Advertisment

ରସାୟନ ବିଜ୍ଞାନ ପାଇଁ ବେଞ୍ଜାମିନ ଲିଷ୍ଟ ଓ ଡେଭିଡ ମ୍ୟାକମିଲାନଙ୍କୁ ମିଳିବ ନୋବେଲ ପୁରସ୍କାର

ରସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି । ଦୁଇ ରସାୟନ ବିଜ୍ଞାନୀଙ୍କୁ ମିଳିତ ଭାବେ ଏହି ଉତ୍କୃଷ୍ଟ ପୁରସ୍କାର ମିଳିବା ନେଇ ଘୋଷଣା ହୋଇଛି । ବେଞ୍ଜାମିନ ଲିଷ୍ଟ ଓ ଡେଭିଡ ମ୍ୟାକମିଲାନଙ୍କୁ ମିଳିତ ଭାବେ ନୋବେଲ ଆସିମେଟ୍ରିକ ଅର୍ଗାନୋକାଟାଲିସିସ୍ ପାଇଁ ନୋବେଲ ପୁରସ୍କାର ମିଳିବ ବୋଲି ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Nobel Prize in Chemistry

Nobel Prize in Chemistry

Advertisment

ନୂଆଦିଲ୍ଲୀ: ରସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି । ଦୁଇ ରସାୟନ ବିଜ୍ଞାନୀଙ୍କୁ ମିଳିତ ଭାବେ ଏହି ଉତ୍କୃଷ୍ଟ ପୁରସ୍କାର ମିଳିବା ନେଇ ଘୋଷଣା ହୋଇଛି । ବେଞ୍ଜାମିନ ଲିଷ୍ଟ ଓ ଡେଭିଡ ମ୍ୟାକମିଲାନଙ୍କୁ ମିଳିତ ଭାବେ ନୋବେଲ ଆସିମେଟ୍ରିକ ଅର୍ଗାନୋକାଟାଲିସିସ୍ ପାଇଁ ନୋବେଲ ପୁରସ୍କାର ମିଳିବ ବୋଲି ସୂଚନା ମିଳିଛି।

Advertisment

ସୂଚନା ଅନୁସାରେ, ମଲିକୁଲାର ନିର୍ମାଣ ପାଇଁ ଏକ ସଠିକ୍ ନୂତନ ଉପକରଣ ବିକଶିତ କରିଥିଲେ ବେଞ୍ଜାମିନ ଲିଷ୍ଟ ଓ ଡେଭିଡ ମ୍ୟାକମିଲାନ। ଯାହା ଫାର୍ମାସ୍ୟୁଟିକାଲ୍ ଗବେଷଣା ଉପରେ ଅନେକ ପ୍ରଭାବ ପକାଇଥିଲା ଏବଂ ରସାୟନ ବିଜ୍ଞାନକୁ ଅନେକ କ୍ଷେତ୍ରରେ ସହଜ କରିଦେଇଥିଲା। ତେଣୁ ସେମାନଙ୍କୁ ଏହି ସମ୍ମାନଜନକ ପୁରସ୍କାର ମିଳୁଛି।

Advertisment

ସେପଟେ, ମେଡିସିନ୍‌ କ୍ଷେତ୍ରରେ ଅକ୍ଟୋବର ୪ ତାରିଖରେ ନୋବେଲ ପୁରସ୍କାର ଘୋଷଣା ହୋଇଥିଲା। ଚଳିତଥର ଡେଭିଡ ଜୁଲିଅସ୍ ଓ ଆର୍ଡେମ ପାଟାପୋସିଆନଙ୍କୁ ମିଳିତ ଭାବେ ଏହି ସମ୍ମାନଜନକ ପରସ୍କାର ମିଳିବ। ଏହି ଦୁଇ ଜଣ ନୋବେଲ ବିଜେତା ବଡି ଟେମ୍ପରେଚର ଓ ସ୍ପର୍ଶ ପାଇଁ ରେସ୍‌ପେଟର୍ସର ଆବିଷ୍କାର କରିଥିବାରୁ ସେମାନଙ୍କୁ ଏହି ଭବ୍ୟ ପୁରସ୍କାର ମିଳିବ। ଏହି ସମ୍ମାନଜନକ ପୁରସ୍କାର ବାବଦରେ ଗୋଟିଏ ସ୍ୱର୍ଣ୍ଣ ପଦକ ସହ ଏବଂ 10 ନିୟୁତ ସ୍ୱିଡେନ କ୍ରୋନୋର ଆର୍ଥିକ ରାଶି ମିଳିବ। ଯକୃତ ସମ୍ପର୍କିତ ହେପାଟାଇଟିସ୍ ସି ଭାଇରସ ଆବିଷ୍କାର କରିଥିବାରୁ ଗତ ବର୍ଷ ୩ ଜଣ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ମିଳିଥିଲା।  

Nobel Prize Benjamin List David WC MacMillan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ