Advertisment

ବାହାରେ ପଡ଼ିଛି ତାଲା, ଘର ଭିତରେ ଜିଅନ୍ତା ଜଳିଗଲା ପୂରା ପରିବାର

ଘରର ମୁଖ୍ୟ କବାଟରେ ତାଲା ପଡିଥିଲା। ଘର ଭିତରୁ ଧୂଆଁ ବାହାରୁଥିବାର ଦେଖି ପଡୋଶୀ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ୫ଟି ମୃତଦେହ ଉଦ୍ଧାର କରିଛି।

ଅଦ୍ୟତନ ହୋଇଛି
5 people burnt alive

5 people burnt alive

Advertisment

ବନ୍ଦ ଘରୁ ଗୋଟିଏ ପରିବାର ୫ ଜଣଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର। ଦମ୍ପତି ଓ ସେମାନଙ୍କର ୩ପିଲାଙ୍କର ମୃତଦେହ ଉଦ୍ଧାର କରିଛି ପୋଲିସ। ଉତ୍ତରପ୍ରଦେଶ ବରେଲିର ଫରିଦପୁରର ମୋହଲା ଫରାଖପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ତେବେ ଘର ବାହାରେ ତାଲା ପଡିଥିବାରୁ କେହି ହତ୍ୟା ପରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି।

Advertisment

ସକାଳୁ ଘରର ମୁଖ୍ୟ କବାଟରେ ତାଲା ପଡିଥିଲା। ଘର ଭିତରୁ ଧୂଆଁ ବାହାରୁଥିବାର ଦେଖି ପଡୋଶୀ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ୫ଟି ମୃତଦେହ ଉଦ୍ଧାର କରିଛି। ମୃତକମାନେ ହେଲେ ୩୫ବର୍ଷୀୟ ଅଜୟ, ତାଙ୍କ ପତ୍ନୀ ଅନୀତା, ୯ବର୍ଷର ପୁଅ ଦିବ୍ୟାଂଶ, ୬ବର୍ଷର ଝିଅ ଦିବ୍ୟାଙ୍ଗନା ଓ ୩ବର୍ଷର ଶିଶୁପୁତ୍ର ଦକ୍ଷ। ଘଟଣାସ୍ଥଳରୁ ପୋଲିସ ଏକ ହିଟର ଜବତ କରିଛି ।

ତେବେ କେହି ହତ୍ୟା ପରେ ତାଲା ପକାଇ ନିଆଁ ଲଗାଇ ଦେଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ଭାଇ। ଘଟଣାସ୍ଥଳରେ ଆଇଜି ଡକ୍ଟର ରାକେଶ ସିଂ, ଡିଏମ ରବିନ୍ଦ୍ର କୁମାର, ଏସଏସପି ଗୁଲେ ସୁଶୀଲ ଚନ୍ଦ୍ରଭାନ୍, ଏସପି ଦେହତ ମୁକେଶ ଚନ୍ଦ୍ର ମିଶ୍ର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ପହଞ୍ଚି ତଦନ୍ତ କରିଛନ୍ତି। ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ମୃତକଙ୍କ ଆତ୍ମାର ସଦଗତି କାମନା ସହ ପରିବାର ଲୋକଙ୍କୁ ୫ଲକ୍ଷର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି।

Advertisment
Fire Burnt Alive
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ