Advertisment

ଟ୍ରାଫିକରେ ଫସିଲା କାର୍‌, ଫାଇଦା ଉଠାଇ ବର ଫେରାର...ପଛେ ପଛେ ଦୌଡ଼ିଲା କନ୍ୟା, ତା’ପରେ...

ଟ୍ରାଫିକରେ ଫସିଲା କାର୍‌, ଫାଇଦା ଉଠାଇ କନ୍ୟାକୁ ଛାଡ଼ି ଫେରାର ମାରିଲା ବର(Groom Runaway)। ଏହାଦେଖି ଗାଡ଼ିରୁ ଓହ୍ଲାଇ ବର ପଛେ ପଛେ ଦୌଡ଼ିଥିଲା କନ୍ୟା। ହେଲେ କିଛି ଫାଇଦା ହୋଇନଥିଲା।

ଅଦ୍ୟତନ ହୋଇଛି
Bengaluru Traffic Helped Groom DITCH Newlywed Bride

Bengaluru traffic helped groom DITCH newlywed bride

Advertisment

ଟ୍ରାଫିକରେ ଫସିଲା କାର୍‌, ଫାଇଦା ଉଠାଇ କନ୍ୟାକୁ ଛାଡ଼ି ଫେରାର ମାରିଲା ବର(Groom Runaway)। ଏହାଦେଖି ଗାଡ଼ିରୁ ଓହ୍ଲାଇ ବର ପଛେ ପଛେ ଦୌଡ଼ିଥିଲା କନ୍ୟା। ହେଲେ କିଛି ଫାଇଦା ହୋଇନଥିଲା। ଫେବୃଆରୀ ୧୬ରେ ବେଙ୍ଗାଲୁରୁରେ ଏମିତି କିଛି ଅଜବ ଘଟଣା ଦେଖିବାକୁ ମିଳିଛି। ବେଙ୍ଗାଲୁରୁର ମହାଦେବପୁରା ଟେକ୍‌ କରିଡର୍‌ ନିକଟରେ ଟ୍ରାଫିକରେ କାର୍‌ ଫସି ଯାଇଥିଲା। ପରେ ଜଣାପଡ଼ିଥିଲା ଗୋଆରେ କାମ କରୁଥିବା ବେଳେ ଜଣେ ଯୁବତୀଙ୍କ ସହ ଫେରାର ଯୁବକଙ୍କ ପ୍ରେମ ସମ୍ପର୍କ ଥିଲା। ତେଣୁ ସମ୍ପୃକ୍ତ ଯୁବତୀଙ୍କ ପାଖକୁ ସେ ଚାଲି ଯାଇଥିବା ସନ୍ଦେହ କରାଯାଉଛି।

Advertisment

ଅଧିକ ପଢ଼ନ୍ତୁ: ପ୍ରେମିକ ସହ ଫେରାର ହୋଇଗଲା ପତ୍ନୀ, ବିନା ହିଂସାରେ ସାଂଘାତିକ ପ୍ରତିଶୋଧ ନେଲା ସ୍ୱାମୀ...

ଟାଇମ୍ସ ଅଫ୍‌ ଇଣ୍ଡିଆ ରିପୋର୍ଟ ଅନୁସାରେ, ଫେବୃଆରୀ ୧୫ରେ ଯୁବକ ଜଣକ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ତେବେ ଏହାର ପରଦିନ ଅର୍ଥାତ୍‌ ଫେବୃଆରୀ ୧୬ରେ ଯୁବକ ଜଣକ ଫେରାର ହେବା ପାଇଁ ପ୍ରୟାସ କରିଥିଲେ। ପତ୍ନୀଙ୍କ ସହ ଚର୍ଚ୍ଚରୁ ପ୍ରାର୍ଥନା ସାରି କାର୍‌ରେ ଫେରୁଥିବା ବେଳେ ମହାଦେବପୁରା ଟେକ୍‌ କରିଡର୍‌ ନିକଟ ଟ୍ରାଫିକ୍‌ରେ ପ୍ରବଳ ଭିଡ଼ ଯୋଗୁ କାର୍‌ ଫସି ଯାଇଥିଲା। ସମ୍ପୃକ୍ତ ଯୁବକ ଗାଡ଼ିର ଆଗ ସିଟ୍‌ରେ ବସିଥିଲେ। ଯାହାର ଫାଇଦା ଉଠାଇ ସେ କାର୍‌ ଡୋର୍‌ ଖୋଲି ଦୌଡ଼ି ପଳାଇଥିଲେ।  ଏହା ଦେଖି ଗାଡ଼ିରୁ ଓହ୍ଲାଇ ଯୁବକଙ୍କ ପଛେ ପଛେ ତାଙ୍କ ପତ୍ନୀ ଦୌଡ଼ିଥିଲେ। ହେଲେ କିଛି ଫାଇଦା ହୋଇନଥିଲା। କାରଣ ଯୁବକ ଜଣକ ଘଟଣାସ୍ଥଳରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ। 

Advertisment

ଏନେଇ ମାର୍ଚ୍ଚ ୫ରେ ପୋଲିସ୍‌ରେ ସମ୍ପୃକ୍ତ ଯୁବତୀ ଅଭିଯୋଗ କରିଥିଲେ। ସେ ଦାବି କରିଥିଲେ ଯେ, ଯେଉଁ ଯୁବତୀଙ୍କ ସହ ତାଙ୍କ ସ୍ୱାମୀଙ୍କ ଆଫାୟର୍‌ ଚାଲିଥିଲା, ସେଇ ଯୁବତୀ ସୋସିଆଲ୍‌ ମିଡିଆରେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଶେୟାର କରି ଦେବାର ଧମକ ତାଙ୍କ ସ୍ୱାମୀଙ୍କୁ ଦେଉଥିଲେ। ଏଥିରେ ଭୟଭୀତ ହୋଇ ତାଙ୍କ ସ୍ୱାମୀ ଫେରାର ହୋଇଯାଇଛନ୍ତି। ଘଟଣାକୁ ୨ ସପ୍ତାହରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ ଯୁବକଙ୍କ କୌଣସି ଖୋଜ ଖବର ମିଳିପାରିନି। ସୂଚନା ଅନୁସାରେ, ଯୁବକଙ୍କ ଘର ଚିକ୍କାବଲ୍ଲାପୁର ଜିଲ୍ଲାର ଚିନ୍ତାମଣୀରେ। କର୍ଣ୍ଣାଟକ ଓ ଗୋଆରେ ଏକ କମ୍ପାନୀ ଚଲାଇବା ପାଇଁ ସେ ତାଙ୍କ ବାପାଙ୍କୁ ସାହାଯ୍ୟ କରୁଥିଲେ। ଗୋଆରେ କାମ କରୁଥିବା ବେଳେ ଜଣେ ଯୁବତୀଙ୍କ ସହ ଫେରାର ଯୁବକଙ୍କ ପ୍ରେମ ସମ୍ପର୍କ ଥିଲା।

ଯୁବକ ଜଣକ ନିଜ ପତ୍ନୀଙ୍କୁ କଥା ଦେଇଥିଲେ ଯେ, ଅନ୍ୟ ଯୁବତୀଙ୍କ ସହ ଥିବା ତାଙ୍କ ସମ୍ପର୍କକୁ ସେ ଭୁଲି ଯିବେ। ହେଲେ ଏପରି କିଛିବି ସେ କରିନଥିଲେ। ପତ୍ନୀଙ୍କ କହିବା ଅନୁସାରେ, ‘ଅନ୍ୟ ଜଣେ ଯୁବତୀଙ୍କ ସହ ଥିବା ଆଫାୟର୍‌ ସମ୍ପର୍କରେ ତାଙ୍କ ସ୍ୱାମୀ ବିବାହ ପୂର୍ବରୁ କହିଥିଲେ। ତେବେ ଉକ୍ତ ଯୁବତୀଙ୍କୁ ଭୁଲି ଯିବା କଥା କହିବାରୁ ବିବାହ ପାଇଁ ରାଜି ହୋଇଥିଲି। ଯେଉଁ ଯୁବତୀଙ୍କ ସହ ତାଙ୍କ ସ୍ୱାମୀଙ୍କ ସମ୍ପର୍କ ଥିଲା ସମ୍ପୃକ୍ତ ଯୁବତୀ ତାଙ୍କ ସ୍ୱାମୀଙ୍କୁ ବ୍ଲାକ୍‌ମେଲ୍‌ କରୁଥିଲା। ତେଣୁ ଏଥିପାଇଁ ସେ ଫେରାର ହୋଇଯାଇଛନ୍ତି।’

Advertisment
Traffic Jam Ajab Gajab Ajab Gajab News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ