ବର ଲୁଚାଉଥିଲା ଚନ୍ଦାମୁଣ୍ଡ, କନ୍ୟାପକ୍ଷ ଜାଣିବା ପରେ ବର୍ଷିଲା ମାଡ଼ ଆଉ ଗାଳି

ବରକୁ ଚନ୍ଦା ଅବସ୍ଥାରେ ଦେଖି କନ୍ୟା ଘର ପକ୍ଷ ଲୋକ ରାଗି ଯାଇଥିଲେ । କାହିଁକି ଏ କଥା ଲୁଚାଯାଇଥିଲା ବୋଲି ପ୍ରଶ୍ନ କରିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା ।

ଚନ୍ଦାପଣ ପାଇଁ ହଟହଟା ହେଲା ବର !

ଚନ୍ଦା ମୁଣ୍ଡ ପାଇଁ ହଟହଟା ହେଲା ବର । ଧୁମ୍‌ ଗାଳି କରିବା ସହ ମାଡ଼ ମାରିଲେ କନ୍ୟା ଘର ପକ୍ଷ । ମାଡ଼ ଓ ଗାଳିକୁ ଡରି କନ୍ୟା ଘର ଲୋକଙ୍କ ନିକଟରେ ବର କ୍ଷମା ପ୍ରାର୍ଥନା କଲା । ତାହା ସହ ତା’କୁ ଛାଡ଼ି ଦେବାକୁ କାକୁତି ମିନତି ମଧ୍ୟ ହେଲା । ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ବର ଜଣଙ୍କୁ ତାଙ୍କ ମିଛ କେଶକୁ ନେଇ ଖୁବ୍‌ ଲଜ୍ଜିତ ହେବାକୁ ପଡ଼ିଛି ।

ସୂଚନା ମୁତାବକ ଏହି ଭିଡିଓଟି ବିହାରର ଗୟା ସହର ଅଞ୍ଚଳର । ବିବାହ ପାଇଁ ଜଣେ ଯୁବକ ତାଙ୍କ ଚନ୍ଦାମୁଣ୍ଡକୁ ଲୁଚାଇବାକୁ ଯାଇ ଅନେକ ହରକତ ହୋଇଛନ୍ତି। ବିହାଘର ସମୟରେ ବରମୁଣ୍ଡରେ ଫୁଲ ଓ ଆକର୍ଷଣୀୟ ମୁକୁଟ ଦେଖିବାକୁ ମିଳିଥିଲା । ହେଲେ ବିବାହ ସମୟରେ ଅନେକ ସମୟ ଧରି ଫୁଲ ଓ ସୁସଜ୍ଜିତ ମୁକୁଟ ବର ପିନ୍ଧିଥିବାରୁ କନ୍ୟା ଘର ପକ୍ଷରୁ ସନ୍ଦେହ ସୃଷ୍ଟି ହୋଇଥିଲା । ପରେ ବରର ମୁକୁଟ କାଢ଼ିବାକୁ କନ୍ୟା ଘର ପକ୍ଷରୁ ଦାବି କରାଯାଇଥିଲା । ଯାହାଫଳରେ ବର ଜଣକ ଚନ୍ଦା ରହିଥିବା ଜଣାପଡ଼ିଥିଲା । ଖାଲି ସେତିକି ନୁହେଁ, ବରର ପଗଡ଼ି ତଳେ ନକଲି କେଶ ମଧ୍ୟ ରହିଥିବା ଜାଣିବାକୁ ପାଇଥିଲେ କନ୍ୟା ଘର ପକ୍ଷ । ଯାହାକୁ ନେଇ ଆରମ୍ଭ ହୋଇଥିଲା ଉତ୍ତେଜନା ।

ବରକୁ ଚନ୍ଦା ଅବସ୍ଥାରେ ଦେଖି କନ୍ୟା ଘର ପକ୍ଷ ଲୋକ ରାଗି ଯାଇଥିଲେ । କାହିଁକି ଏହି କଥା ଲୁଚାଯାଇଥିଲା ବୋଲି ପ୍ରଶ୍ନ କରିଥିଲେ । ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । କିଛି ଲୋକ ବରକୁ ମାଡ଼ ମାରିବାକୁ ମଧ୍ୟ ପ୍ରୟାସ କରିଥିଲେ । ଖାଲି ସେତିକି ନୁହେଁ, ଗାଳି ଗୁଲଜ ମଧ୍ୟ କରାଯାଇଥିଲା । ସେଠାରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରୁ କେହି ଜଣେ ବ୍ୟକ୍ତି ଏହି ଘଟଣାର ଭିଡିଓ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ଯାହାକି ପରବର୍ତ୍ତୀ ସମୟରେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ହେଉଥିବା ଭିଡିଓରେ କନ୍ୟା ଘରପକ୍ଷ ବହୁତ୍‌ ଜୋରରେ ରାଗିଯାଇଥିବା ଦେଖିବାକୁ ମିଳୁଛି । ବରର ପ୍ରତାରଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ବର ମଧ୍ୟ ଏଥିପାଇଁ କ୍ଷମା ମାଗିଥିବା ଜଣାପଡ଼ିଛି । ଖାଲି ଏତିକି ନୁହେଁ, ବ୍ୟକ୍ତି ଜଣଙ୍କ ଏହା ଦ୍ୱିତୀୟ ବିବାହ ଥିଲା । ଯାହା ପରବର୍ତ୍ତୀ ସମୟରେ ଜଣାପଡ଼ିଛି । ଲୋକମାନେ ଏହା ଜାଣିବା ପରେ ବରକୁ ମାଡ଼ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ମଧ୍ୟ କରିଛନ୍ତି । ହେଲେ ଏନେଇ ଥାନାରେ ମାମଲା ହୋଇଛି କି ନାହିଁ ତାହା ଜଣାପଡ଼ିନାହିଁ ।