Advertisment

ଆଜି ଭାରତ ବନ୍ଦ, ଅତ୍ୟାବଶ୍ୟକୀୟ ସେବାକୁ ବାଦ୍

ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହୋଇଥିବା ୩ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଏହି ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ପାଳନ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ।

ଅଦ୍ୟତନ ହୋଇଛି
Bharat Bandh

Bharat Bandh

Advertisment

ନୂଆଦିଲ୍ଲୀ/ଭୁବନେଶ୍ୱର: ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହୋଇଥିବା ୩ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଏହି ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ପାଳନ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ। ବନ୍ଦ ଡାକରାକୁ କଂଗ୍ରେସ, ବାମଦଳ, ସମାଜବାଦୀ ପାର୍ଟି, ଆମ୍‌ ଆଦମୀ ପାର୍ଟି ସମେତ ୧୨ଟି ବିରୋଧୀ ଦଳ ସମର୍ଥନ ଜଣାଇଛନ୍ତି। ବନ୍ଦ ଡାକରାରୁ ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦିଆଯାଇଛି। 

Advertisment

ଓଡ଼ିଶାରେ କଂଗ୍ରେସ ଓ ବାମଦଳ ସମେତ ବିଭିନ୍ନ ସଂଗଠନ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି। ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ପଡ଼ିଛି। ବିଭିନ୍ନ କୃଷକ ସଂଗଠନ, ବାମ ଦଳ ଓ କଂଗ୍ରେସର କର୍ମୀମାନେ ପିକେଟିଂ କରୁଛନ୍ତି। ଭାରତ ବନ୍ଦକୁ ଦୃଷ୍ଟିରେ ରଖି OSRTC ବସ୍ ସେବା ବନ୍ଦ ରହିଛି।

ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଚାଷୀ ସଂଗଠନ ଏହି ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି। ଆଜି ସକାଳୁ ସକାଳୁ ଆନ୍ଦୋଳନକାରୀ ମାନେ ପିକେଟିଂ ଆରମ୍ଭ କରି ଦେଇଛନ୍ତି। ସକାଳୁ ଖୋଲୁଥିବା ଜିଲ୍ଲା ମୁଖ୍ୟ ଡାକଘର ସାମ୍ନାରେ ପୋଷ୍ଟର ଲଗାଇ କଂଗ୍ରେସ ନେତା ଓ କର୍ମୀ ଏହାକୁ ବନ୍ଦ କରିଛନ୍ତି। ରେଲ୍‌ୱେ ଷ୍ଟେସନରେ ଇସ୍ପାତ ଏକ୍ସପ୍ରେସ୍‌ ଚଳାଚଳ ବନ୍ଦ ରହିଥିଲା। ଟ୍ରେନ ସମ୍ମୁଖରେ ପୋଷ୍ଟର ଓ ବ୍ୟାନର ଧରି ଧାରଣା ଓ ନାରାବାଜି ଦେଇଥିଲେ ଆନ୍ଦୋଳନକାରୀ। ୨୦ ମିନିଟ ଧରି ଟ୍ରେନ ଚଳାଚଳ ବନ୍ଦ ରହିଥିଲେ। ବନ୍ଦ ଡାକରା ଯୋଗୁ ବଲାଙ୍ଗିର ସହର ଭିତରେ ଦୋକାନ ବଜାର ସବୁ ବନ୍ଦ ରହିଛି। ଭୁବନେଶ୍ୱର, ବାଲେଶ୍ୱର, ରାଉରକେଲା, କଟକ ଭଳି ବିଭିନ୍ନ ସହରରେ ଆଜି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।

Advertisment

ଚାଷୀ ଆନ୍ଦୋଳନ ରାସ୍ତା ଛାଡ଼ି ସମାଧାନ ବାଟ ଆପଣାନ୍ତୁ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି। ୪୦ଟି କିଷାନ ସଂଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚା ଏହି ବନ୍ଦ ଡାକରାରେ ସାମିଲ ହେବା ପାଇଁ ଲୋକଙ୍କୁ ଅପିଲ କରିଥିଲା। ଏହାସହ ବନ୍ଦ ଡାକରାରେ ରାଜନୈତିକ ଦଳ ଓ ସମସ୍ତ ରାଜ୍ୟ ସରକାରଙ୍କୁ ସାମିଲ ହେବା ପାଇଁ ମଧ୍ୟ ଅପିଲ କରାଯାଇଥିଲା।  

Advertisment

ଭାରତ ବନ୍ଦକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସହରର ସୀମାରେ ୩ଟି ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବିକ୍ଷୋଭକାରୀଙ୍କ ମଧ୍ୟରୁ କାହାକୁ ଦିଲ୍ଲୀ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ।

Bharat Bandh Farmers Strike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ