Advertisment

Reliance Jioରୁ ଇସ୍ତଫା ପରେ ପୁଣି ବଡ଼ ଘୋଷଣା କରିବେ ମୁକେଶ ଅମ୍ବାନୀ !

ମୁକେଶ ଅମ୍ବାନୀ ତାଙ୍କର ଉତ୍ତରାଧିକାରୀ ଚୟନ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି। ରିଲାଏନ୍ସ ଜିଓରୁ ମୁକେଶ ଅମ୍ବାନୀ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ ନୂଆ ଚେୟାରମ୍ୟାନ୍‌ ପୁଅ ଆକାଶ ଅମ୍ବାନୀ ହୋଇଛନ୍ତି।

Big Role For Mukesh Ambani's Daughter Isha Very Soon

Big Role For Mukesh Ambani's Daughter Isha Very Soon

Advertisment

ଏସିଆର ସବୁଠାରୁ ଧନୀ ପରିବାରରେ ଏବେ ଉତ୍ତରାଧିକାରୀ ଚୟନକୁ ନେଇ ଚର୍ଚ୍ଚା। ମୁକେଶ ଅମ୍ବାନୀ ତାଙ୍କର ଉତ୍ତରାଧିକାରୀ ଚୟନ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି। ରିଲାଏନ୍ସ ଜିଓରୁ ମୁକେଶ ଅମ୍ବାନୀ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ ନୂଆ ଚେୟାରମ୍ୟାନ୍‌ ପୁଅ ଆକାଶ ଅମ୍ବାନୀ ହୋଇଛନ୍ତି। ଆର୍ଥାତ୍‌ ରିଲାଏନ୍ସ ଜିଓର ନୂଆ ମଙ୍ଗୁଆଳ ଏବେ ଆକାଶ ଅମ୍ବାନୀ। ଏସବୁ ଭିତରେ ମୁକେଶ ଅମ୍ବାନୀ ଆଗକୁ ଆଉ ଏକ ବଡ଼ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। 

Advertisment

Bloombergର ଏକ ରିପୋର୍ଟ ଅନୁସାରେ, ରିଲାଏନ୍ସର ଶିଳ୍ପସମୁହର ଭାଗିଦାରୀ ଥିବା ମୁକେଶଙ୍କ ଝିଅ ଇଶା ଅମ୍ବାନୀଙ୍କୁ ଏବେ ବଡ଼ ଦାୟିତ୍ୱ ମିଳିପାରେ। ଇଶା ରିଲାଏନ୍ସ ରିଟେଲ୍‌ ୟୁନିଟ୍‌(Reliance Retail)ର ଚେୟାରମ୍ୟାନ୍‌ ଅର୍ଥାତ୍‌ ଅଧ୍ୟକ୍ଷ ହୋଇପାରନ୍ତି। ହେଲେ ଏନେଇ ଅଫିସିଆଲି କୌଣସି ଘୋଷଣା ହୋଇନାହିଁ। ତେବେ ଖୁବ୍‌ଶୀଘ୍ର ଏନେଇ ସାର୍ବଜନୀନ ଘୋଷଣା ହୋଇପାରେ। ଇଶା ବର୍ତ୍ତମାନ Reliance Retail Ventures Ltd.ର ଡାଇରେକ୍ଟର ଅଛନ୍ତି। 

ସୂଚନାଥାଉ କି, ଏବେ ଆକାଶ ଅମ୍ବାନୀ ରିଲାଏନ୍ସ ଜିଓର ଚେୟାରମ୍ୟାନ ଓ ଅଣକାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦାୟିତ୍ୱ ସମ୍ଭାଳିବେ। ବୋର୍ଡ ପକ୍ଷରୁ ପଙ୍କଜ ମୋହନ ପାୱାରଙ୍କୁ ରିଲାଏନ୍ସ ଜିଓର ମ୍ୟାନେଜିଂ ଡାଇରେକ୍ଟର ଭାବେ ନିଯୁକ୍ତି ମିଳିଛି। 

Advertisment
Mukesh Ambani Reliance Jio Reliance Akash Ambani Isha Ambani
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ