Nitish Kumar
ଏନଡିଏକୁ ଫେରିବେ କି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ? କାରଣ ବିହାର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ଜେଡିୟୁ-ଆରଜେଡିର ମିଳିତ ସରକାରରେ ଲାଗି ରହିଛି ହଲଚଲ୍। ଗତକାଲି ଅମିତ ଶାହାଙ୍କ ଘରେ ବିହାର ବିଜେପି ନେତାଙ୍କ ବୈଠକ ପରଠୁ ଲାଗି ରହିଛି ନାନା ଚର୍ଚ୍ଚା। ଏପରିକି କୌଣସି ମୂହୁର୍ତ୍ତିରେ ସରକାରରୁ ଜେଡିୟୁ ଓହରିବା ନେଇ ନୀତୀଶ କୁମାର ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି କୁହାଯାଉଛି।
ଏସବୁ ଚର୍ଚ୍ଚା ଭିତରେ ଆଜିର ଏକ ଦୃଶ୍ୟ ଏହି ଚର୍ଚ୍ଚାକୁ ଅଧିକ ଖୋରାକ୍ ଯୋଗାଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ବସିବା ପାଇଁ ମଞ୍ଚରେ ପାଖାପାଖି ଚୌକି ପଡିଥିଲା। କିନ୍ତୁ ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପଡ଼ିଥିବା ଚୌକିରେ ନ ବସି ଅନ୍ୟ ଆସନ ଛାଡ଼ି ବସିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଗୋଟିଏ ଆସନ ଫାଙ୍କା ପଡ଼ିଥିବାର ଏକ ଫଟୋ ଭାଇରାଲ୍ ହେଉଥିବା ଦେଖିବାକୁ ମିଳିଛି । ଉଭୟ ଦଳର ଶୀର୍ଷ ନେତୃତ୍ୱଙ୍କ ଏଭଳି ଆଭିମୁଖ୍ୟକୁ ନେଇ ଏବେ ବିହାର ରାଜନୀତି ସରଗରମ ହୋଇଥିବାବେଳେ ଏନଡିଏକୁ ନୀତିଶ ଫେରିବା ଏକ ପ୍ରକାଶ ନିଶ୍ଚିତ ବୋଲି ବି କୁହାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706260227.jpg)