Advertisment

ଭୂପେନ୍ଦ୍ର ପଟେଲ୍ ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ

ଗୁଜୁରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ସାମ୍ନାକୁ ଆସିଛି। ଭୂପେନ୍ଦ୍ର ପଟେଲ ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ। ରବିବାର ଗାନ୍ଧିନଗରରେ ବିଧାନସଭା ଦଳର ବୈଠକରେ ଭୂପେନ୍ଦ୍ରଙ୍କ ନାମ ସ୍ଥିର କରାଯାଇଛି। ବର୍ତ୍ତମାନ ଭୂପେନ୍ଦ୍ର ଗୁଜୁରାଟର ଘାଟଲୋଦିଆର ବିଧାୟକ ଅଛନ୍ତି। ୨୦୧୭ ବିଧାନସଭା ନିର୍ବାଚନରେ ଭୂପେନ୍ଦ୍ର ଭାଇ ରଜନୀକାନ୍ତ ପଟେଲ ଅହମ୍ମଦାବାଦ ଜିଲ୍ଲାର ଘାଟଲୋଦିଆ ଆସନରୁ କଂଗ୍ରେସର ଶଶିକାନ୍ତ ଭାସୁଦେବ ଭାଇ ପଟେଲଙ୍କୁ ହରେଇଥିଲେ।

ଅଦ୍ୟତନ ହୋଇଛି
Bhupendra Patel

Bhupendra Patel

Advertisment

ଗାନ୍ଧିନଗର : ଗୁଜୁରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ସାମ୍ନାକୁ ଆସିଛି। ଭୂପେନ୍ଦ୍ର ପଟେଲ ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ। ରବିବାର ଗାନ୍ଧିନଗରରେ ବିଧାନସଭା ଦଳର ବୈଠକରେ ଭୂପେନ୍ଦ୍ରଙ୍କ ନାମ ସ୍ଥିର କରାଯାଇଛି। ବର୍ତ୍ତମାନ ଭୂପେନ୍ଦ୍ର ଗୁଜୁରାଟର ଘାଟଲୋଦିଆର ବିଧାୟକ ଅଛନ୍ତି। ୨୦୧୭ ବିଧାନସଭା ନିର୍ବାଚନରେ ଭୂପେନ୍ଦ୍ର ଭାଇ ରଜନୀକାନ୍ତ ପଟେଲ ଅହମ୍ମଦାବାଦ ଜିଲ୍ଲାର ଘାଟଲୋଦିଆ ଆସନରୁ କଂଗ୍ରେସର ଶଶିକାନ୍ତ ଭାସୁଦେବ ଭାଇ ପଟେଲଙ୍କୁ ହରେଇଥିଲେ।

Advertisment

ମୁଖ୍ୟମନ୍ତ୍ରୀ ଦୌଡରେ ଅନେକ ନାମ ସାମ୍ନାକୁ ଆସିଥିଲା। ଏହି ଦୌଡରେ କେନ୍ଦ୍ରମନ୍ତ୍ରୀ ମନସୁଖ ମଣ୍ଡାବିୟା, ପୁରୁଷୋତ୍ତମ ରୁପାଲା, ଲକ୍ଷଦ୍ୱୀପ ପ୍ରଶାସକ ପ୍ରଫୁଲ୍ ପଟେଲ୍, ଉପ ମୁଖ୍ୟମନ୍ତ୍ରୀ ନିତିନ ପଟେଲ୍, ସିଆର୍ ପାଟିଲ୍ ଓ ଗୋରଧନ ଝଡକିଆଙ୍କ ନାମ ସାମିଲ ଥିଲା। କିନ୍ତୁ ବିଜେପି ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛି। ବିଧାୟକ ଦଳ ବୈଠକରେ ଭୁପେନ୍ଦ୍ର ପଟେଲଙ୍କ ନାମରେ ଶେଷ ମୋହର ବାଜିଛି। ଏହା ପୂର୍ବରୁ ଯେତେବେଳେ ବିଜୟ ରୂପାଣୀଙ୍କୁ ମୁଖ୍ୟମନ୍ତ୍ରୀ କରାଗଲା ସେତେବେଳେ ନିତିନ୍ ପଟେଲଙ୍କ ନାମ ଆଗରେ ଚାଲିଥିଲା। କିନ୍ତୁ ପରେ ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେଲା ସେତେବେଳେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ରୂପାଣୀଙ୍କ ନାମ ଘୋଷଣା କରାଯାଇଥିଲା।

Advertisment

ପ୍ରକାଶଥାଉ ଯେ ଶନିବାର ବିଜୟ ରୂପାଣୀ ଗୁଜୁରାଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଏ ଯେତେବେଳେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଭେଟିବାକୁ ପହଞ୍ଚିଲେ ସେପର୍ଯ୍ୟନ୍ତ ମଧ୍ୟ କେହି ସନ୍ଦେହ କରି ନ ଥିଲେ ଯେ ସେ ଇସ୍ତଫା ଦେବାକୁ ଯାଉଛନ୍ତି।

ତେବେ ବିଶେଷ ସୂତ୍ରରୁ ଜଣାପଡିଛି ଯେ ରୂପାଣୀଙ୍କୁ ହଟେଇବା ନେଇ ଦଳରେ ଯୋଜନା ଚାଳିଥିଲା। ଏହା ଜାଣି ସେ ପୂର୍ବରୁ ଇସ୍ତଫା ଦେଇଥିବା ଜଣାଯାଏ। ସୂଚନା ମୁତାବକ ମୁଖ୍ୟମନ୍ତ୍ରୀଙ୍କୁ ହଟେଇବା ପରେ ଗୁଜୁରାଟ ସରକାର ମନ୍ତ୍ରୀମଣ୍ଡଳରେ ବଡ ପରିବର୍ତ୍ତନ ହେବା ଯୋଜନା ହୋଇଥିଲା। ଅନେକ ମନ୍ତ୍ରୀଙ୍କୁ ହଟାଯାଇ ନୂଆ ମନ୍ତ୍ରୀ କରିବାର ଯୋଜନା ଥିଲା। ଆର୍‌ଏସ୍‌ଏସ୍‌ ତରଫରୁ ଏକ ସର୍ଭେ ହୋଇଥିଲା ଯେ ରୂପାଣୀଙ୍କ ଚେହେରା ଆଧାରରେ ଆଗାମୀ ନିର୍ବାଚନ ଜିତିବା କଷ୍ଟକର ଲାଗୁଥିଲା।

Advertisment
Gandhinagar Gujurat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ