Advertisment

ହୋମ୍‌ ଗାର୍ଡଙ୍କ ସଚ୍ଚୋଟପଣିଆ; ଫେରାଇଦେଲେ ଷ୍ଟେସନ କଡ଼ରୁ ପାଇଥିବା ୨୦ ଲକ୍ଷର ସୁନା

ହୋମ୍‌ ଗାର୍ଡଙ୍କ ସଚ୍ଚୋଟପଣିଆ । ଫେରାଇଦେଲେ ଷ୍ଟେସନ କଡ଼ରୁ ପାଇଥିବା ୨୦ ଲକ୍ଷର ସୁନା ଯାତ୍ରୀଙ୍କ ସହ ସୁଟ୍‌କେସ୍‌ ।

ଅଦ୍ୟତନ ହୋଇଛି
Bengaluru home guard returns suitcase with rs 20 lakh gold

Bengaluru home guard returns suitcase with rs 20 lakh gold

Advertisment

ହୋମ୍‌ ଗାର୍ଡଙ୍କ ସଚ୍ଚୋଟପଣିଆ । ଫେରାଇଦେଲେ ଷ୍ଟେସନ କଡ଼ରୁ ପାଇଥିବା ୨୦ ଲକ୍ଷର ସୁନା ଯାତ୍ରୀଙ୍କ ସହ ସୁଟ୍‌କେସ୍‌ । ଜଣଙ୍କ ଝାଳବୁହା ଧନରେ ଉପାର୍ଜିତ ସୁନାକୁ ଫେରାଇ ନିଜ ମହାନତାକୁ ଦର୍ଶାଇଛନ୍ତି ।

Advertisment

ରେଲୱେ ପୋଲିସର ଏକ ସରକାରୀ ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ରମେଶ ଚାନ୍ଦ ନାମକ ଜଣେ ଯାତ୍ରୀ ତାଙ୍କ ପରିବାର ସହ ରାତି ପ୍ରାୟ ୯.୩୦ରେ ମାଇସୋର-ଅଜମେର ଏକ୍ସପ୍ରେସରେ ମାଇସୋର ଯିବା ପାଇଁ ଷ୍ଟେସନରେ ପହଞ୍ଚିଥିଲେ । ତାଙ୍କ ନିକଟରେ ଏକ ସୁଟକେସ୍ ଥିଲା, ଯେଉଁଥିରେ ୨୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ସହ ଅନ୍ୟାନ୍ୟ ସାମଗ୍ରୀ ରହିଥିଲା । ହେଲେ ପ୍ରାୟ ଦୁଇ ଘଣ୍ଟା ପରେ ରମେଶ ଚାନ୍ଦ ଜାଣିବାକୁ ପାଇଲେ ଯେ ତାଙ୍କ ଅଳଙ୍କାର ଥିବା ଏକ ସୁଟକେସ୍ ନିଖୋଜ ହୋଇଯାଇଛି। ଏହା ପରେ ରମେଶ ଚାନ୍ଦଙ୍କ ହୋସ୍‌ ଉଡ଼ିଯାଇଥିଲା ।

ନିଖୋଜ ସୁଟକେସ୍ ଖୋଜିବା ପାଇଁ ସେ ଯଥାସମ୍ଭବ ଚେଷ୍ଟା କରିଥିଲେ, ହେଲେ ତାଙ୍କୁ ମିଳିନଥିଲା । ଶେଷରେ ସେ ବାଧ୍ୟହୋଇ ଏସମ୍ପର୍କରେ ବେଙ୍ଗାଲୁରୁର କେଏସଆର ରେଳ ଷ୍ଟେସନରେ ଥିବା ଜିଆର୍‌ପି ପୋଲିସ ଷ୍ଟେସନରେ ସୁଟକେସରେ ନିଖୋଜ ହୋଇଥିବା ଅଭିଯୋଗ କଲେ ।

Advertisment

ରମେଶ ଚାନ୍ଦଙ୍କ ଅଭିଯୋଗ ପରେ ରେଲୱେ ପୋଲିସ ନିଖୋଜ ସୁଟକେସ ପାଇଁ ବ୍ୟାପକ ଖୋଜାଖୋଜି ଆରମ୍ଭ କରିଥିଲେ। ଏମିତି କି ବହୁ ପରିଶ୍ରମ ପରେ ବି ସୁଟ୍‌କେସ୍‌ ମିଳିନଥିଲା । ହେଲେ ଗୁରୁରାଜ ନାମକ ଜଣେ ହୋମଗାର୍ଡ ଷ୍ଟେସନରେ ୨୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଥିବା ସୁଟକେସ ପାଇଥିଲେ । ସୁଟ୍‌କେସ୍‌ ପାଇବା ମାତ୍ରେ ସେ ଅନ୍ୟ ପୋଲିସ କର୍ମଚାରୀଙ୍କୁ ଖବର ଦେଇ ସୁଟ୍‌କେସ୍‌କୁ ଫେରାଇଥିଲେ ।

ତେବେ ଗୁରୁରାଜଙ୍କ ସଚ୍ଚୋଟତା ଏବଂ ସୁଟକେସ୍ ଫେରାଇଦେବାର ଘଟଣାରେ ବରିଷ୍ଠ ଅଧିକାରୀମାନେ ଉଚ୍ଚ ପ୍ରଶଂସା କରିଛନ୍ତି ।

Advertisment

ଏଭଳି ସଚ୍ଚୋଟପଣିଆ କାମ କରି ଗୁରୁରାଜ ସମାଜରେ ଏକ ବିଶିଷ୍ଟ ଉଦାହରଣ ସୃଷ୍ଟି କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

Gold Home Guard Suitcase
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ