Advertisment

୨୦ ଲକ୍ଷ ଲୋକଙ୍କୁ ମିଳିବ ରୋଜଗାର, ଏହି ସରକାର କଲେ ବଡ଼ ଘୋଷଣା...

ରାଜ୍ୟରେ ୧୦ ଲକ୍ଷ ନିଯୁକ୍ତି ପ୍ରଦାନ କରିବ ବରଂ ଆଉ ୧୦ ଲକ୍ଷ ଲୋକଙ୍କୁ ମଧ୍ୟ ରୋଜଗାର ପ୍ରଦାନ କରିବ। ଅର୍ଥାତ୍‌ ୨୦ ଲକ୍ଷ ଲୋକଙ୍କୁ ଚାକିରି ଓ ରୋଜଗାର ପ୍ରଦାନ କରାଯିବ। ସ୍ୱାଧୀନତା ଦିବସ ଅବସରରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ବଡ଼ ଘୋଷଣା କରିଛନ୍ତି।

ଅଦ୍ୟତନ ହୋଇଛି
Bihar CM Nitish Kumar Big Announcement

Bihar CM Nitish Kumar Big Announcement

Advertisment

ସ୍ୱାଧୀନତା ଦିବସ ଅବସରରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବଡ଼ ଘୋଷଣା କରିଛନ୍ତି। ରାଜ୍ୟବାସୀଙ୍କୁ ରୋଜଗାର ପ୍ରଦାନ ମାମଲାରେ ତେଜସ୍ୱୀ ଯାଦବଙ୍କ ଠାରୁ ନୀତିଶ କୁମାର ଆଉ ପାଦେ ଆଗକୁ ବଢ଼ିଛନ୍ତି। ନୀତିଶ ଘୋଷଣା କରିଛନ୍ତି ଯେ, ‘ତାଙ୍କ ସରକାର ନା କେବଳ ରାଜ୍ୟରେ ୧୦ ଲକ୍ଷ ନିଯୁକ୍ତି ପ୍ରଦାନ କରିବ ବରଂ ଆଉ ୧୦ ଲକ୍ଷ ଲୋକଙ୍କୁ ମଧ୍ୟ ରୋଜଗାର ପ୍ରଦାନ କରିବ। ଅର୍ଥାତ୍‌ ୨୦ ଲକ୍ଷ ଲୋକଙ୍କୁ ଚାକିରି ଓ ରୋଜଗାର ପ୍ରଦାନ କରାଯିବ।’

Advertisment

ସ୍ୱାଧୀନତା ଦିବସରେ ପାଟନାର ଗାନ୍ଧି ମୈଦାନରେ ନୀତିଶ କୁମାର ତ୍ରିରଙ୍ଗା ଉଡ଼ାଇଥିଲେ। ଏହି ଅବସରରେ ସେ ବିହାରବାସୀଙ୍କୁ ସମ୍ବୋଧନ କରି ଏହି ବଡ଼ ଘୋଷଣା କରିଥିଲେ। ସେ କହିଛନ୍ତି ଯେ, ‘ଆମେ ୧୦ ଲକ୍ଷ ଲୋକଙ୍କୁ ଚାକିରି ପ୍ରଦାନ କରିବା ପରେ ଆଉ ୧୦ ଲକ୍ଷ ଲୋକଙ୍କୁ ରୋଜଗାର ପ୍ରଦାନ କରିବା ଲାଗି ଯୋଜନା କରୁଛୁ ଓ ଏହି ଦିଗରେ କାର୍ଯ୍ୟ କରିବୁ’। 

ନୀତିଶ କହିଛନ୍ତି ଯେ, ‘ଆମେ ବଡ଼ ସଂଖ୍ୟାରେ ରୋଜଗାର ପ୍ରଦାନ କରିବା ଲାଗି ଯୋଜନା କରିଛୁ। ଆମେ ଯୋଜନା କରିଛୁ ଯେ, ଅତି କମ୍‌ରେ ୧୦ ଲକ୍ଷ ଲୋକଙ୍କୁ ଚାକିରି ପ୍ରଦାନ କରିବୁ। ଚାକିରି ଓ ରୋଜଗାର କ୍ଷେତ୍ରରେ ଆମେ ଏହି ବଡ଼ ପଦକ୍ଷେପ ଗ୍ରହଣ କରିବୁ। ଏଥିପାଇଁ ଆମେ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟ କରିବୁ।’

Advertisment

ସୂଚନାଥାଉ କି, ବିଜେପି ସହ ମେଣ୍ଟ ଭାଙ୍ଗି ମହମେଣ୍ଟ ସହ ମିଶି ନୀତିଶ କୁମାର ବିହାରରେ ସରକାର ଗଢ଼ିଛନ୍ତି। ଏହି ମହାମେଣ୍ଟରେ ଲାଲୁ ଯାଦବଙ୍କ ଆର୍‌ଜେଡି ସବୁଠାରୁ ବଡ଼ ପାର୍ଟି। ୨୦୨୦ ବିଧାନସଭା ନିର୍ବାଚନ ଅବସରରେ ଘୋଷଣାପତ୍ରରେ ଆର୍‌ଜେଡି ପ୍ରତିଶ୍ରୁତି ଦେଇଥିଲା ଯେ, ସରକାର ଗଠନ ହେବାପରେ ପ୍ରଥମ କ୍ୟାବିନେଟ୍‌ରେ ୧୦ ଲକ୍ଷ ଲୋକଙ୍କୁ ଚାକିରି ପ୍ରଦାନ କରାଯିବ। ଆଉ ଏବେ ତେଜସ୍ୱୀ ଯାଦବଙ୍କୁ ବିଜେପି ଏହି ପ୍ରତିଶ୍ରୁତିକୁ ପୁଣିଥରେ ମନେ ପକାଇ ଦେଇଛି। 

Govt Jobs Employment Bihar CM Nitish Kumar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ