Advertisment

ବସ୍‌ରେ ବିନା ହେଡ୍‌-ଫୋନ୍‌ରେ କଥା ହେଲେ ୫ ହଜାର ଫାଇନ୍‌ ! ୩ ମାସ ଜେଲ୍‌?

ସାବଧାନ ! ଏଣିକି ବସ୍‌ରେ ଗଲାବେଳେ ବିନା ହେଡ୍‌ଫୋନ୍‌ରେ କଥାହେଲେ ଗଣିବେ ୫ ହଜାର ଫାଇନ୍‌ । ଖାଲି ଫାଇନ୍‌ ନୁହେଁ ୩ ମାସ ପର୍ଯ୍ୟନ୍ତ ହୋଇପାରେ ଜେଲ୍‌

ଅଦ୍ୟତନ ହୋଇଛି
BEST Bans Use Of Mobile Phone Speakers On Buses

mobile phone

Advertisment

ବସ୍‌ରେ ଯାତ୍ରା କରୁଛନ୍ତି କି? ସାବଧାନ ରୁହନ୍ତୁ, ସତର୍କ ବି ରୁହନ୍ତୁ । କାରଣ ଏଣିକି ବସ୍‌ରେ ଯାତ୍ରା କରିବା ସମୟରେ ଯଦି ଆପଣ ବିନା ହେଡ୍‌ଫୋନ୍‌ରେ କୌଣସି ଭିଡିଓ ଦେଖୁଛନ୍ତି କିମ୍ବା ଗୀତ ଶୁଣୁଛନ୍ତି ତେବେ ଆପଣଙ୍କୁ ଦେବାକୁ ପଡିପାରେ ମୋଟା ଅଙ୍କର ଜୋରିମାନା । ଖାଲି ଜୋରିମାନା ଦେବେ ତାହା ନୁହେଁ ବରଂ ୩ ମାସ ଜେଲ୍‌ ଦଣ୍ଡାଦେଶ ହେବା ନେଇ ଜାରି ହେଲା ନିର୍ଦ୍ଦେଶନାମା । ଯାହାକୁ ନେଇ ବସଯାତ୍ରୀଙ୍କ ନିଦ ହଜିଯାଇଛି ।

Advertisment

ବସ୍‌ରେ ଯାତ୍ରା କରୁଥିବା ବେଳେ ଅନେକ ସମୟରେ ଯାତ୍ରୀମାନେ ମୋବାଇଲ ଫୋନ୍‌ରେ ଜୋରରେ କଥାବାର୍ତ୍ତା ହେବା ସହିତ ନିଜର ବ୍ୟକ୍ତିଗତ କଥାକୁ ଉଚ୍ଚ ସ୍ୱରରେ କୁହନ୍ତି । ଯାହାକୁ ନେଇ ଅନ୍ୟଯାତ୍ରୀମାନେ ବିରକ୍ତଭାବ ପ୍ରକାଶ କରନ୍ତି । ଏନେଇ ଅନେକ ଅଭିଯୋଗ ବି ଆସିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇ ପରିବହନ ବିଭାଗ ଏମିତି ନିର୍ଦ୍ଦେଶନାମା ଜାରି କରିଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବେଷ୍ଟ ଦ୍ୱାରା ଜାରି କରାଯାଇଥିବା ନୂତନ ସର୍କୁଲାରରେ କୁହାଯାଇଛି ଯେ ଡେସିବଲ ସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ବେଷ୍ଟ ମୁଖପାତ୍ର କହିଛନ୍ତି, ବସ୍‌ରେ ଯାତ୍ରା କରୁଥିବା ସହ-ଯାତ୍ରୀମାନେ ଅସୁବିଧାରେ ପଡ଼ିବା ଉଚିତ୍ ନୁହେଁ । ତେଣୁ ଯାତ୍ରୀଙ୍କ ସୁବିଧା ଲାଗି ଏମିତି ନିଷ୍ପତ୍ତି ନିଆଯାଇଛି । ଏହାସହ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ ଯଦି ଜଣେ ଯାତ୍ରୀ ଏହି ନିୟମ ପାଳନ କରୁନାହାଁନ୍ତି ତେବେ ବମ୍ବେ ପୋଲିସ ଅଧିନିୟମର ଧାରା ୩୮ ଏବଂ ୧୧୨ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ବିଭାଗ ଅଧୀନରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ ୫,୦୦୦ ଟଙ୍କା ଜୋରିମାନା କିମ୍ବା ୩ମାସ ଜେଲ ଦଣ୍ଡ ଦିଆଯାଇପାରେ।

Advertisment
Bus Travel Mobile Phone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ