Advertisment

ଆଜିଠୁ ପଞ୍ଜାବରେ ଆରମ୍ଭ ହେଲା ‘ଆପ୍‌’ ରାଜ୍‌, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଗୱନ୍ତ ମାନ୍

ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭଗୱନ୍ତ ମାନ୍ ଆଜି ଶପଥ ଗ୍ରହଣ କରିଛନ୍ତି। ପଞ୍ଜାବରେ ୧୧୭ ବିଧାନସଭା ଆସନରୁ ଆମ୍‌ ଆଦମୀ ପାର୍ଟି(ଆପ୍‌) ଏକାକୀ ୯୨ ଆସନ ଜିତି ଥିଲା।

ଅଦ୍ୟତନ ହୋଇଛି
Bhagwant Mann Sworn In As CM Of Punjab

Bhagwant Mann Sworn In As CM Of Punjab

Advertisment

ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭଗୱନ୍ତ ମାନ୍ ଆଜି ଶପଥ ଗ୍ରହଣ କରିଛନ୍ତି। ସହିଦ ଭଗତ ସିଂଙ୍କ ଜନ୍ମମାଟି ଖଟକର କାଲାନ୍‌ରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଥିଲା। ଏହି ଶପଥ ଗ୍ରହଣ ସମାରୋହରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ଆବାହକ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ସମେତ ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ।

Advertisment

ରାଜ୍ୟପାଳ ବନଓ୍ୱାରୀଲାଲ୍ ପୁରୋହିତ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଅବସରରେ ଭଗୱନ୍ତ ମାନ୍ ଏକ ନୂଆ ପଞ୍ଜାବ ଗଠନ ପାଇଁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇ ଥିବାବେଳେ, ସମର୍ଥକ ମାନେ ହଳଦୀ ରଙ୍ଗର ପଗଡ଼ି ଓ ଦୁପଟ୍ଟା ପିନ୍ଧି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା।  ସେପଟେ ସୁରକ୍ଷା ପାଇଁ ୮ରୁ ୧୦ ହଜାର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଥିଲା।

ପଞ୍ଜାବରେ ୧୧୭ ବିଧାନସଭା ଆସନରୁ ଆମ୍‌ ଆଦମୀ ପାର୍ଟି(ଆପ୍‌) ଏକାକୀ ୯୨ ଆସନ ଜିତି ଥିଲା। ସେହିପରି କଂଗ୍ରେସ ୧୮ଟି ଆସନ ଜିତି ଥିବାବେଳେ ଅକାଳୀ ଦଳ ୩ଟି, ବିଜେପି ୨ଟି ଓ ଅନ୍ୟାନ୍ୟ ଦଳ ୨ଟି ଆସନ ଜିତି ଥିଲା। ୯୦ରୁ ଅଧିକ ଆସନ ଜିତି ଥିବା ଆମ୍‌ ଆଦମୀ ପାର୍ଟି ପଞ୍ଜାବରେ ସରକାର ଗଠନ କରିବା ପାଇଁ ନିଷ୍ପତ୍ତି ନେଇଥିଲା। 

Advertisment
Aam Aadmi Party Punjab Politics Bhagwant Mann Punjab Election Results
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ