲକ୍ଷ ଟଙ୍କା ମିଳିବ। କିନ୍ତୁ ଯଦି ସେମାନେ ଗର୍ଭବତୀ ନ କରିପାରନ୍ତି ତେବେ ସେମାନଙ୍କୁ ସାନ୍ତ୍ୱନା ମୂଳକ ଭାବରେ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ।

ଅଦ୍ୟତନ ହୋଇଛି
Cyber Fraud

Cyber Fraud

Advertisment

ମହିଳାଙ୍କୁ ପ୍ରେଗନାଣ୍ଟ କର, ପ୍ରତିବଦଳରେ ୧୩ ଲକ୍ଷ ଟଙ୍କା ନିଅ। ଏମିତି ଏକ ଆଶ୍ଚର୍ଯ୍ୟଜନକ ମାମଲା ଦେଖିବାକୁ ମିଳିଛି ବିହାରର ନୱାଡାରେ। ଏଠାରେ ପୋଲିସ ଏପରି ଏକ ସାଇବର ଅପରାଧୀଙ୍କୁ ଧରିଛି, ଯେଉଁମାନେ ଏକ ବଡ଼ ରାକେଟ ଚଳାଉଥିଲେ। ଯେଉଁଥିରେ ସେମାନେ ଲୋକମାନଙ୍କୁ ଅଫର ଦେଉଥିଲେ ଯେ ସେମାନେ ନିଃସନ୍ତାନ ମହିଳାମାନଙ୍କୁ ପ୍ରେଗନାଣ୍ଟ କରିବେ ଏବଂ ଏହାର ବଦଳରେ ସେମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦିଆଯିବ। ତେବେ ଏହି ରାକେଟର ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବିହାର ପୋଲିସ।

Advertisment

ସୂଚନା ଅନୁସାରେ, ସାଇବର ଅପରାଧୀଙ୍କ ବିରୋଧରେ ନୱାଡା ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଜିଲ୍ଲାର ମୁଫାସିଲ ପୋଲିସ ଷ୍ଟେସନ ଅଞ୍ଚଳରେ ପୋଲିସ ଅଚାନକ ଚଢ଼ାଉ କରିଥିଲା। ଏହି ସମୟରେ ଘଟଣାସ୍ଥଳରୁ ୮ ଜଣ ସାଇବର ଅପରାଧୀଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ୯ଟି ମୋବାଇଲ୍ ଏବଂ ଗୋଟିଏ ପ୍ରିଣ୍ଟର୍ ଜବତ କରିଛି।

ପୋଲିସ କହିଛି ଯେ ଗିରଫ ଅଭିଯୁକ୍ତ ଅଲ ଇଣ୍ଡିଆ ପ୍ରେଗନାଣ୍ଟ ଜବ୍‌ (All India pregnant job) ନାମରେ ଟଙ୍କା ପ୍ରଲୋଭନ ଦେଖାଇ ଲୋକଙ୍କୁ ଠକୁଥିଲେ। ଏହି ଗ୍ରୁପ୍‌ ଲୋକଙ୍କୁ ତାଙ୍କ ଜାଲରେ ଫସାଇବା ପାଇଁ ସୋସିଆଲ ମିଡିଆର ସାହାଯ୍ୟ ନେଉଥିଲେ। ସାଇବର ଠକ ପୁରୁଷମାନଙ୍କୁ ପ୍ରଥମେ ତାଙ୍କ ମାୟାଜାଲରେ ଫସାଇଥାନ୍ତି। ଏହାପରେ ସେମାନଙ୍କଠୁ ପଞ୍ଜିକରଣ ନାମରେ ଟଙ୍କା ଲୁଟି ନେଉଥିଲେ।

Advertisment

ଏହି ସାଇବର ଠକମାନେ ପୁରୁଷଙ୍କୁ କହିଥିଲେ ଯେ, ଏହି ସେବାରେ ଯେଉଁ ମହିଳାଙ୍କର ସନ୍ତାନପ୍ରାପ୍ତି ହେଉନାହିଁ ସେମାନଙ୍କୁ ଗର୍ଭବତୀ କରିବାକୁ ପଡ଼ିବ। ଏଥିପାଇଁ ବହୁତ ପରିମାଣର ଅର୍ଥ ମିଳିବ ବୋଲି ଲୋଭ ଦେଖାଇଥିଲେ। ଏହି ପରି ଭାବରେ ପୁରୁଷମାନଙ୍କୁ ଫସାଇବା ପରେ ରେଜିଷ୍ଟ୍ରେସନ୍‌ ନାମରେ ୭୯୯ ଟଙ୍କା ନେଉଥିଲେ। ଏହାପରେ ପୁରୁଷମାନଙ୍କଠୁ ସିକ୍ୟୁରିଟି ଟଙ୍କା ବାବଦରେ ୫ ରୁ ୨୦ ହଜାର ପର୍ଯ୍ୟନ୍ତ ଟଙ୍କା ଦାବି କରିଥିଲେ।

ପୋଲିସ୍ ସୂଚନା ଅନୁସାରେ, ଏହି ଠକମାନେ ପୁରୁଷମାନଙ୍କୁ କହିଥିଲେ ଯେ, ଯଦି ସେମାନେ ମହିଳାମାନଙ୍କୁ ଗର୍ଭବତୀ କରନ୍ତି ତେବେ ସେମାନଙ୍କୁ ୧୩ ଲକ୍ଷ ଟଙ୍କା ମିଳିବ। କିନ୍ତୁ ଯଦି ସେମାନେ ଗର୍ଭବତୀ ନ କରିପାରନ୍ତି ତେବେ ସେମାନଙ୍କୁ ସାନ୍ତ୍ୱନା ମୂଳକ ଭାବରେ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ତେବେ ପୋଲିସ ଗିରଫ କରିଥିବା ଆଠ ଜଣଙ୍କଠାରୁ ବହୁ ମହିଳା ଓ ପୁରୁଷଙ୍କ ଫଟୋ ଜବତ କରିଛି। ଏହା ସହ ଏହି ଗ୍ୟାଙ୍ଗର ମୁଖ୍ୟକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ପୋଲିସ୍।

Advertisment
India Cyber Fraud Bihar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ