Advertisment

ଇଣ୍ଡିଆର ନାଁ ବଦଳାଯାଇ ଭାରତ ରଖାଗଲେ ଆପତ୍ତି ନାହିଁ: ଜାତିସଂଘ

‘ଇଣ୍ଡିଆ’ର ନାଁ ବଦଳାଯାଇ ‘ଭାରତ’ ରଖାଗଲେ ଏଥିରେ ସମ୍ମତି ଦେବାରେ ମିଳିତ ଜାତିସଂଘ (UN)ର କୌଣସି ଆପତ୍ତି ନାହିଁ। G20 ସମ୍ମିଳନୀରେ ଯୋଗ ଦେବାକୁ ଦିଲ୍ଲୀ ଆସିଥିବା ମିଳିତ ଜାତିସଂଘର ମହାସଚିବକଙ୍କ ମୁଖ୍ୟ ମୁଖପାତ୍ର ଷ୍ଟିଫେନ ଡୁଜାରିକ ଏହି କଥା କହି

United Nations

United Nations

Advertisment

ଇଣ୍ଡିଆର ନାଁ ବଦଳାଯାଇ ଭାରତ ରଖାଗଲେ ଏଥିରେ ସମ୍ମତି ଦେବାରେ ଆମର କୌଣସି ଆପତ୍ତି ନାହିଁ ବୋଲି ସ୍ପଷ୍ଟ କରିଛି ମିଳିତ ଜାତିସଂଘ । ତେବେ ଏଥିପାଇଁ ଯେଉଁ ସବୁ ଐପଚାରିକତା ଆବଶ୍ୟକ, ତାହା ପୂରଣ କରି ଆମ ପାଖକୁ ସେ ଦସ୍ତାବିଜ୍ ପଠାଇଲେ ଜାତିସଂଘ ରେକର୍ଡରେ ଇଣ୍ଡିଆର ନାଁ ଭାରତକୁ ପରିବର୍ତ୍ତନ ହୋଇଯିବ ବୋଲି ଦିଲ୍ଲୀ ଗସ୍ତକାଳରେ କହିଛନ୍ତି ମିଳିତ ଜାତିସଂଘ ମହାସଚିବଙ୍କ ମୁଖ୍ୟ ପ୍ରବକ୍ତା ଷ୍ଟିଫେନ୍ ଡୁରାଜିକ୍ ।

Advertisment

ଜି- ଟ୍ୱେଣ୍ଟି ସମ୍ମିଳନୀ ଅବସରରେ ରାତ୍ରୀ ଭୋଜନ ପାଇଁ ସଦସ୍ୟ ରାଷ୍ଟର ମୁଖ୍ୟ ମାନଙ୍କ ପାଖକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଠାଇଥିବା ନିମନ୍ତ୍ରଣ ପତ୍ରରେ ପ୍ରେରକ ଭାବେ ପ୍ରେସିଡେଣ୍ଟ ଅଫ୍ ଭାରତ ଲେଖାଯିବାକୁ ନେଇ ସୃଷ୍ଟି ହୋଇଥିଲା ବିବାଦ । ଏମିତିକି ଦେଶର ନାଁ ଇଣ୍ଡିଆ ବଦଳାଇ ଭାରତ ରଖିବାକୁ କେନ୍ଦ୍ର ସରକାର ଉଦ୍ୟମ ଚଳାଇଥିବା ଦର୍ଶାଇ ଘେରିଛନ୍ତି ବିରୋଧୀ । ଯାହାର ତଥ୍ୟମୂଳକ ଜବାବ ବି ଦେଉଛି ବିଜେପି ।

ଷ୍ଟିଫେନ ଡୁଜାରିକ କହିଛନ୍ତି, ଏହି ପ୍ରସଙ୍ଗକୁ ନେଇ ଯେଉଁ ବିତର୍କ ଚାଲିଛି, ସେଥିରେ ମିଳିତ ଜାତିସଂଘର ପ୍ରତିକ୍ରିୟା ଦେବାର ଆବଶ୍ୟକତା ନାହିଁ । ନାଁ ପରିବର୍ତ୍ତନ ନେଇ ନୂଆଦିଲ୍ଲୀ ସମସ୍ତ ଔପଚାରିକତା ପୂରଣ କରି ଆମ ପାଖକୁ ଆସିଲେ ଆମେ ଆମ ରେକର୍ଡରେ ମଧ୍ୟ ପରିବର୍ତ୍ତନ କରିଦେବୁ ।

Advertisment

ଯଦି ଇଣ୍ଡିଆର ନାଁ ପରିବର୍ତ୍ତନ ହୁଏ, ତା’ହେଲେ ଏହା ବିଶ୍ୱରେ ପ୍ରଥମ ଘଟଣା ହେବ ନାହିଁ । ପୂର୍ବରୁ ବହୁ ରାଷ୍ଟ୍ର ସେମାନଙ୍କ ନାଁ ପରିବର୍ତ୍ତନ କରିଛନ୍ତି । ରାଜନୀତିକ, ସାମାଜିକ ଅବା ଅନ୍ୟ କାରଣରୁ ଏହି ଦେଶଗୁଡ଼ିକ ସେମାନଙ୍କ ନାଁ ପରିବର୍ତ୍ତନ କରିଛନ୍ତି । ଷ୍ଟିଫେନ ଡୁଜାରିକ କହିଛନ୍ତି ଯେ ଗତ ବର୍ଷ Turkey ତା’ର ନାଁ ପରିବର୍ତ୍ତନ କରି Turkiye ରଖିଲା। ଇତିହାସକୁ ଦେଖିଲେ ଜଣାପଡ଼େ ଅନେକ ଦେଶ ଏକାଧିକ ଥର ସେମାନଙ୍କ ନାଁ ବଦଳାଇଛନ୍ତି।

India United Nations
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ