ରାଜନୈତିକ ବିଚାରଧାରାକୁ ଧମକାଇ ଚପାଇଦେବାକୁ ଚେଷ୍ଟା ନକରନ୍ତୁ ସରକାର: ସୁପ୍ରିମ୍‌କୋର୍ଟ

ପଶ୍ଚିମବଙ୍ଗର ଏକ ଇଂରାଜୀ ଗଣମାଧ୍ୟମ ସଂସ୍ଥା ଓପି ଇଣ୍ଡିଆ ଡଟ୍ କମ୍‌ର ସଂପାଦକ ଓ ୟୁଟୁବର ଅଜିତ ଭାରତୀଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ଦାଏର ହୋଇଥିବା ଏଫଆଇଆର ଖାରଜ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ ।

Supreme Court

ରାଜନୈତିକ ବିଚାରଧାରାକୁ ଧମକାଇ ଚପାଇଦେବା କିମ୍ବା ସାମ୍ବାଦିକଙ୍କ ବିରୋଧରେ ସରକାରୀ ବଳ ପ୍ରୟୋଗରୁ କ୍ଷାନ୍ତ ରୁହନ୍ତୁ ସରକାର । ପଶ୍ଚିମବଙ୍ଗରେ ଏଭଳି ଏକ ମାମଲାର ବିଚାର କରି ବିଭିନ୍ନ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ପଶ୍ଚିମବଙ୍ଗର ଏକ ଇଂରାଜୀ ଗଣମାଧ୍ୟମ ସଂସ୍ଥା ଓପି ଇଣ୍ଡିଆ ଡଟ୍ କମ୍‌ର ସଂପାଦକ ଓ ୟୁଟୁବର ଅଜିତ ଭାରତୀଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ଦାଏର ହୋଇଥିବା ଏଫଆଇଆର ଖାରଜ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ଜଷ୍ଟିସ ଏସ.କେ. କୌଲ ଓ ଜଷ୍ଟିସ୍ ଏମ୍.ଏମ୍. ସୁନ୍ଦରେଶ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ମାମଲାର ଶୁଣାଣି କରି କହିଛନ୍ତି, ଯେ ବିଭିନ୍ନତାକୁ ନେଇ ଗର୍ବ କରୁଥିବା ଭାରତରେ ଭିନ୍ନ ଭିନ୍ନ ବିଚାରଧାରା ଓ ମତଦାବ ରହିବ । ଯାହା ମଧ୍ୟରେ ରାଜନୈତିକ ବିଚାରଧାରା ବି ସାମିଲ ଅଛି ।

ଏହା ହିଁ ଗଣତନ୍ତ୍ରର ଉତ୍କର୍ଷତା ବୋଲି କୋର୍ଟ କହିଛନ୍ତି । ତେଣୁ ସରକାରୀ କଳକୁ ବ୍ୟବହାର କରି ରାଜନୈତିକ ବିଚାରଧାରା କିମ୍ବା ସାମ୍ବାଦିକଙ୍କୁ ଆଦୌ ଧମକାଯାଇ ପାରିବ ନାହିଁ ବୋଲି କହିଛନ୍ତି କୋର୍ଟ । ଅନ୍ୟପଟେ ଦେଶର ତମାମ ରାଜନୈତିକ ବର୍ଗ ସେମାନଙ୍କ ମତ ରଖିବା ବେଳେ ଆତ୍ମଚିନ୍ତନ କରିବା ସହ ଆଜିକାର ଟ୍ୱିଟର ଯୁଗରେ ସାମ୍ବାଦିକମାନେ ମଧ୍ୟ ଦାୟିତ୍ୱବାନ ହେବାକୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ ।