Before Yogi Adityanath Oath taking ceremony criminal encountered
ଲକ୍ଷ୍ନୌ: ଯୋଗୀ ଆଦିତ୍ୟନାଥଙ୍କ ଶପଥ ଗ୍ରହଣ ପୂର୍ବରୁ ଅପରାଧୀ ଦମନ ଚାଲ୍। ଏନ୍କାଉଣ୍ଟର୍ରେ ରାହୁଲ୍ ସିଂହକୁ ହତ୍ୟା। ଶୁକ୍ରବାର ରାଜଧାନୀ ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମରେ ପ୍ରାୟ ୭୦ ହଜାର ଲୋକଙ୍କ ଉପସ୍ଥିତିରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ଶପଥ ଗ୍ରହଣ ସମାରୋହରେ ରାଜଧାନୀରେ ଅପ୍ରତ୍ୟାଶିତ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି।
କିନ୍ତୁ ଏହାରି ଭିତରେ ଶପଥ ଗ୍ରହଣ କରିବାର କିଛି ଘଣ୍ଟା ପୂର୍ବରୁ ଲକ୍ଷ୍ନୌ ପୋଲିସ ଏନ୍କାଉଣ୍ଟରରେ ଏକ ଲକ୍ଷ ଟଙ୍କାରେ ପୁରସ୍କାର ଘୋଷଣା ଥିବା ଅପରାଧି ରାହୁଲ ସିଂଙ୍କୁ ହତ୍ୟା କରିଛି। ଆଲିଗଞ୍ଜ ଜୁଏଲର୍ସ ଡକାୟତି ମାମଲାରେ ରାହୁଲ ସିଂ ୱାଣ୍ଟେଡ୍ ଥିଲା।
ଶୁକ୍ରବାର ପ୍ରାୟ ୪ ଟା ବେଳେ ହାସନଙ୍ଗଞ୍ଜ ଅଞ୍ଚଳରେ ଏହି ଏନ୍କାଉଣ୍ଟର୍ ହୋଇଥିଲା। ସୂଚନା ମୁତାବକ, ଯେତେବେଳେ ଲକ୍ଷ୍ନୌ ପୋଲିସ ୱାଣ୍ଟେଡ୍ ରାହୁଲ ସିଂଙ୍କୁ ଘେରି ଯାଇଥିଲା ସେତେବେଳେ ସେ ଗୁଳି ଚଳାଇବା ଆରମ୍ଭ କରି ଦେଇଥିଲା। ପୋଲିସର ଜବାବରେ ରାହୁଲ ସିଂ ଗୁଳିରେ ଆହତ ହୋଇଥିଲା। ପୋଲିସ ରାହୁଲ ସିଂଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା, ସେଠାରେ ଚିକିତ୍ସା ସମୟରେ ତା’ର ମୃତ୍ୟୁ ହୋଇଛି।
ଆଲିଗଞ୍ଜ ଜୁଏଲର୍ସ ଡକାୟତି ମାମଲାରେ ରାହୁଲ ସିଂକୁ ପୋଲିସ୍ ଖୋଜୁଥିଲା। ହାସନ୍ଗଞ୍ଜ ଇନ୍ସପେକ୍ଟର ଅଶୋକ ସୋନକର କହିଛନ୍ତି ଯେ ଡକାୟତି ବେଳେ ସେ ଆଲିଗଞ୍ଜ ଜୁଏଲର୍ସର ଜଣେ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିଥିଲା।
ଇନ୍ସପେକ୍ଟର ଅଶୋକ ସୋନକର ଆହୁରି କହିଛନ୍ତି ଯେ ଆଜି ସକାଳେ ଯେତେବେଳେ ଲକ୍ଷ୍ନୌରେ ପୋଲିସ ତାକୁ ଘେରି ରହିଥିଲା ସେତେବେଳେ ସେ ଗୁଳି ଚଳାଇବା ଆରମ୍ଭ ମଧ୍ୟ କରି ଦେଇଥିଲା। ଏହାର ପ୍ରତି ଜବାବରେ ପୋଲିସ୍ ମଧ୍ୟ ଗୁଳି ଚାଳନା କରିଥିଲା। ପୋଲିସ୍ର ଗୁଳି ଚାଳନାରେ ରାହୁଲ ସିଂ ଆହତ ହୋଇ ବେହୋସ ହୋଇଯାଇଥିଲା। ପୋଲିସ ତାକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା ଯେଉଁଠାରେ ଚିକିତ୍ସା ସମୟରେ ତା’ର ମୃତ୍ୟୁ ହୋଇଥିଲା।
ସୂଚନାଯୋଗ୍ୟ ଯେ ଯୋଗୀ ସରକାର ଫେରିବା ପରେ ପୋଲିସ ଆକ୍ସନ୍ ମୋଡ୍ରେ ଅଛି। ସବୁ ସହରରେ ଦ୍ରୁତ ଗତିରେ ଏନକାଉଣ୍ଟର ଚାଲିଛି। ଏଥିସହିତ ଯୋଗୀ ସରକାର ବୁଲ୍ଡୋଜର୍ ଲ୍ୟାଣ୍ଡ୍ ମାଫିଆ ଉପରେ ମଧ୍ୟ ନଜର ରଖିଛି।