Advertisment

ପ୍ରବଳ ବର୍ଷାରେ ଉବୁଟୁବୁ ବେଙ୍ଗାଲୁରୁ, ଜଳବନ୍ଦୀ ସ୍ଥିତି ଯୋଗୁ ହଜାରେ କୋଟିର କ୍ଷତି

ରାସ୍ତାରେ ଏତେ ପାଣି ଜମିଛି ଯେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। ବେଙ୍ଗାଲୁରୁ ସହରରେ ହୋଇଥିବା ଜଳବନ୍ଦୀ ସ୍ଥିତି ଯୋଗୁ ହଜାରେ କୋଟିର କ୍ଷତି ହୋଇଥିବା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କହିଛନ୍ତି।

Bengaluru Reeling Under Water

Bengaluru Reeling Under Water

Advertisment

ପ୍ରବଳ ବର୍ଷା ଯୋଗୁ ଉବୁଟୁବୁ ବେଙ୍ଗାଲୁରୁ ସହର। ରାତିସାରା ପ୍ରବଳ ବର୍ଷା ଯୋଗୁ ଅଧିକାଂଶ ଅଞ୍ଚଳ ଏବେ ଜଳବନ୍ଦୀ। ସହରର ରାସ୍ତାରେ ପାଣି ଜମିବାରୁ ଗାଡ଼ି ମୋଟର ବୁଡ଼ି ଯାଇଛି। ଏପରିକି ରାସ୍ତା ଉପରେ ବୋଟ୍ ଚାଲୁଥିବା ଦେଖିବାକୁ ମିଳିଥିଲା। 

Advertisment

ସପ୍ତାହରେ ଦ୍ୱିତୀୟ ଥର ପାଇଁ ସହରରେ ବର୍ଷା ଯୋଗୁ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ସହରର ଇକୋସ୍ପେସ, ବେଲ୍ଲାନ୍ଦୁର, କେଆର ମାର୍କେଟ, ସିଲ୍‌କ ବୋର୍ଡ ଜଙ୍କସନ୍, ଭାରଥୁର ଅଞ୍ଚଳ ବିଶେଷ ପ୍ରଭାବିତ ହୋଇଛି। ଲୋକଙ୍କ ଘରଦ୍ୱାରରେ ପାଣି ପଶିଯାଇଛି। 

ରାସ୍ତାରେ ଏତେ ପାଣି ଜମିଛି ଯେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। ମହାଦେବପୁରାରେ ୩୦ଟି ଆପାର୍ଟମେଣ୍ଟ ପାଣି ଘେରରେ ରହିଛି। ବର୍ଷା ଓ ଜଳବନ୍ଦୀ ସ୍ଥିତି ଯୋଗୁ ସହରରେ ସ୍କୁଲ କଲେଜ ବନ୍ଦ କରାଯାଇଛି। ବେଙ୍ଗାଲୁରୁ ସହରରେ ହୋଇଥିବା ଜଳବନ୍ଦୀ ସ୍ଥିତି ଯୋଗୁ ହଜାରେ କୋଟିର କ୍ଷତି ହୋଇଥିବା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କହିଛନ୍ତି। ଆସନ୍ତା ୯ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେବା ପରେ ଚିନ୍ତା ବଢ଼ିଛି। 

Advertisment

Bengaluru Flood Waterlogging In Bengaluru Bengaluru Rain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ