Advertisment

କାଲିଠୁ ଏହି ସବୁ ଦରରେ ହୋଇପାରେ ବଡ଼ ପରିବର୍ତ୍ତନ, ଜାଣି ନିଅନ୍ତୁ ପୂରା ତଥ୍ୟ....

ସରିଲା ଅକ୍ଟେବାର ମାସ। ଆସନ୍ତା କାଲି ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି ନଭେମ୍ବର। ତେବେ ମାସ ଆରମ୍ଭ ହେବା ମାତ୍ରେ ସାରା ଦେଶରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ଯାହାର ସିଧାସଳଖ ପ୍ରଭାବ ଆପଣଙ୍କ ଉପରେ ପଡ଼ିବାକୁ ଯାଉଛି। ଏହା ସହ ନଭେମ୍ବର ପହିଲାରୁ ଦେଶ ତଥା ରାଜ୍ୟରେ ବହୁ କାର୍ଯ୍ୟକ୍ରମ କରାଯିବାର ରହିଛି

ଅଦ୍ୟତନ ହୋଇଛି
November

November

Advertisment

ନୂଆଦିଲ୍ଲୀ: ସରିଲା ଅକ୍ଟେବାର ମାସ। ଆସନ୍ତା କାଲି ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି ନଭେମ୍ବର। ତେବେ ମାସ ଆରମ୍ଭ ହେବା ମାତ୍ରେ ସାରା ଦେଶରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ଯାହାର ସିଧାସଳଖ ପ୍ରଭାବ ଆପଣଙ୍କ ଉପରେ ପଡ଼ିବାକୁ ଯାଉଛି। ଏହା ସହ ନଭେମ୍ବର ପହିଲାରୁ ଦେଶ ତଥା ରାଜ୍ୟରେ ବହୁ କାର୍ଯ୍ୟକ୍ରମ କରାଯିବାର ରହିଛି। ଚୁଲି ମୁଣ୍ଡଠାରୁ ଆରମ୍ଭ ବୁଲିବା ପର୍ଯ୍ୟନ୍ତ ହେବାକୁ ଥିବା ପରିବର୍ତ୍ତନ ବିଷୟରେ ଏବେ ହିଁ ଜାଣନ୍ତୁ।

Advertisment

ପ୍ରଥମତଃ ନଭେମ୍ବର ମାସ ୧ ତାରିଖରୁ ରୋଷେୟୀ ଘରର ଗ୍ୟାସ ସିଲିଣ୍ଡର ଦାମରେ ବଡ଼ ପରିବର୍ତ୍ତନ ଆସିପାରେ। ଯେମିତିକି ଏଲପିଜି ସିଲିଣ୍ଡର ଦାମ ଏହି ମାସରେ ପରିବର୍ତ୍ତନ ହେବାକୁ ଯାଉଛି। ଏଲପିଜି ବିକ୍ରିରେ ହେଉଥିବା କ୍ଷତି ଯୋଗୁଁ ଦାମ୍ ବୃଦ୍ଧି ହେବାର ଆଶଙ୍କା କରାଯାଉଛି।

ଦ୍ୱିତୀୟ ପରିବର୍ତ୍ତନଟି ହେଲା, ବ୍ୟାଙ୍କ କାରବାର। ଟଙ୍କା ଜମା ଠାରୁ ଉଠାଇବା ପର୍ଯ୍ୟନ୍ତ ସବୁଥିରେ ଏବେ ଚାର୍ଜ ଲାଗିପାରେ। ବ୍ୟାଙ୍କ ଅଫ୍ ବରୋଦା ପ୍ରଥମେ ଏପରି ନିୟମ ସାରା ଦେଶରେ କାର୍ଯ୍ୟକାରୀ କରିପାରେ। ଆସନ୍ତା ମାସଠାରୁ ନିର୍ଦ୍ଧାରିତ ସୀମା ଠାରୁ ଅଧିକ ଟ୍ରାନଜାକ୍ସନ୍ ଉପରେ ଆପଣଙ୍କୁ ଚାର୍ଜ ଲାଗିପାରେ। ଏହା ସହ ନଭେମ୍ୱର ପହିଲାରୁ ଲୋନ୍ ଖାତା ପାଇଁ ଏଣିକି ୧୫୦ ଟଙ୍କା ଦେବାକୁ ହେବ। ଆଉ ଜମା ଉପରେ ତିନିଥର ଖାତାଧାରୀ ମାଗଣା ସେବା ପାଇ ପାରିବେ। ଯଦି ଚତୁର୍ଥ ଥର ପାଇଁ ଗ୍ରାହକ ଟଙ୍କା ଜମା କରନ୍ତି, ତେବେ ସେମାନଙ୍କୁ ଚାର୍ଜ ଆକାରରେ ୪୦ ଟଙ୍କା ଦେବାକୁ ପଡିବ। ତେବେ ଜନ ଧନ ଆକାଉଣ୍ଟଧାରୀଙ୍କୁ ଜମା ଉପରେ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ। କିନ୍ତୁ ଉଠାଇବା ବେଳେ ୧୦୦ ଟଙ୍କା ଦେବାକୁ ହେବ।

Advertisment

ତୃତୀୟ ପରିବର୍ତ୍ତନରେ ପ୍ରଭାବିତ ହେବେ ଟ୍ରେନ ଯାତ୍ରୀ। ଭାରତୀୟ ରେଳବାଇ ପକ୍ଷରୁ କାଲିଠାରୁ ଟ୍ରେନ୍ ଟାଇମ୍ ଟେବଲ୍ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଅକ୍ଟୋବର ୧ ତାରିଖରୁ ହେବାକୁ ଥିବା ପରିବର୍ତ୍ତନ ନଭେମ୍ବର ୧ ତାରିଖରୁ ହୋଇପାରେ ବୋଲି କୁହାଯାଉଛି। ଫଳରେ ୧୩ ହଜାର ଯାତ୍ରୀବାହୀ ଏବଂ ୭ ହଜାର ମାଲବାହୀ ଟ୍ରେନର ସମୟ ବଦଳି ଯାଇପାରେ। ଏପରିକି ଦେଶରେ ଗଡ଼ୁଥିବା ପ୍ରାୟ ୩୦ଟି ରାଜଧାନୀ ଟ୍ରେନର ସମୟ ମଧ୍ୟ ନଭେମ୍ବର ୧ ତାରିଖରୁ ବଦଳିବାକୁ ଯାଉଛି।

ଚତୁର୍ଥରେ ନଭେମ୍ବର ୧ ତାରିଖରୁ ରୋଷେଇ ଗ୍ୟାସ୍ ସିଲିଣ୍ଡର ଡେଲିଭେରୀ ପ୍ରକ୍ରିୟା ବଦଳିବାକୁ ଯାଉଛି। ଏଣିକି ଗ୍ୟାସ ବୁକିଂ ସମୟରେ ଗ୍ରାହକଙ୍କ ମୋବାଇଲ୍ ନମ୍ବରକୁ ଏକ ଓଟିପି ପଠାଯିବ। ଯେତେବେଳେ ଗ୍ୟାସ୍ ସିଲିଣ୍ଡର୍ ଆପଣଙ୍କ ଘରେ ପହଞ୍ଚିଯିବ ସେତେବେଳେ ଡେଲିଭେରି ବୟ ସହିତ ଆପଣ ଉକ୍ତ ଓଟିପିକୁ ସେୟାର୍ କରିବାକୁ ହେବ।

Advertisment

ପଞ୍ଚମ ପରିବର୍ତ୍ତନରେ ପ୍ରଭାବିତ ହୋଇପାରେ ଗାଁଠୁ ସହର। ନଭେମ୍ବର ପହିଲାରୁ କିଛି ଆଇଫୋନ୍ ଏବଂ ଆଣ୍ଡ୍ରଏଡ୍ ଫୋନରେ କାମ କରିବା ନାହିଁ ହ୍ୱାଟସଆପ୍। ହ୍ୱାଟସଆପରେ ଦେଇଥିବା ସୂଚନା ମୁତାବକ, ନଭେମ୍ବରରୁ ଫେସବୁକ୍ ମାଲିକାନାରେ ଥିବା ପ୍ଲାଟଫର୍ମ ଆଣ୍ଡ୍ରଏଡ୍ 4.0.3 Ice Cream Sandwich, iOS 9 ଏବଂ KaiOS 2.5.0ରେ ହ୍ୱାଟସଆପ୍ କାମ କରିବା ବନ୍ଦ ହୋଇଯିବ।

ଷଷ୍ଠରେ ନଭେମ୍ବର ପହିଲାରୁ ୩୦ ତାରିଖ ରାତି ପର୍ଯ୍ୟନ୍ତ ଭାରତରୁ ବିଦେଶକୁ ଓ ବିଦେଶରୁ ଭାରତକୁ ବ୍ୟବସାୟିକ ବିମାନ ଚଳାଚଳ ବନ୍ଦ ରହିବ। ତେବେ କିଛି ନିର୍ଦିଷ୍ଟ ମାର୍ଗରେ ଅନୁମୋଦନପ୍ରାପ୍ତ ବିମାନ ଚଳାଚଳ କରିବ। ଯାତ୍ରୀବାହୀ ବିମାନ ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଅନ୍ତର୍ଜାତୀୟ କାରଗୋ ବିମାନ ସେବାକୁ ଏଥିରୁ ବାଦ ଦିଆଯାଇଛି। ନଭେମ୍ବର ମାସ ପାଇଁ ଜାରି ହୋଇଥିବା କେନ୍ଦ୍ର ଗାଇଡଲାଇନକୁ ଅନୁପାଳନ କରି ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ ପକ୍ଷରୁ ନଭେମ୍ବର ୩୦ ଯାଏଁ ଅନ୍ତର୍ଜାତୀୟ ବ୍ୟବସାୟିକ ବିମାନ ସେବା ଉପରେ ପ୍ରତିବନ୍ଧକ ଲଗାଯାଇଛି।

ସପ୍ତମରେ ନଭେମ୍ବର ୧ରୁ ନୂଆଦିଲ୍ଲୀରେ ସମସ୍ତ ଘରୋଇ ଏବଂ ସରକାରୀ ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ହୋଇଛି। ହେଲେ ଏ ସମୟ ମଧ୍ୟରେ କୌଣସି ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଆସିବାକୁ ବାଧ୍ୟ କରାଯାଇ ପାରିବ ନାହିଁ। ତେବେ ସମସ୍ତ ବିଦ୍ୟାଳୟର ଶ୍ରେଣୀ ଗୃହରେ ସର୍ବାଧିକ ଉପସ୍ଥାନ ୫୦% କ୍ଷମତା ରହିବା ନେଇ ସ୍କୁଲ୍ ପକ୍ଷରୁ ପ୍ରୟାସ କରାଯିବ। ଏହା ସହ ସ୍କୁଲ କର୍ମଚାରୀଙ୍କ ଶତ ପ୍ରତିଶତ ଟିକାକରଣ ହୋଇଥିବା ଆବଶ୍ୟକ। ଉଭୟ ଅଫଲାଇନ୍ ଏବଂ ଅନଲାଇନରେ ପାଠପଢା ଯେପରି ହେବ, ସେ ନେଇ ନଜର ରଖିବାକୁ କୁହାଯାଇଛି।

India November
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ