Court exclusive orders for a rape accused
ପାଟନା: ଦେଶରେ ବଳାତ୍କାର ମାମଲା ଦିନକୁ ଦିନ ବଢିଚାଲିଛି। ଏପରି ସ୍ଥିତିରେ ବିହାରର ଏକ କୋର୍ଟ ଜଣେ ବଳାତ୍କାର ଉଦ୍ୟମ କରୁଥିବା ଅଭିଯୁକ୍ତଙ୍କ ବିରୋଧରେ ମନକୁ ଛୁଇଁବା ପରି ରାୟ ଶୁଣାଇଛନ୍ତି। ଘଟଣାଟି ଘଟିଛି ବିହାରର ମଧୁବଣୀ ଅଞ୍ଚଳରେ। ଜଣେ ବଳାତ୍କାର ଉଦ୍ୟମ କରୁଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଥିଲା। ପରିବାର ଲୋକେ ଜାମିନ ଆବେଦନ କରିଥିଲେ। ଜାମିନ ଆବେଦନର ଶୁଣାଣି କରି ମଧୁବଣୀର ଏକ କୋର୍ଟ ଅଭିଯୁକ୍ତଙ୍କୁ ଏକ ଅଜବ ଦଣ୍ଡାଦେଶ ଦେଇଛନ୍ତି। କୋର୍ଟ ଅଭିଯୁକ୍ତଙ୍କୁ ଉକ୍ତ ମହିଳାଙ୍କର ଲୁଗା ୬ ମାସ ସଫା କରିବା ପାଇଁ କହିଛନ୍ତି।
Also Read
ଝଞ୍ଝାରପୁର କୋର୍ଟ ADJ ଅଭିନାଶ କୁମାର ଅଭିଯୁକ୍ତ ଲଲନ କୁମାର ସାଫିଙ୍କ ଜାମିନ ମଞ୍ଜୁର କରିଛନ୍ତି। ତେବେ ଅଭିଯୁକ୍ତ ପୀଡିତାଙ୍କ ସହ ସମସ୍ତ ମହିଳାଙ୍କ ଲୁଗା ୬ ମାସ ପାଇଁ ବିନା ମୂଲ୍ୟରେ ସଫା କରିବା ସହ ଆଇରନ କରି ଦେବେ ବୋଲି କୋର୍ଟ କହିଛନ୍ତି। ୨୦ ବର୍ଷ ବୟସ୍କ ଅଭିଯୁକ୍ତ ଜଣେ ଧୀବର। ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ପୋଲିସ ତାଙ୍କୁ ଗତ ଏପ୍ରିଲରେ ଗିରଫ କରିଥିଲା। ତାଙ୍କ ଓକିଲ ଯୁକ୍ତି ବାଢିଛନ୍ତି, ଅଭିଯୁକ୍ତ ୨୦ ବର୍ଷର ହୋଇଥିବାରୁ ତାଙ୍କୁ କ୍ଷମା ଦିଆଯାଉ। ଅଭିଯୁକ୍ତଙ୍କର ଲୁଗା ସଫ କୌଳିକ ବୃତ୍ତି ହୋଇଥିବାରୁ ସେ କୋର୍ଟ ଦେଇଥିବା ଆଦେଶ ମାନିବେ ଏବଂ ଲୋକଙ୍କର ସେବା କରିବେ। ଏହା ପରେ କୋର୍ଟ ତାଙ୍କର ଜାମିନ ମଞ୍ଜୁର କରିଛନ୍ତି।
କୋର୍ଟ ଅଭିଯୁକ୍ତଙ୍କୁ ଲୁଗା ସଫା ଓ ଆଇରନ କରିବା ଦଣ୍ଡ ଦେବା ସହ ୧୦ ହଜାର ଲେଖାଏ ୨ଟି ସିକ୍ୟୁରିଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୬ମାସ ପରେ ଅଭିଯୁକ୍ତଙ୍କୁ ଗାଁ ସରପଞ୍ଚ କିମ୍ବା କୌଣସି ସରକାରୀ ଅଫିସରଙ୍କ ପକ୍ଷରୁ ମାଗଣା ସେବା କରିବା ନେଇ ଏକ ସାର୍ଟିଫିକେଟ ଦେବେ।
ଏଠି କହିରଖିବୁ, ଝାଞ୍ଝରପୁର ADJ ଅଭିନାଶ କୁମାର ଏକାଧିକବାର ଏପରି ଅଭିନବ ରାୟ ଶୁଣାଇ ଚର୍ଚ୍ଚାକୁ ଆସିଛନ୍ତି। ଅଗଷ୍ଟ ୨୦୨୧ରେ ଏକ ରାୟ ଶୁଣାଇ ଜଣେ ଶିକ୍ଷକଙ୍କୁ ଗାଁରେ ମାଗଣା ପାଠ ପଢାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କରୋନା ଲକ୍ ଡାଉନ ସମୟରେ ସ୍କୁଲ ଖୋଲିଥିବା ନେଇ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ଆସିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us