କାର୍‌ର ବିଲ୍ ଉଡ଼ାଇଲା ହୋଶ୍, ଘର ଭଡ଼ାକୁ ବଳିଗଲା ଉବର୍ ବିଲ୍!

ଯେପରି ବାଙ୍ଗାଲୋରରେ ଚାକିରି କରିଥିବା ଏହି ମହିଳାଙ୍କ ସହ ହୋଇଛି । ଅଫିସ ଯିବା ଆସିବା ପାଇଁ ସେ କରିଥିବା କ୍ୟାବର ମାସିକ ବିଲ୍ ତାଙ୍କର ହୋସ୍ ଉଡାଇ ଦେଇଛି ।

Uber Bill

ଆପଣ ପ୍ରତିଦିନ ଅଫିସ ଯିବାକୁ କ୍ୟାବ ବ୍ୟବହାର କରୁଛନ୍ତି କି? ତେବେ ଏହା ପଛରେ ଆପଣ ମାସକୁ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି କେବେ ହିସାବ କରିଛନ୍ତି । ଯଦି ନୁହେଁ ତେବେ ଥରେ ହିସାବ କରି ଦେଖନ୍ତୁ, ହୋଇପାରେ ଆପଣଙ୍କୁ ଝଟକା ଲାଗିପାରେ ।

ଯେପରି ବାଙ୍ଗାଲୋରରେ ଚାକିରି କରିଥିବା ଏହି ମହିଳାଙ୍କ ସହ ହୋଇଛି । ଅଫିସ ଯିବା ଆସିବା ପାଇଁ ସେ କରିଥିବା କ୍ୟାବର ମାସିକ ବିଲ୍ ତାଙ୍କର ହୋସ୍ ଉଡାଇ ଦେଇଛି । ବେଙ୍ଗାଲୁର ଟ୍ରାଫିକ୍ ସମ୍ପର୍କରେ କିଏ ନଜାଣେ । ପ୍ରତିଦିନ ଏଠାରେ ଘଣ୍ଟା ଘଣ୍ଟା ଧରି ହୁଏ ଟ୍ରାଫିକ ଜାମ୍ ।

ଖାସ ସେହି କାରଣରୁ, ସହରର ଅନେକ ଲୋକେ ଅଫିସ ଯିବା ପାଇଁ ଓଲା, ଉବର ପରି କ୍ୟାବ ସର୍ଭିସ ଉପରେ ନିର୍ଭର କରନ୍ତି । ତେବେ ସେହି ବାଙ୍ଗାଲୋର ହିଁ ଜଣେ ମହିଳା ନିଜର ମାସିକ କ୍ୟାବ ବିଲକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେୟାର କରିଛନ୍ତି । ଯାହା ଖୁବ ଭାଇରାଲ ହେବା ସହ ୟୁଜର୍ସଙ୍କୁ ଚକିତ କରିଛି ।

ମହିଳା ଜଣକ ଏହି ପୋଷ୍ଟରେ ଲେଖିଛନ୍ତି, ମୁଁ ବିଶ୍ୱାସ କରିପାରୁ ନାହିଁ, ମୋର ଉବର ବିଲ୍ ମୋ ଘରର ମାସିକ ଭଡାରୁ ଅଧିକ । କାରଣ ମ୍ୟାଡମ ଜଣକ ଜୁଲାଇ ୧ ରୁ ୨୫ ମଧ୍ୟରେ ୭୪ଥର କ୍ୟାବରେ ଭ୍ରମଣ କରିଥିଲେ । ଯାହାର ସମୁଦାୟ ବିଲ୍ ଥିଲା ୧୬,୦୦୦ରୁ ଅଧିକ ଟଙ୍କା ।

ଏହି ପୋଷ୍ଟ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଏବଂ ୟୁଜର୍ସ ଏହା ଉପରେ ମନ୍ତବ୍ୟ ଦେଉଛନ୍ତି । କିଛି ୟୁଜର୍ସ ମହିଳାଙ୍କୁ ପରିବହନ ଖର୍ଚ୍ଚ ନିୟନ୍ତ୍ରଣ କରିବା ପାଇଁ ଟିପ୍ସ ଦେଇଛନ୍ତି । ଜଣେ ଉପଭୋକ୍ତା ଲେଖିଛନ୍ତି, ମୁଁ ବାଙ୍ଗାଲୋରରେ ଗୋଟିଏ ଦୁଇଟି ଚକିଆ ଯାନ କିଣିଛି ।

ଏହା ଅତ୍ୟନ୍ତ ସୁବିଧାଜନକ ଏବଂ ଆପଣ କୌଣସି ସ୍ଥାନକୁ ଏଥିରେ ଯିବାକୁ ଚିନ୍ତା କରିବାକୁ ପଡିବ ନାହିଁ । ସେହିପରି ଅନ୍ୟ ଜଣେ ମନ୍ତବ୍ୟ ଦେଇଛନ୍ତି, ସମୟ ଆସିଛି ନିଜ ପାଇଁ କାର କିଣନ୍ତୁ । ଯାହାର ମାସିକ EMI ଆପଙ୍କ କ୍ୟାବ ଖର୍ଚ୍ଚ ଠାରୁ ବହୁତ କମ୍ ହେବ ।