Advertisment

ମୃତ୍ୟୁକୁ ମାତ୍‌, ନାଲି ସାର୍ଟ ଦେଖାଇ ଶହ ଶହ ଜୀବନ ବଞ୍ଚାଇଦେଲା କୁନି ପୁଅ

ବିକଟାଳ ଶବ୍ଦ କରି ମାଡ଼ି ଆସୁଥିବା ଲୌହ ଦାନବକୁ ଦେଖି ଡରି ଗଲାନି କୁନି ପିଲାଟି..ବରଂ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ନାଲି ସାର୍ଟ ଧରି ରେଳ ଧାରଣାରେ ଛିଡ଼ା ହୋଇଯାଇଥିଲା ।

ଅଦ୍ୟତନ ହୋଇଛି
brave boy

brave boy

Advertisment

କୁନି ପୁଅର ଉପସ୍ଥିତି ବୁଦ୍ଧି ପାଇଁ ଟଳିଲା ବଡ଼ ଧରଣର ଟ୍ରେନ ଦୁର୍ଘଟଣା । ବାଲେଶ୍ୱର ବାହାନଗା ଦୁର୍ଘଟଣାସ୍ଥଳର ସେ ବିକଳ ଚିତ୍କାର ଆଜି ବି ଛାତି ଥରାଇ ଦେଉଥିବା ବେଳେ ଜଣେ ୧୨ବର୍ଷର ପିଲା ପାଇଁ ଏକ ଅଘଟଣ ଟଳି ଯାଇଛି । ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି ଶହ ଶହ ଲୋକ । ବୟସ କମ୍‌ ହେଲା ସୁଦ୍ଧା ଏକ ପାସେଞ୍ଜର ଟ୍ରେନକୁ ଅଟକାଇ ଅନେ ଲୋକଙ୍କୁ ନୂଆ ଜୀବନ ଦେଇଛି କୁନି ପିଲାଟି ।

Advertisment

ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଏକ ସମ୍ଭାବ୍ୟ ଦୁର୍ଘଟଣାକୁ ରୋକିବାରେ ସଫଳ ହୋଇଛି ୧୨ବର୍ଷର ବାଳକ ମୁରସଲିନ ଶେଖ । ପାଖ ଗାଁର ଜଣେ ଦିନ ମଜୁରିଆଙ୍କ ପୁଅ ମୁରସଲିନ । ଘଟଣାଦିନ ଟ୍ରେନ୍‌ଟି ବିକଟାଳ ଶବ୍ଦ କରି ମାଡ଼ି ଆସୁଥିବା ବେଳେ ମୁରସଲିନ୍‌ ଧାରଣାରେ ଏକ ବିରାଟ ଗର୍ତ୍ତ ଦେଖିଥିଲେ । ବର୍ଷାର ରେଳ ଧାରଣାରୁ ଅଧା ମାଟି ଧୋଇ ହୋଇ ଯାଇଥିବା ବେଳେ ସେଥିରେ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି ହୋଇଯାଇଥିଲା ।

Advertisment

ଆଉ ସେହି ଧାରଣାରେ ହିଁ ଟ୍ରେନଟି ଆଗକୁ ବଢ଼ୁଥିବା ଦେଖି ହଠାତ କ’ଣ କରିବେ ଚିନ୍ତା କରିପାରି ନଥିଲା ପିଲାଟି । ହେଲେ ଉପସ୍ଥିତ ବୁଦ୍ଧି ଖଟାଇ ପିନ୍ଧିଥିବା ଲାଲ ରଙ୍ଗର ଟି-ସାର୍ଟଟି ଓହ୍ଲାଇ ଧାରଣାରେ ପତାକା ପରି ଲହରେଇଥିଲା । କାରଣ ଲାଲ ରଙ୍ଗର ଜିନିଷ ଦେଖିଲେ ଟ୍ରେନ ଅଟକିଯାଏ ବୋଲି ସେ ପୂର୍ବରୁ ଶୁଣିଥିଲା ।

ସେପଟେ କୁନି ପିଲାଟିଏ ନାଲି ସାର୍ଟ ଧରି ଛିଡ଼ା ହୋଇଥିବା ଦେଖି ଲୋକୋ ପାଇଲଟ୍‌ ଏମରଜେନ୍ସି ବ୍ରେକ୍‌ ମାରିଥିଲେ । ଟ୍ରେନ୍ ଅଟକିବା ଦେଖି ଯାତ୍ରୀମାନେ ଭୟଭୀତ ହୋଇ ତଳକୁ ଓହ୍ଲାଇ ଯାଇଥିଲେ । ଆଉ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ ରେଳବାଇ କର୍ମଚାରୀ । ଫଳରେ ଅନେକ ଯାତ୍ରୀଙ୍କ ଜୀବନ ବି ରକ୍ଷା ପାଇଯାଇଥିଲା । ହେଲେ କୁନି ପିଲାଟିର ବୁଦ୍ଧି ଯୋଗୁ ଏତେ ଲୋକଙ୍କ ଜୀବନ ବଞ୍ଚି ଯାଇଥିବା ଜାଣି ସମସ୍ତେ ତାଙ୍କୁ ସାବାସୀ ଦେଇଥିଲେ । ତା’ର ସାହସିକତା ପାଇଁ ଭୁରି ଭୁରି ପ୍ରଶଂସା ମଧ୍ୟ କରିଥିଲେ । ତେବେ ସମସ୍ୟାର ସମାଧାନ ପରେ ପୁଣି ଟ୍ରେନଟି ଲକ୍ଷ୍ୟସ୍ଥଳ ଅଭିମୁଖେ ବାହାରିଥିଲା ।

Advertisment
Good Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ