covid vaccination
ପାଟନା: ଥରେ ନୁହେଁ, ୨ଥର ନୁହେଁ...୧୧ଥର ନେଇ ସାରିଲେଣି କରୋନା ଟିକା ! ଏହାସହ ଭ୍ୟାକ୍ସିନ୍କୁ ବ୍ରହ୍ମାଙ୍କ ବରଦାନ ମଧ୍ୟ କହିଛନ୍ତି। ବିହାରର ଜଣେ ବୃଦ୍ଧ ୧୧ଥର କରୋନା ଟିକା ନେଇ ସାରିଥିବା ଦାବି କରିଛନ୍ତି।
ସୂଚନା ଅନୁସାରେ, ମଧେପୁରାର ଜଣେ ବୃଦ୍ଧ ୧୧ ଥର କରୋନା ଟିକା ନେଇ ନିଜକୁ କରୋନା କବଳରୁ ସୁରକ୍ଷିତ ରଖିଥିବା ଜଣାପଡ଼ିଛି। ଏହାସହ ଭ୍ୟାକ୍ସିନ୍କୁ ବ୍ରହ୍ମାଙ୍କ ବରଦାନ ମଧ୍ୟ ସେ କହିଛନ୍ତି। ୧୧ଥର କରୋନା ଟିକା ନେଇ ୮୪ ବର୍ଷୀୟ ଏହି ବୃଦ୍ଧଙ୍କ ଦାବି ପରେ ବିହାରରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି।
୮୪ ବର୍ଷୀୟ ବୃଦ୍ଧ ବ୍ରହ୍ମାଦେବ ମଣ୍ଡଳଙ୍କ କହିବା ଅନୁସାରେ, ସେ ୧୧ଥର କରୋନା ଟିକା ନେଇ ସାରିଛନ୍ତି। ଟିକା ନେବା ଯୋଗୁ ଅନେକ ରୋଗଦାଉରୁରୁ ରକ୍ଷା ପାଇଛନ୍ତି। ୧୨ଥର ଲାଗି କରୋନା ଟିକା ନେବା ପାଇଁ ଯେତେବେଳେ ସେ ଚୌସା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଯାଇଥିଲେ, ସେହି ସମୟରେ ଭ୍ୟାକ୍ସିନ୍ ଉପଲ୍ଲବ୍ଧ ନଥିଲା। ସବୁଠାରୁ ଆଶ୍ଚର୍ଯ୍ୟକର କଥା, ୧୧ଥର କରୋନା ଟିକା ନେବା ପରେ ମଧ୍ୟ ବ୍ରହ୍ମାଦେବଙ୍କ ଶରୀରରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳି ନାହିଁ।
କେଉଁ କେଉଁ ଦିନ ସେ କରୋନା ଟିକା ନେଇଥିଲେ ଏହାର ସମ୍ପୂର୍ଣ୍ଣ ତଥ୍ୟ ତାଙ୍କ ପାଖରେ ଥିବା ବ୍ରହ୍ମାଦେବ କହିଛନ୍ତି। ୨୦୨୧ ମସିହା ଫେବୃଆରୀ ୧୩ରେ କରୋନା ଟିକାର ପ୍ରଥମ ଡୋଜ୍ ନେଇଥିଲେ। ଏହାପରେ ମାର୍ଚ୍ଚ ୧୩, ମେ’ ୧୯, ଜୁନ୍ ୧୬,ଜୁଲାଇ ୨୪, ଅଗଷ୍ଟ ୩୧, ସେପ୍ଟେମ୍ବର ୧୧, ସେପ୍ଟେମ୍ବର ୨୨, ସେପ୍ଟେମ୍ବର ୨୪ରେ କରୋନା ଟିକା ନେଇଥିଲେ। ୧୦ମ ଥର ଲାଗି ଖଗଡିଆରେ କରୋନା ଟିକା ନେଇଥିଲେ। ୨୦୨୧ ମସିହା ଡିସେମ୍ବର ୩୦ରେ ସେ ୧୧ଥର ପାଇଁ ଭାଗଲପୁରର କହଲଗାଁରେ କରୋନା ଟିକା ନେଇଥିଲେ। ଘଟଣା ସାମ୍ନାକୁ ଆସିବା ପରେ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବ୍ରହ୍ମାଦେବ ଯେଉଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେଇଥିଲେ ସେହି ସବୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନୋଟିସ୍ ପଠାଯାଇ ଜବାବ ମଗାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1641384193.jpg)